ETV Bharat / state

Pushpa-2 Shooting: ଲାଲଗଡରେ ଲୁଚିଛି ପୁଷ୍ପା, ମେ’ ମାସରେ ଖୋଜିବ ପୋଲିସ

author img

By

Published : Apr 10, 2023, 7:36 AM IST

Updated : Apr 10, 2023, 7:43 AM IST

ସ୍ବାଭିମାନ ଅଞ୍ଚଳରେ ହେବ ସୁପରହିଟ ଫିଲ୍ମ ପୁଷ୍ପା-୨ର ସୁଟିଂ । ଅନୁମତି ମିଳିବା ପରେ ମେ ପ୍ରଥମ ସପ୍ତାହରେ ସୁଟିଂ ଆରମ୍ଭ ହେବା ନେଇ ସୂଚନା । ଅଧିକ ପଢନ୍ତୁ

pushpa 2 film to be shot in malkangiri
pushpa 2 film to be shot in malkangiri

ହାଇଦ୍ରାବାଦ: ମାଲକାନଗିରି ଜଙ୍ଗଲରେ ଲୁଚିଛି ପୁଷ୍ପା ! ଖୋଜିବାକୁ ଲାଲଗଡକୁ ଆସିବ ପୋଲିସ । ଏକଥା ଶୁଣି ଆଶ୍ଚର୍ଯ୍ୟ ହେଲେ କି । ହଁ ଆଜ୍ଞା ମାଲକାନଗିରି ଜଙ୍ଗଲରେ ସୁଟିଂ ହେବ ବହୁ ପ୍ରତିକ୍ଷୀତ ପୁଷ୍ପା-2ର ସୁଟିଂ । ଚନ୍ଦନ କାଠ ଚୋରାଇ ଫେରାର ଥିବା ପୁଷ୍ପାରାଜକୁ ସ୍ବାଭିମାନ ଅଞ୍ଚଳର ଜଙ୍ଗଲରେ ଖୋଜିବ ପୋଲିସ । ‘ପୁଷ୍ପା ଝୁକେଗା ନହି ଶାଲା’ ଏ ଡାଏଲଗ ଗୁଞ୍ଜରିତ ହେବ ସ୍ବାଭିମାନ ଅଞ୍ଚଳର ଜଙ୍ଗଲ ।

pushpa 2 film to be shot in malkangiri
pushpa 2 film to be shot in malkangiri

ବକ୍ସ ଅଫିସରେ ବହୁ ପ୍ରଶଂସା ସାଉଁଟିବା ସହ ଧମାଲ କରିଥିଲା ଦକ୍ଷିଣ ଭାରତୀୟ ଫିଲ୍ମ ପୁଷ୍ପା । ଏହାର ଦ୍ବିତୀୟ ଭାଗକୁ ପୁରା ଦେଶବାସୀ ଚାହିଁ ବସିଥିବା ବେଳେ ଆରମ୍ଭ ହୋଇଛି ସୁଟିଂ । ଏହାର ଟ୍ରେଲର ରିଲିଜ ହୋଇଥିବା ବେଳେ ଅଲ୍ଲୁ ଅର୍ଜୁନଙ୍କ ଲୁକକୁ ପସନ୍ଦ କରିଛନ୍ତି ଦର୍ଶକ । ତେବେ ପୁଷ୍ପା-୨ର କିଛି ପାର୍ଟ ମାଲକାନଗିରିରେ ସୁଟିଂ ହେବ । ସ୍ବାଭିମାନ ଅଞ୍ଚଳରେ ହେବ ସୁପରହିଟ ଫିଲ୍ମ । ଚନ୍ଦନ କାଠ ଚୋରାଇ ଫେରାର ଥିବା ପୁଷ୍ପାରାଜକୁ ସ୍ବାଭିମାନ ଅଞ୍ଚଳର ଜଙ୍ଗଲରେ ଖୋଜିବ ପୋଲିସ ।

