ETV Bharat / state

ସ୍ୱାଭିମାନ ଅଞ୍ଚଳରେ ଲାଗିଲା ମାଓ ବିରୋଧୀ ପୋଷ୍ଟର

ସ୍ୱାଭିମାନ ଅଞ୍ଚଳରେ ପୁଣି ଲାଗିଲା ମାଓ ବିରୋଧୀ ପୋଷ୍ଟର । ବିଚ୍ଛିନ୍ନାଞ୍ଚଳ ଉନ୍ନୟନ ସଂଘ ମାଲକାନଗିରି ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକର ରାଳେଗେଦ, ସାରୁକୁବନ୍ଦ, ପାପରମେଟାଲ ଆଦି ଅଞ୍ଚଳରେ ତେଲୁଗୁ ଓ ଓଡ଼ିଆ ଭାଷାରେ ଏହି ପୋଷ୍ଟର ଗୁଡିକ ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

author img

By

Published : Apr 25, 2022, 7:28 AM IST

ସ୍ୱାଭିମାନ ଅଞ୍ଚଳରେ ଲାଗିଲା ମାଓ ବିରୋଧୀ ପୋଷ୍ଟର
ସ୍ୱାଭିମାନ ଅଞ୍ଚଳରେ ଲାଗିଲା ମାଓ ବିରୋଧୀ ପୋଷ୍ଟର

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ପୁଣି ଲାଗିଲା ମାଓ ବିରୋଧୀ ପୋଷ୍ଟର । ଏଥିରେ ମାଓବାଦୀ ଅଶୋକ, ପ୍ରଭାକର, ଶ୍ରୀକାନ୍ତ ଅତି କ୍ରୁରତା ସହ ଆଦିବାସୀ ଲକ୍ଷ୍ମଣ ରାଓ ଓ ତାଙ୍କ ଭାଇ ସଞ୍ଜୀବ ରାଓଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ସର୍ବସାଧାରଣ ସ୍ଥାନରେ ରାସ୍ତାଘାଟ ପୋଲ ଆଦି ସ୍ଥାନରେ ଭୂତଳ ବୋମା ଖଞ୍ଜି ଆଦିବାସୀ ମାନଙ୍କୁ ହତ୍ୟା କରିଛନ୍ତି । ଗତ କିଛି ଦିନ ପୂର୍ବେ ଅଜୟ କୁମାର ଓ ବିଜୟ ରାଓ ଗାଈ ଚରାଇବାକୁ ଯାଇ ବୋମା ବିସ୍ପୋରଣରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା । ମାଓବାଦୀଙ୍କ ଏହି କାର୍ଯ୍ୟକଳାପକୁ ବିରୋଧ କରି ଏହି ପୋଷ୍ଟର ଲଗାଯାଇଛି ।

ତେବେ ଵର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ସ୍ୱାଭିମାନ ଅଞ୍ଚଳର ବିକାଶ କାର୍ଯ୍ୟ ରାସ୍ତାଘାଟ ବିଜୁଳି ପାନୀୟ ଜଳ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ କରୁଥିବା ବେଳେ ମାଓବାଦୀ ମାନେ ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି । ଫଳରେ ଏହି ଅଞ୍ଚଳବାସୀ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ।

ତେଣୁ ମାଓବାଦୀଙ୍କୁ ଅଞ୍ଚଳ ଛାଡି ଚାଲିଯିବାକୁ ଏହି ପୋଷ୍ଟରେ ଉଲେଖ ରହିଛି । ଆଦିବାସୀଙ୍କ ବିକାଶ ନାମରେ ଜନଜାତିଙ୍କ ବିନାଶ କରୁଛି ଲାଲ ବାହିନୀ । ଏହା ସହ ପରିବାର ମାଓବାଦୀ ଆତଙ୍କରେ ଭିଟାମାଟି ଛାଡି ଦୁର୍ବିସହ ଜୀବନ ଯାପନ କରୁଛନ୍ତି । ନିଜର ସ୍ୱାର୍ଥରେ ବାଧା ଉପୁଜିଲେ ମିଲିସିଆ ଭାବେ ତାଙ୍କ ପାଇଁ କାମ କରୁଥିବା ଲୋକଙ୍କୁ ମଧ୍ୟ ହତ୍ୟା କରୁଛନ୍ତି ।

ତେଣୁ ମାଓବାଦୀଙ୍କ ସପକ୍ଷବାଦୀଙ୍କୁ ସଂଘ ପକ୍ଷରୁ ଲାଲବାହିନୀ ଛାଡି ସାମାଜିକ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି । ଆଗାମୀ ଦିନରେ ମାଓବାଦୀ ମାନେ ଯେଭଳି ସେମାନଙ୍କ ଗ୍ରାମକୁ ନଆସନ୍ତି ଏବଂ ସେମାନଙ୍କୁ ଖାଇବା ପିଇବା ନଦେବା ପାଇଁ ବିଚ୍ଛିନାଞ୍ଚଳ ଉନ୍ନୟନ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଏହି ପୋଷ୍ଟେର ଗୁଡିକରେ ଉଲେଖ ରହିଛି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.