ETV Bharat / state

ମାଲକାନଗିରିରେ 70 ତମ ବନମହୋତ୍ସବ ଉଦଯାପିତ - tree

7 ଦିନ ଧରି ପାଳିତ ହେଉଥିବା ବନମହୋତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି । ବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେଙ୍କ ନେତୃତ୍ବରେ ସହରର ମୁଖ୍ୟ ଚିକିତ୍ସା କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ମାନେ ବୃକ୍ଷରୋପଣ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Jul 11, 2019, 9:22 PM IST

Updated : Jul 11, 2019, 9:48 PM IST

ମାଲକାନଗିରି: ମନୁଷ୍ୟ ସହ ବୃକ୍ଷର ସମ୍ପର୍କ ଅତି ନିବିଡ । ହେଲେ ଆଜି ଯୁଗରେ ଫନି, ଫାଇଲିନ, ହୁଡୁହୁଡୁ ଭଳି ଯେଉଁ ଦୈବି ଦୁର୍ବିପାକ ଦେଖାଦେଉଛି ତାହା ମୂଳରେ ବୃକ୍ଷ ନାଶ ହିଁ ମୁଖ୍ୟ କାରଣ । ତେଣୁ ଏହାକୁ ଭିତ୍ତି କରି ଉପାନ୍ତ ଜିଲ୍ଲା ମାଲକାନଗିରିର ବିଭିନ୍ନ ସ୍ଥାନରେ ସାତଦିନ ଧରି 70 ତମ ବନମହୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେଙ୍କ ନେତୃତ୍ବରେ ସହରର ମୁଖ୍ୟ ଚିକିତ୍ସା କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟାନ କର୍ମଚାରୀ ମାନେ ବୃକ୍ଷରୋପଣ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଠାରେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗତ ସାତଦିନ ଧରି ମାଲକାନଗିରି ଜିଲ୍ଲାରେ ଚାଲିଥିବା ବନମହୋତ୍ସବ କାର୍ଯ୍ୟକ୍ରମ ଗୁରୁବାର ଉଦଯାପିତ ହୋଇଯାଇଛି । ସ୍ଥାନୀୟ ନବୋଦୟ ବିଦ୍ୟାଳୟ ସଭାଗୃହରେ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବନମହୋତ୍ସବ ଉଦଯାପନି ଦିବସ ଅବସରରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ, ଏସପି ଓ ଅତିରିକ୍ତ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବର୍ତ୍ତମାନ ଯେଉଁଭଳି ମଣିଷ ସମାଜ ଜଙ୍ଗଲକୁ କାଟି ନଷ୍ଟ କରୁଛି ସେ ଦିଗରେ ସଚେତନତା ସୃଷ୍ଟି କରି ଏହାକୁ ରୋକା ନ ଗଲେ ତାହା ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିବ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ବୃକ୍ଷ ହିଁ ଜୀବନ। ଆଜି ଯୁଗରେ ଫନି, ଫାଇଲିନ୍, ହୁଡୁହୁଡୁ ଭଳି ଯେଉଁ ଦୈବି ଦୁର୍ବିପାକ ଦେଖାଦେଉଛି ତାହା ମୂଳରେ ବୃକ୍ଷ ନାଶ ହିଁ ମୁଖ୍ୟ କାରଣ । ତେଣୁ ଏହାକୁ ଭିତ୍ତି କରି ଉପାନ୍ତ ଜିଲ୍ଲା ମାଲକାନଗିରିର ବିଭିନ୍ନ ଯାଗାରେ ସାତଦିନ ଧରି ବନମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି ।Body:ବିଶେଷ କରି ମାଲକାନଗିରି ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେଙ୍କ ନେତୃତରେ ମାଲକାନଗିରି ସହରର ମୁଖ୍ୟ ଚିକିଆସ୍ଛା କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଓ ଅନ୍ୟାନ କର୍ମଚାରୀ ମାନେ ବୃକ୍ଷ ରୋପଣ କରିଥିଲେ ଏହା ସହ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଠାରେ ମଧ୍ୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଗତ ସାତଦିନ ଧରି ମାଲକାନଗିରି ଜିଲ୍ଲାରେ ଚାଲିଥିବା ବନମହୋତ୍ସବ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ସ୍ଥାନୀୟ ନବଦୋୟ ବିଦ୍ୟାଳୟ ସଭାଗୃହରେ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରସେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବନମହୋତ୍ସବ ଉଦଯାପନି ଦିବସ ଅବସରରେ ମୁଖ୍ୟଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ସମ୍ମାନିତ ଅତିଥି ଭାବେ ବିଧାୟକ ଆଦିତ୍ୟ ମାଢି, ମାଲକାନଗିରି ଏସପି ଜଗମୋହନ ମିନା, ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ବିଦ୍ୟାଳୟ ଅଧ୍ୟକ୍ଷ ଟିଭିଏସ ପ୍ରକାଶ ରାଓଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ସହ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ତିତ ରହିବା ସହ ଆଜି ଯେଉଁଭଳି ମଣିଷ ସମାଜ ଜଙ୍ଗଲକୁ କାଟି ନଷ୍ଟ କରୁଛି ସେ ଦିଗରେ ସଚେତନତା ସୃଷ୍ଟି କରି ଏହାକୁ ରୋକାନଗଲେ ତାହା ଆଗାମୀ ଦିନ ମାନଙ୍କରେ ପ୍ରାକୃତିକ ବିପର୍ଜ୍ୟୟର ସାମନ୍ନା କରିବାକୁ ପଡିବ ବୋଲି ଆଜି ୭୦ତମ ଜିଲାସ୍ତରୀୟ ବନ ମହୋତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । Conclusion:ପରିଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହିତ ଅତିଥି ମାନେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଔଷଧୀୟ ଚାରା ସହିତ ଅନ୍ୟାନ ବୃକ୍ଷ ରୋପଣ କରିଥିଲେ।

ବାଇଟ- ପ୍ରଦୀପ ମିରସେ, ଖଣ୍ଡିୟ ବନାଧିକାରୀ, ମାଲକାନଗିରି

ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ..................
Last Updated : Jul 11, 2019, 9:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.