ETV Bharat / state

ଦୁର୍ଘଟଣା ପରେ ଅକର୍ମଣ୍ୟ ଯବାନ: ନିଦାବିଷ୍ଣୁ ପ୍ରଶାସନ, ଦହଗଞ୍ଜ ପରିବାର

ଦିନେ ହାତରେ ବନ୍ଧୁକ ଧରି ମାଓବାଦୀଙ୍କ ସହ ଲଢେଇ କରୁଥିବା ଯବାନ ଆଜି ଅଲୋଡା। ଅନ୍ୟ ଉପରେ ନିର୍ଭର କରିବା ପାଇଁ ବାଧ୍ୟ । ଦୁର୍ଘଟଣାର ସମ୍ମୁଖିନ ହେବାପରେ ଅଦରକାରୀ ହୋଇ ପଡିଛନ୍ତି, ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗୁଦନାଡ ଗାଁର ରାମସିଂ ବୁରୁଦା ।

author img

By

Published : Aug 26, 2019, 12:26 PM IST

Updated : Aug 26, 2019, 1:08 PM IST

ଡିଜାଇନ ଫଟୋ

ମାଲକାନଗିରି: ଦେଶ ମାତୃକାର ସେବା ପାଇଁ ନିଜ ପ୍ରାଣପ୍ରଣେ ଚେଷ୍ଟା କରିଥାଏ ଏ ଦେଶର ବୀର ଯବାନ । ଜୀବନକୁ ତୁଚ୍ଛ, ଘର ପରିବାରକୁ ପର କରି ଜୀବନର ଅଦ୍ଧାର୍ଧିକ ସମୟ କଟାଏ ମୃତ୍ୟୁର ଉପତ୍ୟକାରେ । ସୁସ୍ଥ ସବଳ ଥିଲା ବେଳେ ଦେଶ ପାଇଁ ଦେହରେ ହାତୀ ପରି ବଳ ଥାଏ । ହେଲେ ଯଦି ଅସୁସ୍ଥ, ଅକର୍ମଣ୍ୟ ହୋଇଯାଏ , ତେବେ କଣ ହୁଏ ଯବାନ ଜୀବନରେ ? ଏହାର ଉତ୍ତର ଖୋଜିଲେ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଗୁଦୁନାଡ ଗ୍ରାମର ଓଏପିଏଫ ଯବାନ ରାମସିଂ ବୁରୁଦାଙ୍କ ଘଟଣା ଅନେକ କିଛି ସ୍ପଷ୍ଟ କରିଦିଏ । ଦେଶ ପାଇଁ ନିଜକୁ ସମର୍ପିତ କରିଥିବା ରାମସିଂ ଦୁର୍ଘଟଣାରେ ଆହତ ହୋଇ ଅକର୍ମଣ୍ୟ ହେବା ପରେ ସରକାର, ଜିଲ୍ଲା ପ୍ରଶାସନ ସମସ୍ତେ ନିରବଦ୍ରଷ୍ଟା ପାଲଟିଛନ୍ତି । ପ୍ରାପ୍ୟ ଦରମା ମଧ୍ୟ ମିଳି ପାରିନାହିଁ ରାମସିଂଙ୍କୁ । ସହାୟତା ପ୍ରଦାନ ନକରି ଜୀବନ ମରଣ ସହ ସଂଘର୍ଷ କରିବାକୁ ଏକାକୀ ଛାଡି ଦେଇଛନ୍ତି ସରକାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସମ୍ପୂର୍ଣ୍ଣ ଘଟଣା ଏହିପରି । ୨୦୦୯ ମସିହାରେ ପ୍ରଥମେ ମାଲକାନଗିରି ଜିଲ୍ଲାରେ ଏସ.ପି.ଓ ଭାବେ ନିଯୁକ୍ତି ପାଇ ଥିଲେ ରାମ ସିଂ ବୁରୁଦା । ମାଓ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ଗତ ୨୦୧୧ ଫେବୃଆରୀ ମାସରେ ଓଏପିଏଫ ବାହିନୀରେ ସ୍ଥାୟୀ ନିଯୁକ୍ତି ମିଳିଥିଲା । ମାଓ ଦାମନ ସାଙ୍ଗକୁ ଗରିଲା ବାହିନୀକୁ କଡା ଟକ୍କର ଦେବାରେ ସିଦ୍ଧ ହସ୍ତ ଥିବା ରାମସିଂଙ୍କୁ ମାଓ ମୁକାବିଲା ପାଇଁ ୨୦୧୩ ମସିହାରେ ବରଗଡକୁ ପଠାଯାଇଥିଲା ।

ରାମସିଂଙ୍କୁ ଛତିଶଗଡ ସହ ଲାଗିଥିବା ବରଗଡ ଜିଲ୍ଲାର ଜଗଦଲପୁର ଅଞ୍ଚଳରେ ମାଓ ଉପଦ୍ରବ ବଢିବା କାରଣରୁ ପରେ ଜଗଦଲପୁର ସିଆରପିଏଫ କ୍ୟାମ୍ପକୁ ପଠାଯାଇଥିଲା । ସବୁ କିଛି ଠିକ୍‌ଠାକରେ ଚାଲିଥିଲା । ହେଲେ ବିପଦର ବଳୟ ଭିତରେ କେତେ ବିଚରା ପାଲଟି ଯାଏ ମଣିଷ ତାହା ଘଟିଥିଲା ରାମସିଂଙ୍କ ଜୀବନରେ ।

