ETV Bharat / state

ବର୍ଜ୍ୟବସ୍ତୁରେ ସୁସଜ୍ଜିତ ଶ୍ମଶାନ, ଦେଖିବାକୁ ଲାଗୁଛି ଭିଡ - Burial ground man Bandhu Nayak

ଅସହାୟ ଗରିବ ଲୋକଙ୍କ ଲାଗି ସରକାରଙ୍କ ଅନେକ ଯୋଜନା ରହିଛି । ହେଲେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ପାଇଁ ସେସବୁ ଯୋଜନା ଯେମିତି ବାଟ ମାରଣା ହୋଇଯାଇଛି । ଏହାର ଉଦାହରଣ ଦେଖିବାକୁ ମିଳିଛି ମାଥିଲି ଅଞ୍ଚଳରେ । ଏଠାରେ ବନ୍ଧୁ ନାୟକ ନାମକ ଜଣେ ବ୍ୟକ୍ତି ମାନସିକ ଭାରସାମ୍ୟ ହରାଇବା ପରେ ତାଙ୍କୁ ଗାଁରୁ ବାସନ୍ଦ କରାଯାଥିଲା । ସେହି ଦିନପରଠୁ ସେ ଗାଁ ମଶାଣିକୁ ନିଜ ଘର ଭାବି ବାସ କରୁଛନ୍ତି  । କେବଳ ସେତିକି ନୁହେଁ ମଶାଣିକୁ ସୁନ୍ଦର ଭାବେ ପ୍ଲାଷ୍ଟିକ ସାହାଯ୍ୟରେ ସଜାଇଛନ୍ତି । ପଢନ୍ତୁ ଇଟିଭି ଭାରତର ବିଶେଷ ରିପୋର୍ଟ....

Burial ground man Bandhu Nayak
ମଶାଣିର ମଣିଷ ବନ୍ଧୁ ନାୟକ...
author img

By

Published : Jan 16, 2020, 11:57 AM IST

ମାଲକାନଗିରି: ବାଟରେ ଚାଲିବା ସମୟରେ କ୍ଷଣିକ ପାଇଁ ଅଟକିଯାଏ ପାଦ, ଝଲସିଯାଏ ଆଖି । ଦୂରରୁ ମନ୍ଦିର ପାର୍କର ଭ୍ରମ ସୃଷ୍ଟି କରୁଥିବା ଏହି ସୁନ୍ଦର ସ୍ଥାନଟି ବାସ୍ତବରେ ଗାଁ ମଶାଣି । ମଶାଣିକୁ ଦର୍ଶନୀୟ ସ୍ଥାନରେ ପରିଣତ କରିଥିବା ସେହି ଆଦିବାସୀ ବ୍ୟକ୍ତି ଜଣକ ହେଲେ ମାଲକାନଗିରି ଜିଲ୍ଲା ମାଥିଲିର ବନ୍ଧୁ ନାୟକ । ଦିନେ ନିଜ ହାତରେ ଅନେକ କାଠ ସାମଗ୍ରୀ ତିଆରି କରି ଜିଲ୍ଲାରେ ବେଶ ସୁନାମ ଅର୍ଜନ କରିଥିଲେ ବନ୍ଧୁ ନାୟକ । ଲୋକେ ନିଜ ଘରର ଖଟ, ପଲଙ୍କ ଓ ଡ୍ରେସିଙ୍ଗ ଟେବୁଲ ତିଆରି କରିବା ଲାଗି ବନ୍ଧୁଙ୍କୁ ଖୋଜୁଥିଲେ । ହେଲେ ହଠାତ ସେ ନିଜର ମାନସୀକ ଭାରସାମ୍ୟ ହରାଇ ବସିଲେ । ଲୋକଙ୍କୁ କେବଳ ସମାଜର ମଙ୍ଗଳ ପାଇଁ ବାର୍ତ୍ତା ଦେବା ଆରମ୍ଭ କଲେ । ହେଲେ ତାଙ୍କୁ ପାଗଳ ବୋଲି କହି ଗାଁ ଲୋକେ ଗାଁରୁ ବାସନ୍ଦ କରିଦେଲେ । ଶେଷରେ ଗାଁ ମଶାଣିକୁ ନିଜର ବାସସ୍ଥାନ ବୋଲି ଭାବି ନେଲେ ବନ୍ଧୁ ଏବଂ ସେବେଠାରୁ ଏଠାରେ ହିଁ ରହି ଆସୁଛନ୍ତି ସେ ।

