ETV Bharat / state

ପଛୁଆ ଅଞ୍ଚଳର ଆଗୁଆ ମେକାନିକ୍‌ ଦିଲ୍ଲୀପ, ତିଆରି କଲେ ପଛକୁ ଗଡୁଥିବା ବାଇକ୍‌ - unique roller coaster bike

କୋରୋନା କାଳରେ ଅଭିନବ କାରିଗରୀ । ଲୋକାଲୋଚନକୁ ଆସିଲେ ମାଲକାନଗିରି ଅଞ୍ଚଳର ଆଗୁଆ ମେକାନିକ୍ ଦିଲ୍ଲୀପ ପୋଦ୍ଦାର । ଅକାମୀ ମୋଟର ସାଇକେଲକୁ ବ୍ୟବହାର କରି ତିଆରି କଲେ ପଛକୁ ଗଡୁଥିବା ବାଇକ୍‌ । ଅଧିକ ପଢନ୍ତୁ...

ଆଗୁଆ ମେକାନିକ୍‌ ଦିଲ୍ଲୀପ
ଆଗୁଆ ମେକାନିକ୍‌ ଦିଲ୍ଲୀପ
author img

By

Published : Nov 17, 2020, 12:55 PM IST

ମାଲକାନଗିରି : କୋରୋନା ମହାମାରୀ ଯୋଗୁଁ ସାରା ଦେଶ, ରାଜ୍ୟ ଓ ଜିଲ୍ଲା ପ୍ରଭାବିତ ହେବା ସହ ବହୁ ଦିନ ଧରି ଲକଡାଉନ୍ ହୋଇଥିଲା । ଯାହାର ପ୍ରଭାବ ଜୀବନ ଜୀବିକା ଉପରେ ପଡିଥିଲା । ହେଲେ ମାଲକାନଗିରି ଜିଲ୍ଲା ଭଳି ପଛୁଆ ଅଞ୍ଚଳର ଜଣେ ଯୁବ ମେକାନିକ୍ ଏହି ଲକଡାଉନ୍ ସମୟର ଉଚିତ ବିନିଯୋଗ କରିଥିଲେ । ନିଜ ଉଦ୍ୟମରେ ଭିନ୍ନ ଏକ ବ୍ୟାଟେରୀ ଚାଳିତ ବାଇକ୍‌ ତିଆରି କରି ପ୍ରଶଂସାର ପାତ୍ର ହୋଇଛନ୍ତି ।

ଆଗୁଆ ମେକାନିକ୍‌ ଦିଲ୍ଲୀପ

ଆଗକୁ ଏବଂ ପଛକୁ ଯାଇପାରୁଥିବା ବ୍ୟାଟେରି ଚାଳିତ ବାଇକ୍ ଏବଂ ସାଇକେଲ ନିର୍ମାଣ କରିବାରେ ସେ ସଫଳ ହୋଇଛନ୍ତି । ଏମଭି-7 ଗ୍ରାମର ଦିଲ୍ଲୀପ ପୋଦ୍ଦାର ନାମକ ଯୁବ ମେକାନିକ୍ ନିଜ ଉଦ୍ୟମରେ ଏକ ବ୍ୟାଟେରି ଚାଳିତ ବାଇକ୍ ଏବଂ ସାଇକେଲ ନିର୍ମାଣ କରିଛନ୍ତି ।

ଏପରିକି ସେ ପଛକୁ ଯାଉଥିବା ବାଇକ୍ ପ୍ରଥମ ଥର ନିର୍ମାଣ କରିବାରେ ସଫଳ ମଧ୍ୟ ହୋଇଛନ୍ତି । କୌଣସି ପାର୍କି ସ୍ଥାନରେ ବାଇକକୁ ପଛକୁ ଠେଲି ରଖିବାକୁ କଷ୍ଟ ଲାଗୁଥିବାବେଳେ ଏହି ବାଇକ୍ ସହଜରେ ଆଗକୁ ଏବଂ ପଛକୁ ଯାଇପାରିବ ବୋଲି ସେ କହିଛନ୍ତି ।

ଲକଡାଉନ୍ ସମୟରେ କାମ ସବୁ ବନ୍ଦ ଥିବାବେଳେ ସେ ପାଖରେ ପଡିଥିବା ଏକ ଅକାମୀ ମୋଟର ସାଇକଲକୁ କାଢି ତାର ଇଞ୍ଜିନକୁ ଫିଙ୍ଗି ଦେଇଥିଲେ । ପରେ ସେଠାରେ ସେ ଚାର୍ଜବଲ ବ୍ୟାଟେରୀ ଲଗାଇବା ସହ ଅନ୍ୟ ସରଞ୍ଜାମ ମଧ୍ୟ ବିଭିନ୍ନ ସ୍ଥାନରୁ ଯୋଗାଡ କରି ଲଗାଇଥିଲେ । ଦୀର୍ଘ ଦୁଇ ତିନି ମାସର ଉଦ୍ୟମ ପରେ ସେ ଏକ ସୁସଜ୍ଜିତ ମୋଟର ବାଇକ୍ ତିଆରି କରିଥିଲେ ।

ଏହି ବାଇକକୁ ଥରେ ଚାର୍ଜ କରାଗଲେ ପ୍ରାୟ 40 କିଲୋମିଟର ପର୍ଯ୍ୟନ୍ତ ଯାଉଛି । ସେହିପରି ସାଇକେଲକୁ ଥରେ ଚାର୍ଜିଂ କଲେ 10 କିଲୋମିଟର ପର୍ଯ୍ୟନ୍ତ ଯାଉଥିବା ଦିଲ୍ଲୀପ କୁହନ୍ତି ।

ସାଧାରଣ ବାଇକରେ ଯାହା ଯାହା ସରଞ୍ଜାମ ରହେ ସେସବୁ ଏଥିରେ ରହିଥିବାବେଳେ ବ୍ୟାକ୍‌ ଗିଅରର ସୁବିଧା ରହିଛି । ଯାହା ବାଇକ୍‌ଟିକୁ ପଛକୁ ନେବାରେ ସହାୟକ ହେଉଛି । ଆଉ ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଦେଖାଦେଉଛି । ଏପରିକି ପଛୁଆ ଅଞ୍ଚଳର ଆଗୁଆ ମେକାନିକ୍ ବୋଲି ଅଞ୍ଚଳବାସୀ ତାଙ୍କୁ କହୁଛନ୍ତି ।

ତେବେ ଦିଲ୍ଲୀପ ଶିକ୍ଷାରେ ସେତେଟା ଆଗୁଆ ନଥିଲେ ମଧ୍ୟ ନିଜର ଜ୍ଞାନ କୌଶଳକୁ ଲଗାଇ ସେ ଆଗକୁ ମଧ୍ୟ ଏଭଳି ବାଇକ୍ ନିର୍ମାଣ କରିବେ ବୋଲି କହିଛନ୍ତି । ଦିଲ୍ଲୀପଙ୍କ ଏହି ଉଦ୍ୟମକୁ ଏବେ ସାରା ଜିଲ୍ଲାରେ ପ୍ରଶଂସା କରାଯାଉଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.