ETV Bharat / state

ଭିଜିଲା ମାଲକାନଗିରି: ଚାଷୀକୂଳ ମଧ୍ୟରେ ଖୁସିର ଲହରୀ, ଭାବବିହ୍ୱଳ ହେଲେ କବି

ବହୁ ପ୍ରତୀକ୍ଷିତ ଦକ୍ଷିଣ ମୌସୁମୀ ବାୟୁ ମାଲକାନଗିରିକୁ ଛୁଇଁବା ପରେ ଜିଲ୍ଲାରେ ୨୪ ଘଣ୍ଟାରେ ୫୭.୯୪ ମିଲିମିଟର ରେକର୍ଡ ହୋଇଛି। ପର୍ଯ୍ୟାପ୍ତ ବର୍ଷାକୁ ଦେଖି ଚାଷୀମାନେ ଚାଷ ଜମି ସଜାଡିବାରେ ବ୍ୟସ୍ତ ହୋଇପଡିଛନ୍ତି। ଅଧିକ ପଢନ୍ତୁ

ବର୍ଷାରେ ଭିଜିଲା ମାଲକାନଗିରି
ବର୍ଷାରେ ଭିଜିଲା ମାଲକାନଗିରି
author img

By

Published : Jun 27, 2023, 10:54 PM IST

ବର୍ଷାରେ ଭିଜିଲା ମାଲକାନଗିରି

ମାଲକାନଗିରି: ବହୁ ପ୍ରତୀକ୍ଷିତ ଦକ୍ଷିଣ ମୌସୁମୀ ବାୟୁ ମାଲକାନଗିରି ଜିଲ୍ଲାକୁ ଛୁଇଁବା ପରେ ପହିଲି ବର୍ଷା ହୋଇଛି । ଗୁରୁବାର ରାତିରୁ ସମଗ୍ର ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି। ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଗତ ୨୪ଘଣ୍ଟା ମଧ୍ୟରେ ମାଲକାନଗିରି ଜିଲ୍ଲାର 7ଟି ଯାକ ବ୍ଳକରେ ୪୦୫.୬ ପ୍ରତିଶତ ବର୍ଷା ହୋଇଥିବାବେଳେ ମାଲକାନଗିରି ବ୍ଲକରେ ୪୯.୪ ମିଲିମିଟର, ମାଥିଲି ବ୍ଲକରେ ୧୦୫ ମିଲିମିଟର, ଖଇରପୁଟ ବ୍ଲକରେ ୫୯ ମିଲିମିଟର, ଚିତ୍ରକୋଣ୍ଡା ବ୍ଲକରେ ୩୬ ମିଲିମିଟର, କୋରକୁଣ୍ଡା ବ୍ଳକରେ ୫୧ ମିଲିମିଟର, କାଲିମେଳା ବ୍ଲକରେ ୮୬ ମିଲିମିଟର, ପଡିଆ ବ୍ଲକରେ ୨୧.୨ ମିଲିମିଟର ବର୍ଷା ହୋଇଛି।

ଜିଲ୍ଲାରେ ସର୍ବାଧିକ ୪୦୫.୬ ମିଲିମିଟର ଅର୍ଥାତ ୫୭.୯୪ ପ୍ରତିଶତ ବର୍ଷା ହୋଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏହି 5 ଦିନ ମଧ୍ଯରେ ଜିଲ୍ଲାବାସୀ ତାତିରୁ ଆଶ୍ବସ୍ତି ଲାଭ କରିଛନ୍ତି। ଚାଷକାର୍ଯ୍ୟ ପାଇଁ ଚାଷୀ ବିଲରେ ହଳ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି। ଆଉ କେତେକ ଚାଷୀ ନିଜ ଚାଷ ଜମିକୁ ହୁଡା ବାନ୍ଧି ଜମି ସଜେଇବାରେ ବ୍ଯସ୍ତ ରହିଛନ୍ତି। ସେହିଭଳି ବର୍ଷା ହେବା ଫଳରେ ମାଲକାନଗିରି ଜିଲ୍ଲାର ମାଛଯାଁଳା ବିକ୍ରି କରୁଥିବା ବେପାରୀଙ୍କ ମନରେ ଏକ ପ୍ରକାର ଖୁସିର ଲହରି ଖେଳିଯାଇଛି ।

ତେବେ ଏହି ବର୍ଷ ବିଳମ୍ବରେ ମୌସୁମୀ ଆସିଥିଲେ ମଧ୍ଯ ଏହି କିଛି ଦିନରେ ବହୁମାତ୍ରାରେ ବର୍ଷା ହୋଇଥିବାରୁ ପୋଖରୀ ଗୁଡିକରେ ପାଣି ଭର୍ତ୍ତି ହୋଇଯାଇଛି। ଯାହା ଫଳରେ ମାଛଯାଁଳା ବେପାରୀମାନଙ୍କ ମାଛ ଯାଁଳା ବେଶ ଭଲ ଭାବରେ ବିକ୍ରି ହେବ ବୋଲି ସେମାନେ ଆଶ ବାନ୍ଧିଛନ୍ତି । ଏଣୁ ସେମାନେ ଏବେଠାରୁ ହିଁ ନିଜ ନିଜ ପୋଖୋରୀ ଗୁଡିକରେ ଯାଆଁଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏପରିକି କେହି କେହି ଯାଁଳା ବାହାରୁ ମଗେଇ ବେପାର ଆମ୍ଭର କରିଦେଇଥିବା ଦେଖିବାକୁ ମିଳିଛି ।

ମାଲକାନଗିରି ଜିଲ୍ଲାର ପର୍ବତମାଳାରେ ମେଘମାଳା ଗୁଡିକ ହାର ଭଳି ସଜେଇ ହୋଇରହିଥିବା ଭଳି ମନେହୁଏ। ଯାହାକୁ ଦେଖି କବିମାନେ ମଧ୍ଯ ଆତ୍ମବିଭାର ହୋଇ ଉଠିଛନ୍ତି। ଏହାସହ ସୁନ୍ଦର ସୁନ୍ଦର କବିତା ଲେଖି ଲୋକଙ୍କୁ ଉତ୍ସର୍ଗ କରିଛନ୍ତି । କେତେକ ସ୍ଥାନରେ ଗାଁର ପୁରୁଷ ଓ ମହିଳାମାନେ ବାଦ୍ୟ ବଜାଇ ପାରମ୍ପରିକ ବେଶଭୂଷାରେ ରାସ୍ତାରେ ନାଚିଗୀତ କରି ମଜା ଉଠାଉଥିବା ଦେଖିବାକୁ ମିଳିଛି। ପାରମ୍ପରିକ ତଥ୍ୟ ଅନୁଯାୟୀ, ରାମାୟଣ ଗ୍ରନ୍ଥରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଚନ୍ଦ୍ର, ସୀତା ଓ ଲକ୍ଷ୍ମଣଙ୍କୁ ମାଲ୍ୟବନ୍ତର ମେଘମାଳାକୁ ନେଇ ସୁନ୍ଦର ବର୍ଣ୍ଣନା କରିଥିବା ଉଲ୍ଲେଖ ରହିଛି । ବର୍ଷା ଦିନରେ ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟି ଓ ସ୍ବାଭିମାନ ଅଞ୍ଚଳର ସୌନ୍ଦର୍ଯ୍ୟ କିଛି ନିଆରା ଦେଖାଯାଏ ଯାହାକୁ ଉପଭୋଗ କରିବାପାଇଁ ବହୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.