ETV Bharat / state

ଯୁବତୀଙ୍କ ତଣ୍ଟିରେ ବ୍ଲେଡ ମାରି ହତ୍ୟା ଉଦ୍ୟମ - ହତ୍ୟା

ମାଲକାନଗିରି ଜିଲ୍ଲାର ମୋଟୁ ଥାନା ଅନ୍ତର୍ଗତ ଏମ.ଭି-82 ନଂ ଗ୍ରାମରେ ଅଭାବନୀୟ ଘଟଣା । ଶୌଚ ପାଇଁ ଗଲାବେଳେ ରାସ୍ତାରେ ଯୁବତୀଙ୍କୁ ତଣ୍ଟି କାଟି ହତ୍ୟା ଉଦ୍ୟମ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି
author img

By

Published : Apr 24, 2019, 3:16 PM IST

ମାଲକାନଗିରି: ଶୌଚ ପାଇଁ ଗଲାବେଳେ ରାସ୍ତାରେ ଯୁବତୀଙ୍କୁ ତଣ୍ଟି କାଟି ହତ୍ୟା ଉଦ୍ୟମ । ଏଭଳି ଏକ ଘଟଣା ମାଲକାନଗିରି ଜିଲ୍ଲାର ମୋଟୁ ଥାନା ଅନ୍ତର୍ଗତ ଏମ.ଭି-82 ନଂ ଗ୍ରାମରେ ଘଟିଛି । ମୋଟୁ ପୋଲିସ ଏ ନେଇ ମାମଲା ରୁଜୁ କରି ତଦନ୍ତ ଚଲାଇଛି ।

ସୂଚନା ମୁତାବକ, ଏମ.ଭି-82 ନଂ ଗ୍ରାମର ପ୍ରଣବ ହାଲଦାରଙ୍କ ଝିଅ ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ଘର ପଛପଟକୁ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ 4 ଅଜଣା ଯୁବକ ତାଙ୍କ ମୁହଁରେ ଗାମୁଛା ବାନ୍ଧି ଘରଠୁ କିଛି ଦୂର ଟାଣି ନେଇଥିଲେ । ଏହି ସମୟରେ ପୀଡିତାଙ୍କ ଘର ବାହାରପଟୁ କବାଟ ବନ୍ଦ କରିଦେଇଥିଲେ । ଫଳରେ ପରିବାର ଲୋକେ ଘରଠୁ ବାହାରକୁ ବାହାରିନଥିଲେ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ମାଲକାନଗିରି

ଏହା ପରେ ଉକ୍ତ 4 ଦୁର୍ବୃତ୍ତ ପୀଡିତାଙ୍କ ହାତକୁ କାଟିବା ପରେ ତାଙ୍କ ତଣ୍ଟିରେ ବ୍ଲେଡ ମାରି ଆଘାତ କରି ଫେରାର ହୋଇଯାଇଥିଲେ । ଏତିକି ବେଳେ କୌଣସି ପ୍ରକାରେ ପୀଡିତାଙ୍କ ପରିବାର ଘରୁ ବାହାରକୁ ଆସି ଝିଅକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମାଲକାନଗିରି ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ରହିଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି । ଏ ନେଇ ମାମଲା ରୁଜୁ ପରେ ପୋଲିସ ଆକ୍ରମଣକାରୀଙ୍କୁ ଧରିବାକୁ ଲାଗିପଡିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

df

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.