ETV Bharat / state

ଅବ୍ୟବସ୍ଥା ଘେରରେ ମାଲକାନଗିରିର ଘରୋଇ ଶିକ୍ଷାନୁଷ୍ଠାନ - ghadai residential college

ଆଜିକାଲି ଶିକ୍ଷା ବ୍ୟବସ୍ଥା ଏକପ୍ରକାର ଧନ୍ଦା ପାଲଟିଛି । ଭଲ ଶିକ୍ଷା ଦେବା ନାରେ ସରକାରୀ ସ୍କୁଲରୁ ମୁହଁ ଫେରାଉଛନ୍ତି ଅଭିଭାବକ । ଯାହାର ଫାଇଦା ଉଠାଉଛନ୍ତି ଘରୋଇ ଶିକ୍ଷାନୁଷ୍ଠାନ। ମାଲକାନଗିରିରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଅବସ୍ଥା । ଜିଲ୍ଲାରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ସରକାରଙ୍କ ନୀତି ନିୟମକୁ ଖାତିର କରୁନି।  ପ୍ରସାସନ ମଧ୍ୟ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Jul 27, 2019, 8:25 PM IST

ମାଲକାନଗିରି: ଆଜିକାଲି ଶିକ୍ଷା ଏକପ୍ରକାର ବ୍ୟବସାୟ ପାଲଟି ଗଲାଣି । ଭଲ ଶିକ୍ଷା ଦେବା ନାରେ ସରକାରୀ ସ୍କୁଲରୁ ମୁହଁ ଫେରାଇ ନେଉଛନ୍ତି ଅଭିଭାବକ । ଯାହାର ଫାଇଦା ଉଠାଉଛନ୍ତି ଘରୋଇ ଶିକ୍ଷାନୁଷ୍ଠାନ।ମାଲକାନଗିରିରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଅବସ୍ଥା । ଜିଲ୍ଲାରେ ଥିବା ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ ସରକାରଙ୍କ ନୀତି ନିୟମକୁ ଖାତିର କରୁନାହିଁ । ପ୍ରସାଶନ ମଧ୍ୟ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ନିକଟରେ ଏକ ଘରୋଇ ମହାବିଦ୍ୟାଳୟରେ +2 ପ୍ରମାଣପତ୍ର ଜାଲିଆତି ହୋଇଥିବା ଖବର ସାମ୍ନାକୁ ଆସିଥିଲା । ପୋଲିସ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ପ୍ରଶାସନ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ । ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡକୁ ଠେଲି ହେଉଥିବାର ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ତେବେ ଏହାର ବାସ୍ତବତା ଜାଣିବାକୁ ଆମ ସମ୍ବାଦଦାତା ଜିଲ୍ଲା ସଦର ମହକୁମା ଠାରେ ଥିବା ଘଡାଇ ରେସିଡେଣ୍ଟାଲ କଲେଜରେ ପହଞ୍ଚିଥିଲେ । ସେଠାରେ ଛାତ୍ରଛାତ୍ରୀଙ୍କ ଲାଗି କୌଣସି ସୁରକ୍ଷା ବ୍ୟବସ୍ଥା ନଥିବା ବେଳେ ଶିକ୍ଷାଗତ ଯୋଗ୍ୟତା ନଥାଇ ଶିକ୍ଷକ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି । ସରକାରଙ୍କ ନିୟମ ଅନୁଯାଇ ଆବଶ୍ୟକୀୟ ଭିତ୍ତିଭୂମି ମଧ୍ୟ ନାହିଁ । ଆଉ ଶିକ୍ଷାନୁଷ୍ଠାନର ନିର୍ଦେଶକ କିନ୍ତୁ ଅଭିଯୋଗକୁ ବାଏଁ ବାଏଁ ଉଡାଇଛନ୍ତି । କୌଣସି ଅବ୍ୟବସ୍ଥା ନାହିଁ ସବୁ ଠିକ ଚାଲିଛି ବୋଲି ସେ କହିଛନ୍ତି ।

ଛାତ୍ରଛାତ୍ରୀଙ୍କର ଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟୁଛନ୍ତି ଘରୋଇ ଶିକ୍ଷାନୁଷ୍ଠାନ । ଯାହାକୁ ନେଇ ଜିଲ୍ଲା ଆଦିବାସୀ ସଙ୍ଘ ଏହା ବିରୋଧରେ ଆନ୍ଦୋଳନ କରିବାର ଧମକ ଦେଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.