୨୦୧୮ ଅକ୍ଟୋବର ୧୫ ତାରିଖରେ ମୋଟର ସାଇକେଲ ଯୋଗେ କର୍ମକ୍ଷେତ୍ର ଜଗଦଲପୁରରୁ ପଦ୍ମପୁର ଯାଉଥିବା ସମୟରେ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ ରାମ ସିଂ । ବଦଳିଗଲା ରାମସିଂହଙ୍କ ଜୀବନ । ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରଥମେ ସୋଏଲା ଠାରେ ପ୍ରାଥମିକ ଚିକିତ୍ସା ହେବା ପରେ ବୁର୍ଲା ମେଡିକାଲରେ ଦେଢ ମାସ ଧରି ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଜୀବନ ସିନା ବଞ୍ଚିଗଲା ହେଲେ କୋମାକୁ ଚାଲିଗଲେ ରାମସିଂ । କୌଣସି ବୀମାରାଶି କଥା ତ ଦୂରରେ ଥାଉ ଦୁର୍ଘଟଣାର ଦୁଇ ମାସ ପରେ ଦରମା ମଧ୍ୟ ବନ୍ଦ କରିଦେଲା ରାଜ୍ୟ ପୋଲିସ ବିଭାଗ । ଅନ୍ୟ ଉପାୟ ନପାଇ ପୁଅର ଚିକିତ୍ସା ପାଇଁ ୩ ଏକର ଜମି ବିକି ଦେଲେ ବାପା । ୨ ଏକର ଜମି ଏବେ ବି ବନ୍ଧା ପଡିଛି । ଛୋଟ ପୁଅ ବେଙ୍ଗାଲୁରୁରେ ଦାଦନ ଖଟି ଯାହା ଦୁଇ ପଇସା ରୋଜଗାର କରୁଛି ସେଥିରେ ରାମ ସିଂଙ୍କ ଔଷଧ କିଣା ହୁଏ । ବୁଢାବାପା ମୂଲ ଲାଗିଲେ ଘରେ ଚୁଲି ଜଳୁଛି, ନହେଲେ ଉପାସ ରହୁଛି ପରିବାର । ବୀର ଯବାନଙ୍କ ଏପରି ଦୁର୍ଦ୍ଦଶା ସମୟରେ ସାହାଯ୍ୟ କରିବାକୁ କେହି ନାହିଁ ।

ପ୍ରାୟ ଏକ ବର୍ଷ ହେବ ଶଯ୍ୟାଶାୟୀ ରାମସିଂ । କୋମାରେ ପଡି ରହି ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ସରକାର ନିର୍ଦ୍ଦୟ ପାଲଟିଛନ୍ତି । ସହାୟତା ତ କରି ନାହାଁନ୍ତି ଓଲଟି ଦରମା ମଧ୍ୟ ବନ୍ଦ କରିଦେଇଛନ୍ତି । ସହାୟତା ପାଇଁ ଧାଇଁ ଧାଇଁ ନୟାନ୍ତ ପରିବାର ଏବେ ଉପାୟଶୂନ୍ୟ ।

ଅନ୍ୟପଟେ ଗ୍ରାମବାସୀ ଓ ରାମସିଂଙ୍କ ପରିବାର ଇଟିଭି ଭାରତ ସମ୍ବାଦଦାତାଙ୍କ ସହ ଯୋଗଯୋଗ କରି ନିଜ ଦୁଃଖ ବଖାଣିଥିଲେ । ଶେଷରେ ତାଙ୍କ ସମସ୍ୟାକୁ ନେଇ ଇଟିଭି ସମ୍ବାଦଦାତା ମାଲକାନଗିରି ଏସପି ଋଷିକେଶ ଖିଲାରିଙ୍କ ସହ ଆଲୋଚନା କରିଥିଲେ । ସମସ୍ୟା ଶୁଣି ଯଥା ଶୀଘ୍ର ତାଙ୍କ ଚିକିତ୍ସା ପାଇଁ ସମସ୍ତ ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି ମାଲକାନଗିରି ଏସ୍‌ପି ଖିଲାରି ଋଷିକେଶ ଡି.।

ବୀର ଯବାନ ଶଯ୍ୟାଶାୟୀ ହୋଇଥିବା ବେଳେ କାଣିକଉଡି ତ ଦୂରର କଥା ପ୍ରାପ୍ୟ ଟଙ୍ଗା ବି ଦେଇନି ପୋଲିସ ଓ ପ୍ରଶାସନ । ଏବେ ଦିଆଯାଇଥିବା ପ୍ରତିଶ୍ରୃତି ସହ ସରକାରୀ ସହାୟତା କେବେ ରାମସିଂଙ୍କୁ ମିଳୁଛି ତାହା ଦେଖିବାକୁ ରହିଲା ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
Last Updated : Aug 26, 2019, 1:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.