ETV Bharat / state

ଉଜ୍ଜ୍ୱଳା ଯୋଜନାରେ ଯୋଗ ଦେବାକୁ ଯାଇ ଫେରିଲେନି 3 ଆଦିବାସୀ

ଦ୍ରୁତ ଗତିରେ ଯାଉଥିବା ପିକଅପ ଭ୍ୟାନଟି ସଲପ ପଦର ଗାଁ ପାଖରେ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଭାବେ ଆହତ ହୋଇଥିଲେ ।

author img

By

Published : Feb 12, 2019, 4:33 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା,ମାଲକାନଗିରି

ମାଲକାନଗିରି: ସରକାରଙ୍କ ଉଜ୍ଵଳା ଯୋଜନାରେ ଯୋଗ ଦେବାକୁ ଯାଉଥିବା ଆଦିବାସୀଙ୍କ ଜୀବନ ହେଲା ଅନ୍ଧକାର । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଆଜି ବିଜେପି ପକ୍ଷରୁ ଉଜ୍ଵଳା ଯୋଜନାକୁ ନେଇ ଦଳୀୟ କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ଏଥିରେ ଯୋଗ ଦେବାକୁ ଯାଉଥିବା ଏକ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇ 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 12 ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଆଦିବାସୀଙ୍କ ଘରେ ଘରେ ଅନ୍ଧକାର ଦୂର କରିବ ସରକାରଙ୍କ ଉଜ୍ଵଳା ଯୋଜନା ଏହି ଡାକରା ପାଇ ବିଜେପିର ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାହାରି ଥିଲେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଅନେକ ଗାଁ ଲୋକେ । ହେଲେ ସିରିଗୁଡା ଓ ପାତ୍ରଗୁଡା ଗାଁର ପ୍ରାୟ ୨୦ ଜଣ ଲୋକ ଯେଉଁ ଗାଡିରେ ସଭାସ୍ଥଳକୁ ଯାଉଥିଲେ । ଦ୍ରୁତ ଗତିରେ ଯାଉଥିବା ପିକଅପ ଭ୍ୟାନଟି ସଲପ ପଦର ଗାଁ ପାଖରେ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଭାବେ ଆହତ ହୋଇଥିଲେ ।

ଆହତମାନଙ୍କୁ ପ୍ରଥମେ ମାଥିଲି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରେ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଛି । ଯେଉଁଠି ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟମାନଙ୍କ ଅବସ୍ଥା ଏପର୍ଯ୍ୟନ୍ତ ସଙ୍କଟାପନ୍ନ ରହିଛି । ସରକାରଙ୍କ ଯୋଜନା ଆଶାରେ ଘରୁ ବାହାରି ଥିଲେ ଅନେକ ଆଦିବାସୀ ଲୋକେ । ହେଲେ କିଏ ଜାଣିଥିଲା ଦଇବ ସେମାନଙ୍କ ଉପରେ ଏପରି ଦାଉ ସାଜିବ ।

undefined

୯ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ଘରେ ଛାଡି ଆସିଥିବା ସୁନ୍ଦରା ଖରା ଆଉ ଘରକୁ ଫେରିବେ ନାହିଁ ବୋଲି କେମିତି ବିଶ୍ବାସ କରି ପାରିବେ ତାଙ୍କ ସ୍ତ୍ରୀ ଦୈମତି । ଏଣେ ପୁଅକୁ ହରାଇ ଥିବା ମାଆ ଲକ୍ଷ୍ମୀ ଖରା ମଧ୍ୟ ଗୁରୁତର ଆହତ ହୋଇ ଜିଲ୍ଲା ସଦର ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଜିଲ୍ଲା ସଦର ଚିକିତ୍ସାଳୟରେ ଓ ୩ ଜଣ ମାଥିଲି ପ୍ରାଥମିକ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏତେ ବଡ ଦୁର୍ଘଟଣା କିପରି ଘଟିଲା ତାହାର ତଦନ୍ତ କରୁଛି ପୋଲିସ ।

ଦୁର୍ଘଟଣା ପରେ ବନ୍ଦ ହୋଇ ଯାଇଛି ବିଜେପିର ଉଜ୍ଜ୍ବଳା କାର୍ଯ୍ୟକ୍ରମ । ମାଥିଲି ସଭା ସ୍ଥଳରୁ ବିଜେପିର ସମସ୍ତ ବ୍ୟାନର ପୋଷ୍ଟର ହଟି ଯାଇଥିବା ବେଳେ ଫେରାର ହୋଇ ଯାଇଛନ୍ତି ସମସ୍ତ ନେତା । ଘଟଣାର ତଦନ୍ତ ଲାଗି ପୋଲିସ ଏବେ ସେମାନଙ୍କୁ ଖୋଜୁଛି ।

