ETV Bharat / state

ଗ୍ରାହକ ସେବା କେନ୍ଦ୍ରରୁ ଅର୍ଥ ଲୁଟ ଅଭିଯୋଗ

କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୨ ଗ୍ରାମରେ ଥିବା ବ୍ଯାଙ୍କ ଅଫ ବରୋଦା ବ୍ଯାଙ୍କର ଜନ ସେବା କେନ୍ଦ୍ରରେ ଦୁର୍ନୀତି । ଲୋକଙ୍କ ନାଁରେ ଖାତା ଖୋଲାଯାଇଥିଲେ ସୁଦ୍ଧା ଗ୍ରାହକଙ୍କୁ ପାସବୁକ୍‌ କିମ୍ବା ଏଟିଏମ କାର୍ଡ ମିଳିନାହିଁ । ହେଲେ ଖାତାରୁ ଟଙ୍କା ହଡପ ହେଉଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

author img

By

Published : May 18, 2022, 7:32 PM IST

ଗ୍ରାହକ ସେବା କେନ୍ଦ୍ରରୁ ଅର୍ଥ ଲୁଟ ଅଭିଯୋଗ
ଗ୍ରାହକ ସେବା କେନ୍ଦ୍ରରୁ ଅର୍ଥ ଲୁଟ ଅଭିଯୋଗ

ମାଲକାନଗିରି: ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି ୭୨ ଗ୍ରାମରେ ଥିବା ବ୍ୟାଙ୍କ ଅଫ ବରୋଦା ବ୍ୟାଙ୍କର ଜନ ସେବା କେନ୍ଦ୍ରରେ ସ୍ଥାନୀୟ ଅଞ୍ଚଳର ଅନେକ ଲୋକେ ଆକାଉଣ୍ଟ ଖୋଲିଥିଲେ । ତେବେ ସେହି ଗ୍ରାହକ ସେବା କେନ୍ଦ୍ରରେ ମାଲା ମାଡକାମୀ ଓ ମୋତି ମାଡକାମୀ ନିଜର ଆକାଉଣ୍ଟ ଖୋଲିଥିବା ବେଳେ ଭୟଙ୍କୁ ବ୍ୟାଙ୍କ ଖାତା କିମ୍ବା ଏଟିଏମ କାର୍ଡ ପ୍ରଦାନ କରାଯାଉନଥିଲା । ଉଭୟ ଟଙ୍କା ଉଠାଣ ପାଇଁ ସେହି ଗ୍ରାହକ ସେବା କେନ୍ଦ୍ରକୁ ଯାଉଥିବା ବେଳେ ଏହାର ଦୁରୂପୋଯୋଗ କରି ଉକ୍ତ କେନ୍ଦ୍ରର ପରିଚାଳକ ଅମିତ କୁମାର ଏହି ଦୁଇ ଜଣଙ୍କ ବ୍ୟାଙ୍କ ଖାତାରେ ଆସିଥିବା ଅନେକ ଅର୍ଥକୁ ହଡପ କରିନେଇଥିଲା ।

ଗ୍ରାହକ ସେବା କେନ୍ଦ୍ରରୁ ଅର୍ଥ ଲୁଟ ଅଭିଯୋଗ

ଉଭୟଙ୍କ ନିକଟରେ କୌଣସି ଏଟିଏମ କିମ୍ବା ବ୍ୟାଙ୍କ ଖାତା ନଥିବାରୁ ସେମାନେ ଏନେଇ କିଛି ଜାଣିପାରୁନଥିବା ବେଳେ ଏନେଇ ବର୍ତ୍ତମାନ ଜାଣିବା ପରେ ଉଭୟ ଆଜି(ବୁଧବାର) ମାଲକାନଗିରି ବିଧାୟକ ଆଦିତ୍ୟ ମାଢିଙ୍କ ଦ୍ଵାରସ୍ଥ ହୋଇ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି । ଏଭଳି ଘଟଣା ନୂଆ ନୁହେଁ, ଅନେକ ଲୋକଙ୍କ ଅର୍ଥକୁ ଏଭଳି ଲୁଟ କରାଯାଉଥିବା ବେଳେ ଭିଜିଲାନ୍ସ ତଦନ୍ତ ହେଲେ ଏହାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ବିଧାୟକ ମାଢି ପ୍ରକାଶ କରିଛନ୍ତି ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.