ETV Bharat / state

ସରୁନି ରାସ୍ତା କାମ, ହନ୍ତସନ୍ତ ସ୍ବାଭିମାନ ଅଞ୍ଚଳବାସୀ

ମାଲକାନଗିରି ଜିଲ୍ଲା ପାପରମେଟେଲା ଠାରୁ ଟେଙ୍ଗୁଗୁଡା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣଧୀନ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ରାସ୍ତା କାମ ଶେଷ ନହେଉଣୁ ଫାଳ ଫାଳ ଉଠିଯାଉଛି ପିଚୁ । ଅଧିକ ପଢ଼ନ୍ତୁ

author img

By

Published : Dec 17, 2022, 1:43 PM IST

low grade road construction in malkangiri
ସ୍ବାଭିମାନ ଅଞ୍ଚଳରେ ନିମ୍ନମାନର ରାସ୍ତା
ହନ୍ତସନ୍ତ ସ୍ବାଭିମାନ ଅଞ୍ଚଳବାସୀ

ମାଲକାନିଗିରି: ଗ୍ରାମକୁ ଗ୍ରାମ ସଡ଼କ ଯୋଜନା ଖୋଲିବ ସ୍ବାଭିମାନ ଅଞ୍ଚଳର ବିକାଶର ରାସ୍ତା । ଏହାକୁ ଦୃଷ୍ଟିରେ ରଖି ସରକାର ଖର୍ଚ୍ଚ କରି ଚାଲିଛନ୍ତି କୋଟିକୋଟି ଟଙ୍କା । କିନ୍ତୁ ଆଜିକୁ ଦେଢ ବର୍ଷ ହୋଇଗଲା, ହେଲେ ସରୁନି ରାସ୍ତାକାମ । ନିମ୍ନମାନର କାମ କରି ଏଠି ବିକାଶ ପରିବର୍ତ୍ତେ ମାଲାମାଲ୍ ହଉଛନ୍ତି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ । ଯାହାର ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପାପରମେଟେଲା ଠାରୁ ଟେଙ୍ଗୁଗୁଡା ପର୍ଯ୍ୟନ୍ତ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା କାମରେ ।

ପାପରମେଟେଲା ଠାରୁ ଟେଙ୍ଗୁଗୁଡା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତା ତିଆରି ଚାଲିଛି । ୨୮୬.୨୬ ଲକ୍ଷ ଟଙ୍କା ଅଟକଳରେ ୧୬.୬.୨୦୨୦ରେ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ୧୫.୪.୨୦୨୧ରେ ଶେଷ ହେବାକୁ ସମୟ ଧାର୍ଯ୍ୟ ହୋଇଥିଲା । ବିଡ଼ମ୍ବନାର ବିଷୟ ଅବଧି ସମୟ ସରିବାକୁ ଦେଢ ବର୍ଷ ପୂରିଲାଣି ହେଲେ ଅଦ୍ୟାବଧି କାମ ସମ୍ପୂର୍ଣ୍ଣ ହୋଇନାହିଁ । ମରାମତି ଅବସ୍ଥାରେ ଶୋଚନୀୟ ହୋଇ ପଡ଼ିଲାଣି ରାସ୍ତାର ସ୍ଥିତି । କେଉଁଠି ପିଚୁରୁ ଗୋଡ଼ି ଅଲଗା ହୋଇଯାଉଛି ତ ପୁଣି କେଉଁଠି ହାତରେ ମୁଠା ମୁଠା ପିଚୁ ଉଠିଯାଉଛି । ପୁରୁଣା ରାସ୍ତା ଉପରେ ଚିପ୍ସ ଓ ପତଳା ପିଚୁ ପକାଇ ନିମ୍ନମାନର ରାସ୍ତା ନିର୍ମାଣ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ରାସ୍ତା କାମଟି ମାଲକାନଗିରି ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତବିଭାଗଙ୍କ ତତ୍ତ୍ଵାବଧାନରେ କରାଯାଉଥିବା ବେଳେ ପ୍ରଥମ ଶ୍ରେଣୀ ଠିକାଦାର ପ୍ରମୋଦ କୁମାର ସ୍ବାଇଁ ଟେଣ୍ଡର ନେଇ କାମ କରୁଥିବା ଫଳକରେ ଉଲ୍ଲେଖ ରହିଛି । କାମ ନିମ୍ନମାନର ଅଭିଯୋଗ ପରେ ମାଲକାନଗିରି ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତବିଭାଗଙ୍କୁ ପଚାରିବାରୁ ସେ କହିଛନ୍ତି," ଦୁଇ ବର୍ଷ ଧରି କୋରୋନା ମହାମାରୀ ଯୋଗୁଁ କାମ ବିଳମ୍ବ ହୋଇଛି ଓ ନିମ୍ନମାନର କାମ ଅଭିଯୋଗ ଆସିବାରୁ ଠିକାଦାରଙ୍କୁ ବିଲ୍ ପୈଠ କରାଯାଇ ନାହିଁ ।" କାମ ଭଲଭାବେ କରିବା ପରେ ବିଲ୍ ପୈଠ କରାଯିବ କହିଛନ୍ତି ଅଧିକ୍ଷଣ ଯନ୍ତ୍ରୀ । ବର୍ତ୍ତମାନ ଦେଖିବାକୁ ବାକି ରହିଲା ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ଆସୁଥିବା ସରକାରଙ୍କ କୋଟିକୋଟି ଟଙ୍କା କେଉଁ କାମରେ ଲଗାଇଛି ପ୍ରଶାସନ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.