ମଶାଣିର ମଣିଷ ବନ୍ଧୁ ନାୟକ

ମଶାଣିର ନାଁ ଶୁଣିଲେ ଲୋକେ ଭୁତ ପ୍ରେତର ଭୟ କରନ୍ତି । ହେଲେ 5 ବର୍ଷ ଧରି ବନ୍ଧୁ ରହୁଥିବା ଏହି ମଶାଣିଟିକୁ ଦେଖିବା ଲାଗି ଲୋକଙ୍କ ମନରେ ଅନେକ ଆଗ୍ରହ । କାରଣ ମାଲକାନଗିରି ଠାରୁ ମାଥିଲି ମୁଖ୍ୟ ରାସ୍ତାର କଲେଜ ନିକଟରେ ଥିବା ଏହି ମଶାଣିଟିକୁ ଦୁରରୁ ଦେଖିଲେ ଲୋକେ ପ୍ରଥମେ ମନ୍ଦିର କିମ୍ବା କୌଣସି ପାର୍କ ବୋଲି ଭାବନ୍ତି । ତେବେ ପାଖକୁ ଗଲେ ଜଣାପଡେ ଏହା ଏକ ମଶାଣି । ମୃତ ଲୋକଙ୍କ ଶେଷ କ୍ରିୟା ପରେ ମଶାଣିରେ ଫିଙ୍ଗା ଯାଇଥିବା ସମସ୍ତ ପ୍ରକାର ବର୍ଜ୍ୟ ବସ୍ତକୁ ସଜାଇ ଏହାକୁ ଏକ ଭିନ୍ନ ରୁପ ଦେଇଛନ୍ତି ବନ୍ଧୁ ନାୟକ । ଛତା ଓ ଜୋତା ଠାରୁ ଆରମ୍ଭ କରି ଜାମା କପଡା ଓ ରେଡିଓ ଟିଭି ସହ ପ୍ଲାଷ୍ଟିକ ଜିନିଷକୁ ଏମିତି ଭାବେ ସଜାଇଛନ୍ତି, ଯାହାକୁ ଦେଖିଲେ ଳୋକଙ୍କ ମନ ଖୁସିରେ ଭରି ଯାଉଛି । ବର୍ଜ୍ୟବସ୍ତୁକୁ ନେଇ ଅନେକ ଖେଳନା ତିଆରି କରି ସେଠାରେ ଝୁଲାଇଛନ୍ତି ବନ୍ଧୁ ।

ହେଲେ ଲୋକଙ୍କୁ ବାର୍ତ୍ତା ଦେଉଥିବା ଏହି ମଣିଷ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଜାଗାଟିଏ ନଥିବା ବେଳେ ତାଙ୍କୁ ଘରଟିଏ ଦେବା ଲାଗି ପ୍ରତିଶୃତି ଦେଇଛନ୍ତି ସ୍ତାନୀୟ ବିଧାୟକ । ଗାଁ ମଶାଣିକୁ ଏକ ଭିନ୍ନ ରୁପ ଦେଇଥିବା ବନ୍ଧୁ ନାୟକ ଏବେ ସମସ୍ତଙ୍କ ବନ୍ଧୁ ପାଲଟିଛନ୍ତି । ପ୍ଲାଷ୍ଟିକକୁ ପୁନଃ ବ୍ୟବାହର କରି ଲୋକଙ୍କୁ ଅନେକ ବାର୍ତ୍ତା ଦେଇଛନ୍ତି ବନ୍ଦୁ ନାୟକ ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Etv Bharat Special_ Office Need