ସୂଚନାଅନୁସାରେ, ଦକ୍ଷିଣ ଭାରତର ପ୍ରସିଦ୍ଧ ସିନେମା ପୁଷ୍ପା-୨ର କିଛି ଅଂଶର ସୁଟିଂ ପାଇଁ ମାଲକାନଗିରିକୁ ଚୟନ କରିଛନ୍ତି ପ୍ରଯୋଜନା ସଂସ୍ଥା । ଏନେଇ ପ୍ରଡକ୍ସନର କର୍ମକର୍ତ୍ତା ମାନକାନଗିରି ଜିଲ୍ଲର କିଛି ଜାଗା ବୁଲି ଦେଖିଥିବା ବେଳେ ସୁଟିଂ ପାଇଁ ଜିଲ୍ଲାପାଳ ଏବଂ ଏସ୍ପିଙ୍କୁ ଅନୁମତି ମାଗିଥିବା ଜଣାପଡିଛି । ଝୁଲାପୋଲ, ଗନ୍ତାଳଗୁଡା, ଗୁରୁପ୍ରିୟା ସେତୁ, ଗୋବିନ୍ଦ ପାଲ୍ଲୀ ଘାଟି ଓ ସପ୍ତାଧାରା ନଦୀ ବୁଲି ଦେଖିଛନ୍ତି ଟିମ । ତେବେ ଅନୁମତି ମିଳିଲେ ଆସନ୍ତା ମେ ମାସର ପ୍ରଥମ ସପ୍ତାହରେ ସୁଟିଂ ହେବ ବୋଲି ଜଣାପଡିଛି । ତେବେ ଏତେ ବଡ ସୁପରହିଟ ହିରୋଙ୍କ ସୁପର ହିଟ ଫିଲ୍ମ ମାଲକାନଗିରରେ ସୁଟିଂ ହେବା ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

ସ୍ବାଭିମାନ ଅଞ୍ଚଳର ପ୍ରାକୃତିକ ପରିବେଶ କାହାଣୀର ଆବଶ୍ୟକତା ସହ ମେଳ ଖାଉଥିବାରୁ ପ୍ରଥମେ ସ୍ଥାନ ପରିଦର୍ଶନ ପାଇଁ ଆବେଦନ କରିଥିଲେ । ଅନୁମତି ମିଳିବାରୁ ଫାଇଟ ମାଷ୍ଟର ଫିଟର ହେନ୍ସ, କଳା ନିର୍ଦ୍ଦେଶକ ରାମକ୍ରିଷ୍ଣା, ଆସୋସିଏଟ ଡାଇରେକ୍ଟର ପ୍ରସାଦ, ପ୍ରଡକ୍ସନ ମ୍ୟାନେଜର ପ୍ରମୁଖ ସ୍ବାଭିମାନ ଅଞ୍ଚଳ ବୁଲିଥିଲେ । ଏହାପରେ ଗତକାଲି(ରବିବାର) ପ୍ରଯୋଜକ ଟିମ ସୁଟିଂ ପାଇଁ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ଏବଂ ଏସପି ନୀତିଶ ଓ୍ବାଧଓ୍ବାନୀଙ୍କୁ ଲିଖିତ ଭାବେ ଅନୁମତି ମାଗିଛନ୍ତି ।

ପ୍ରକାଶଥାଉକି, ଓଡିଆ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ଅଭିନୀତ ଦମନ ଫିଲ୍ମ ମଧ୍ୟ ମାଲକାନଗିରିର ସ୍ବାଭିମାନ ଅଞ୍ଚଳରେ ସୁଟିଂ ହୋଇଥିଲା । ଦର୍ଶକ ଅନେକ ପ୍ରଶଂସା ଦେଇଥିବା ବେଳେ ସଫଳତା ହାସଲ କରିଥିଲା । ଏହାପରେ ହିନ୍ଧୀ ଭାଷାରେ ମଧ୍ୟ ଡବିଂ ହୋଇଥିଲା । ଦେଶ ବାହାରେ ମଧ୍ୟ ଦର୍ଶକଙ୍କ ମନ ଛୁଇଁଥିଲା ଦମନ । ଦକ୍ଷିଣ ଭାରତୀୟ ଫିଲ୍ମ ପୁଷ୍ପା-୨ର ସୁଟିଂ ହେବାକୁ ଯାଉଛି । ଏହା ଦ୍ବାରା ଜିଲ୍ଲାର ପର୍ଯ୍ୟଟନସ୍ଥଳୀର ପ୍ରଚାରପ୍ରସାର ହେବ ବୋଲି ଆଶା କରାଯାଉଛି ।

ଏହାରି ଭିତରେ ପୁଷ୍ପା-୨ର ଟ୍ରେଲର ରିଲିଜ ହୋଇଛି । ଅଲ୍ଲୁ ଅର୍ଜୁନଙ୍କ ନିଆରା ଲୁକକୁ ପ୍ରଶଂସା କରିଛନ୍ତି ଦର୍ଶକ । ସେ ଶାଢୀ ପିନ୍ଧିଥିବା ବେଳେ ବେକରେ ଲେମ୍ବୁ, ରଜନୀଗନ୍ଧା ହାର, କଣ୍ଠି, ମଳିମାଳା ବେଶ ଶୋଭା ପାଉଛି । ଦେଖିଲେ ସତେ ଯେମିତି ମାଆ କାଳୀଙ୍କ ପରି ମନେ ହେଉଛି । ଦେବୀଙ୍କ ପରି ମୁହଁରେ ଅଙ୍କା ଯାଇଛି ଚିତା ଓ କାନରେ କୁଣ୍ଡଳ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 10, 2023, 7:43 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.