ମାଲକାନଗିରିରୁ ଜୟନ୍ତ ତିଆଡି,ଇଟିଭି ଭାରତ

ସ୍ଲଗ- ଦିବ୍ୟାଙ୍ଗଙ୍କୁ ସରକାରୀ ସହାୟତା ସାତସପନ। ଦାରିଦ୍ର୍ୟ ତାଡ଼ନାରେ ଵିତୁଛି ଜୀବନ। ଭାଗ୍ୟକୁ ନିନ୍ଦୁଛି ମା'ର ମମତା।
ଫର୍ମାଟ- spl.story
ରିପୋର୍ଟ- ଜୀବନ ଜ୍ୟୋତି ନାୟକ
ତା- 11/02/2019
ଆଙ୍କର-  ଦଇବ ଯେବେ ବଇରୀ ସାଜେ ଜୀବନ ଯେତେବେଳେ ଧୋକା ଦିଏ ସେଠି ଭାଗ୍ୟକୁ ବା କିଏ ପଚାରେ। ଭଗବାନ ଦିବ୍ୟାଙ୍ଗ କରି ଜନ୍ମ ଦେଲେ ସିନା ହେଲେ ସରକାର ବି ଏଠି ମୁହଁ ଚାହିଁଲେନି। ନିରକ୍ଷରତା ବି ସରକାରୀ ଯୋଜନା ପାଇବାରେ ସାଜିଲା ବାଧକ। ମା'ର ମମତା କେଉଁଠି ଏକ କୋଣରେ ଗୁମୁରି କାନ୍ଦି ଭାଗ୍ୟକୁ ଦୋଷ ଦେବା ଛଡା ଆଉ ସବୁ ବାଟ ଅନ୍ଧାର ଦିଶୁଛି। ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ରାୟରାମଚନ୍ଦ୍ର ପୁର ପଞ୍ଚାୟତ ଟିପୁରା ଗ୍ରାମରେ।
ବାଲେଶ୍ୱର ସଦର ମହକୁମାରୁ ଟିପୁରା ଗାଁ ପାଖାପାଖି 70 କିଲୋମିଟର ରାସ୍ତା। ଗାଁର ନିରଞ୍ଜନ ପାତ୍ର ଓ ସଂଯୁକ୍ତା ପାତ୍ରଙ୍କ 2ପୁଅ ଓ ଗୋଟିଏ ଝିଅ। ମଝିଆଁ ପୁଅ ଶଶିକାନ୍ତ ଜନ୍ମରୁ ଦିବ୍ୟାଙ୍ଗ। ହାତଗୋଡ଼ କାମ କରୁନି କି ସେ କଥା ବି କହି ପାରୁ ନାହାନ୍ତି। ଗୋଟିଏ ଜାଗାରେ ବସି ରହୁଛନ୍ତି ଶଶିକାନ୍ତ। ଜନ୍ମ ଠାରୁ ମା ସଂଯୁକ୍ତା ପୁଅର ଭାଗ୍ୟକୁ ନେଇ ଗୁମୁରି ଗୁମୁରି କାନ୍ଦୁଛନ୍ତି। ସରକାରୀ ସହାୟତା ଟିକେ ପାଇବା ପାଇଁ ଆକୁଳ ହେଉଛନ୍ତି। ହେଲେ ନିରକ୍ଷରତା ଯୋଗୁଁ ସେସବୁ ସୁବିଧା ପାଇବା ତାଙ୍କ ପାଇଁ ସାତସପନ ପାଲଟିଛି। ପୁଅ ଶଶିକାନ୍ତଙ୍କୁ ଏବେ 14 ବର୍ଷ। ଏ 14 ବର୍ଷ ଭିତରେ ଅନେକ ନେତା ଓ ପ୍ରଶାସକ ଆସିଲେଣି ଓ ଗଲେଣି। ହେଲେ କାହାରି ନଜର ଦିବ୍ୟାଙ୍ଗ ଶଶିକାନ୍ତଙ୍କ ଉପରେ ପଡି ପାରିନାହିଁ। ନିରଞ୍ଜନ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ଜମିବାଡ଼ି ବୋଲି ନିଜର କିଛି ନାହିଁ। ଭାଗଚାଷ କରି ପରିବାର ବୋଝ ଉଠାଉ ଥିବା ବେଳେ ପୁଅର ଏମିତି ଅବସ୍ଥା ତାଙ୍କୁ ଭାଙ୍ଗି ପକାଉଛି। କେମିତି ଓ କେଉଁଠୁ ସରକାରୀ ଯୋଜନା ପାଇବାକୁ ହୁଏ ସେ କଥା ବି ଏହି ପରିବାର ଜାଣି ନାହାନ୍ତି ବୋଲି କହିଛନ୍ତି। ପୂର୍ବରୁ ଶଶିକାନ୍ତ ଙ୍କୁ 10କିଲୋ ଚାଉଳ ମିଳୁଥିଲା ମାତ୍ର ଏବେ ରାସନକାର୍ଡ ହେବା ପରେ ସେତକ ବି ମିଳୁନି।