ଅସହାୟ ଗରିବ ଲୋକଙ୍କ ଲାଗି ସରକାରଙ୍କ ଅନେକ ଯୋଜନା ରହିଛି । ହେଲେ ଆଦିବାସି ଅଧୁଷିତ ମାଲକାନଗିରି ଜିଲ୍ଲା ପାଇଁ ସେସବୁ ଯୋଜନା ଯେମିତି ବାଟ ମାରଣା ହୋଇଯାଇଛି । ହଁ ଆମେ ଏଇଥି ପାଇଁ ଏସବୁ କଥା କହୁଛୁ ଗାଁରେ ରହିବା ଲାଗି ଜଣେ ଆଦିବାସି ଲୋକଙ୍କୁ କୌଣସି ସହୟତା ନମିଳିବା ପରେ ମଶାଣିକୁ ନିଜର ଘର ବୋଲି ଭାବି ନେଇ ଆଉ ସମାଜ ପାଇଁ ଦେଇଛନ୍ତି ଏକ ଭିନ୍ନ ଏକ ବାର୍ତ୍ତା । ଦେଖନ୍ତୁ ଇଟିଭି ଭାରତର ବିଶେଷ ରିପୋର୍ଟ…………Body:ଭି.ଓ.୧ – ଗାଁରେ ବାସ କରିବା ଲାଗି ତାଙ୍କୁ ମିଳିନାହି ଖଣ୍ଡିଏ ଜାଗା । ଶେଷରେ ଗାଁ ମଶାଣିକୁ ନିଜର ଘର ବୋଲି ଭାବିନେଲେ ସେ । ଦିନେ କି ଦୁଇ ଦିନ ନୁହେ ଦିର୍ଘ ୫ ବର୍ଷ ଧରି ମଶାଣିରେ ନିଜର ଜିବନ କଟାଉଛନ୍ତି ସେ । ହଁ ଆମେ କହୁଛୁ ମାଲକାନଗିରି ଜିଲ୍ଲା ମାଥିଲି ଗାଁର ବନ୍ଧୁ ନାୟକଙ୍କ କଥା । ଦିନେ ନିଜ ହାତରେ ଅନେକ କାଠ ସାମଗ୍ରୀ ତିଆରି କରି ମାଲକାନଗିରି ଜିଲ୍ଲାରେ ବେଶ ସୁନାମ ଅର୍ଜନ କରିଥିଲେ ବନ୍ଧୁ ନାୟକ । ଲୋକେ ନିଜ ଘରର ଖଟ ପଲଙ୍କ ଓ ଡ୍ରେସିଙ୍ଗ ଟେବୁଲ ତିଆରି କରିବା ଲାଗି ବନ୍ଧୁ ନାୟକଙ୍କୁ ଖୋଜୁ ଥିଲେ । ହେଲେ ଦିନେ ହଠାତ୍ ତାଙ୍କ ମସ୍ତିଷ୍କ କଅଣ ହେଲା କେଜାଣେ ସେ ଭିନ୍ନ ଦୁନିଆକୁ ଚାଲିଗଲେ । ଲୋକଙ୍କୁ କେବଳ ସମାଜର ମଙ୍ଗଳ ପାଇଁ ବାର୍ତ୍ତା ଦେଲେ । ହେଲେ ତାଙ୍କୁ ପାଗଳ ବୋଲି କହି ଗାଁ ଲୋକେ କିନ୍ତୁ ଗାଁରେ ରହିବା ଲାଗି ଖଣ୍ଡିଏ ଜାଗା ଦେଲେ ନାହି ତାଙ୍କୁ । ଶେଷରେ ଗାଁ ମଶାଣିକୁ ନିଜର ବାସ ସ୍ତାନ ବୋଲି ଭାବି ନେଲେ ବନ୍ଧୁ ନାୟକ ଆଉ ସେବେ ଠାରୁ ଏଠାରେ ହିଁ ରହି ଆସୁଛନ୍ତି ସେ ।

