ETV Bharat / state

ଆସିଲାନି ଆମ୍ବୁଲାନ୍ସ, ଅଟୋରିକ୍ସାରେ ପ୍ରସବ କଲେ ମହିଳା

2ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଆମ୍ବୁଲାନ୍ସକୁ ଅପେକ୍ଷା କରିବା ପରେ ଆମ୍ବୁଲାନ୍ସ ନ ଆସିବାରୁ ଅଟୋ ରିକ୍ସାରେ ଜଣେ ମହିଳା ପ୍ରସବ କରିଛନ୍ତି ।

author img

By

Published : May 12, 2019, 1:59 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ମାଲକାନଗିରି

ମାଲକାନଗିରି: ଜିଲ୍ଲାରେ ପୁଣି ଆମ୍ବୁଲାନ୍ସ ସେବା ଫେଲ ମାରିଛି । 2ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଆମ୍ବୁଲାନ୍ସକୁ ଅପେକ୍ଷା କରିବା ପରେ ଆମ୍ବୁଲାନ୍ସ ନ ଆସିବାରୁ ଅଟୋ ରିକ୍ସାରେ ଜଣେ ମହିଳା ପ୍ରସବ କରିଛନ୍ତି ।

ଜିଲ୍ଲାର ସିନ୍ଧ୍ରିମାଲ ପଂଚାୟତ ଅନ୍ତର୍ଗତ ଦୋରା ଗୁଡା ଗ୍ରାମର ଜଣେ ମହିଳାଙ୍କୁ ପ୍ରସବ ପାଇଁ ସଦର ମହକୁମା ଡାକ୍ତରଖାନାକୁ ନେବା ପାଇଁ 102 ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଦୀର୍ଘ 2 ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଆମ୍ବୁଲାନ୍ସକୁ ଅପେକ୍ଷା କରିବା ପରେ ମଧ୍ୟ ଆମ୍ବୁଲାନ୍ସ ନ ଆସିବାରୁ ପରିବାର ଲୋକେ ଗର୍ଭବତୀଙ୍କୁ ଏକ ଅଟୋ ରିକ୍ସାରେ ମାଲକାନଗିରି ଡାକ୍ତରଖାନାକୁ ଆଣିବା ସମୟରେ ବାଟରେ ହିଁ ମହିଳାଙ୍କ ପ୍ରସବ ହୋଇଯାଇଥିଲା ।

ମହିଳା ଓ ନବଜାତ ଶିଶୁଙ୍କ ଚିକିତ୍ସା ମାଲକାନଗିରି ମେଡିକାଲରେ ଚାଲିଥିବା ଜଣାପଡିଥିବା ଜିଲ୍ଲାରେ ଆମ୍ବୁଲାନ୍ସ ସେବା କେବେ ସୁଧୁରିବ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅନେକ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି ।

ମାଲକାନଗିରିରୁ ଜୟନ୍ତ କୁମାର ତିଆଡି, ଇଟିଭି ଭାରତ

Intro:Body:

PRABIR

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.