ETV Bharat / state

ମାଲକାନଗିରିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ - ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ମାଲକାନଗିରିରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ବାରା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ । ମୁନିସିପାଲିଟି ଉପାଧ୍ୟକ୍ଷା କବିତା ମହନ୍ତ କାର୍ଯ୍ୟକ୍ରମକୁ କଲେ ଉଦ୍‌ଘାଟନ । ସମସ୍ତ ୧୯ଟି ୱାର୍ଡରେ ଥିବା ଭିନ୍ନକ୍ଷମ ଶିବିରରେ ପହଞ୍ଚି ଚିକିତ୍ସିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Bhima Bhoi specially abled empowerment camp held in Malkangiri
ମାଲକାନଗିରିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ
author img

By

Published : Jun 10, 2022, 5:40 PM IST

ମାଲକାନଗିରି: ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଦ୍ବାରା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ । ନଗର ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମକୁ ମ୍ୟୁନିସିପାଲିଟି ଉପାଧ୍ୟକ୍ଷା କବିତା ମହନ୍ତ କଲେ ଉଦ୍‌ଘାଟନ । ସମସ୍ତ ୧୯ଟି ୱାର୍ଡରେ ଥିବା ଭିନ୍ନକ୍ଷମ ଏଠାରେ ପହଞ୍ଚି ନିଜର ନାମ ପଞ୍ଜିକରଣ କରିବାସହ ବିଭିନ୍ନ ବିଭାଗର ଡାକ୍ତରଙ୍କ ସହ ପରାମର୍ଶ କରି ଚିକିତ୍ସିତ ହୋଇଛନ୍ତି । ଆବଶ୍ୟକ ଥିବା ଭିନ୍ନକ୍ଷମମାନଙ୍କୁ ଏହି କାର୍ଯ୍ୟକ୍ରମରେ ହୁଇଲ୍ ଚେୟାର୍ ପ୍ରଦାନ କରାଯାଇଛି ।

ମାଲକାନଗିରିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ଅନୁଷ୍ଠିତ

ଯେଉଁ ମାନଙ୍କର କୃତ୍ରିମ ଅଙ୍ଗ ନିରୁପଣ ଆବଶ୍ୟକ, ସେମାନଙ୍କୁ ଚିହ୍ନଟ କରାଯିବା ସହ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ବାଇଁଙ୍କ ସମେତ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ରଞ୍ଜିତା ମଜୁମଦାର ଉପସ୍ଥିତ ଥିଲେ । ତେବେ ଏଭଳି ସୁବିଧା ମିଳିଥିବାରୁ ଶିବିରକୁ ଆସି ଭିନ୍ନକ୍ଷମ ମାନେ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.