   ସକାଳୁ ଉଠିଲେ ସଂଯୁକ୍ତାଙ୍କ ପୁଅର ଚିନ୍ତା ଘାରେ। ଗୋଟେପଟେ ପରିବାର ଚଳାଇବା କଷ୍ଟ ହେଉଥିବା ବେଳେ ପୁଅର ସମସ୍ତ କାମ କରିବାକୁ କେହି ନାହିଁ। ବିଛଣାରେ ଶଶିକାନ୍ତ ଦିନରାତି ପଡ଼ି ରହୁଛନ୍ତି। ଖାଇବାଠୁଁ ଆରମ୍ଭ କରି ଝାଡ଼ା ପରିସ୍ରା ସେହି ବିଛଣାରେ ହିଁ ହୁଏ। 14 ବର୍ଷ ଧରି ମାଆ ର ମମତା ଏମିତି ଭାଗ୍ୟକୁ ନିନ୍ଦି ଚାଲିଥିବା ବେଳେ ସରକାରୀ ବାବୁ କି ନେତାମାନେ ମଧ୍ୟ ତାଙ୍କ ଦୁଃଖ ବୁଝିବାକୁ ଆସିନାହାନ୍ତି। ପରିବାର ଚଳାଇବା ପାଇଁ କଷ୍ଟ ହେଉଥିବା ଯୋଗୁଁ ସଂଯୁକ୍ତା ପରଘରେ କାମ କରିବାକୁ ଯାଆନ୍ତି। ହେଲେ ସେଠାରେ ପୁଅ ଚିନ୍ତା ତାଙ୍କୁ ଘରୁଥାଏ। ବଡ଼ ଝିଅ ମାଆ ର ଅନୁପସ୍ଥିତିରେ ସାନ ଭାଇ ଶଶିକାନ୍ତ ଙ୍କ ସମସ୍ତ ଦାୟିତ୍ୱ ନିଅନ୍ତି। ସଂଯୁକ୍ତା ମଧ୍ୟ ଗଳଗଣ୍ଡ ରୋଗରେ ପୀଡିତ। ଏମିତି ଏକ ପରିସ୍ଥିତିରେ ପରିବାର ଉପରେ ଯେମିତି ପ୍ରତି ମୁହୂର୍ତ୍ତରେ ଦଇବ ଦାଉ ସାଧୁଛି।
2011 ମସିହାରେ ଶଶିକାନ୍ତଙ୍କୁ ସରକାରୀ ସ୍ତରରେ ଏକ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଥିଲେ ବି ସରକାରୀ ସହାୟତା ଅପହଞ୍ଚ ପାଲଟିଛି। 4ମାସ ପୂର୍ବରୁ ସ୍ଥାନୀୟ ସରପଞ୍ଚ ସେମାନଙ୍କ ଠାରୁ ଭତ୍ତା ଆବେଦନ ଫର୍ମ ନେଇଥିବା ସଂଯୁକ୍ତା କହିଛନ୍ତି। ରହିବାକୁ ସରକାରୀ ଭାବେ ଏକ ଇଣ୍ଡିରାଆବାସ ମିଳିଥିଲେ ବି ତାହା ସମ୍ପୂର୍ଣ୍ଣ ହୋଇନାହିଁ।
ଭଉଣୀ କହୁଛି ମୋ ଭାଇ ଆମ ସହ ଖେଳିବାକୁ ଯାଉନି, ମା କହୁଛି ମୋ ପୁଅ ମୋତେ ମା ବୋଲି ଡାକୁନି। ଏମିତି ଏକ ଦୁଃଖଦ ପରିସ୍ଥିତରେ ପରିବାର ଲୋକେ ଦିନ କାଟୁଛନ୍ତି। ପରିବାରର ଏମିତି ସ୍ଥିତି ଦେଖି ପାଖ ପଡ଼ିଶା ବି ଲୁହ ଝରାଉଛନ୍ତି। ତୁରନ୍ତ ଶଶିକାନ୍ତଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।
ଔପଦା ବିଡିଓ ପିତାମ୍ବର ଭୋଇଙ୍କ ଭେଟିବା ପରେ ସେ ନିଜ ଆଡୁ ଶଶିକାନ୍ତଙ୍କ ପାଖରେ ପହଞ୍ଚି ସମସ୍ତ ସରକାରୀ ସହାୟତା ଯୋଗାଇ ଦେବେ ବୋଲି କହୁଛନ୍ତି।
ବାଇଟ1- ସଂଯୁକ୍ତା ପାତ୍ର(ଶଶିକାନ୍ତ ଙ୍କ ମା)
ବାଇଟ2- ବାସନ୍ତି ପାତ୍ର(ଗ୍ରାମବାସୀ)
ବାଇଟ3- ବସନ୍ତ ପାତ୍ର(ଗ୍ରାମବାସୀ)
ବାଇଟ4- ଲତାଞ୍ଜଳୀ ପାତ୍ର( ଶଶିକାନ୍ତଙ୍କ ଭଉଣୀ)
ବାଇଟ5- ପିତାମ୍ବର ଭୋଇ(ଔପଦା ବିଡିଓ)

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.