ବାଇଟ ୧ - ଅବଦୁଲ ଗାନି, ମାଥିଲି ବାସିନ୍ଦା- ଧଳା ଟି ସାର୍ଟ ପିନ୍ଧିଛନ୍ତି

ଭି.ଓ.୨ - ମଶାଣିର ନା ଶୁଣିଲେ ଲୋକେ ଭୁତ ପ୍ରେତର ଭୟ କରନ୍ତି । ହେଲେ ବନ୍ଧୁ ନାୟକ ରହୁଥିବା ଏହି ମଶାଣିଟିକୁ ଦେଖିବା ଲାଗି କିନ୍ତୁ ଲୋକଙ୍କ ମନରେ ଅନେକ ଆଗ୍ରହ ରହିଛି । କାରଣ ମାଲକାନଗିରି ଠାରୁ ମାଥିଲି ମୁଖ୍ୟ ରାସ୍ତାର କଲେଜ ନିକଟରେ ଥିବା ଏହି ମଶାଣିଟିକୁ ଦୁରରୁ ଦେଖିଲେ ଲୋକେ ପ୍ରଥମେ ମନ୍ଦିର କିମ୍ବା କୌଣସି ପାର୍କ ବୋଲି ଭାବନ୍ତି ତେବେ ପାଖକୁ ଗଳେ ଜଣା ପଡେ ଯେ ଏହା ଏକ ମଶାଣି । ମୃତ ଲୋକଙ୍କ ଶେଷ କ୍ରିୟା ପରେ ମଶାଣିରେ ଫିଙ୍ଗା ଯାଇଥିବା ସମସ୍ତ ପ୍ରକାର ବର୍ଜ୍ୟ ବସ୍ତକୁ ସଜାଇ ଏହାକୁ ଏକ ଭିନ୍ନ ରୁପ ଦେଇଛନ୍ତି ବନ୍ଧୁ ନାୟକ । ଛତା ଓ ଜୋତା ଠାରୁ ଆରମ୍ଭ କରି ଜାମା କପଡା ଓ ରେଡିଓ ଟିଭି ସହ ପ୍ଲାଷ୍ଟିକ ଜିନିଷକୁ ଏମିତି ଭାବେ ସଜାଇଛନ୍ତି ବନ୍ଧୁ ନାୟକ ଯାହାକୁ ଦେଖିଲେ ଳୋକଙ୍କ ମନ ଖୁସିରେ ଭରି ଯାଉଛି । ବର୍ଜ୍ୟ ବସ୍ତୁକୁ ନେଇ ଅନେକ ଖେଳନା ତିଆରି କରି ସେଠାରେ ଝୁଲାଇଛନ୍ତି ବନ୍ଧୁ ନାୟକ । ହେଲେ ଲୋକଙ୍କୁ ବାର୍ତ୍ତା ଦେଉଥିବା ଏହି ମଣିଷ ପାଖରେ ମୁଣ୍ଡ ଗୁଞ୍ଜିବାକୁ ଜାଗାଟିଏ ନଥିବା ବେଳେ ତାଙ୍କୁ ଘରଟିଏ ଦେବା ଲାଗି ପ୍ରତିଶୃତି ଦେଇଛନ୍ତି ସ୍ତାନିୟ ବିଧାୟକ ।

ବାଇଟ ୨- କୁନାଲ ସାହୁ, ମାଥିଲି ବାସିନ୍ଦା- ନାଲି ଟିସାର୍ଟ ପିନ୍ଧିଛନ୍ତି

ବାଇଟ ୩ - ପୁର୍ଣ ଚନ୍ଦ୍ର ବାକା, ଚିତ୍ରକୋଣ୍ଡା ବିଧାୟକ

Conclusion:ଫା.ଭି.ଓ. – ଗାଁ ମଶାଣିକୁ ଏକ ଭିନ୍ନ ରୁପ ଦେଇଥିବା ବନ୍ଧୁ ନାୟକ ଏବେ ସମସ୍ତଙ୍କ ବନ୍ଧୁ ପାଲଟିଛନ୍ତି । ସମାଜରେ ବାସ କରୁଥିବା ଲୋକଙ୍କ ପାଇଁ ଅନେକ ବାର୍ତ୍ତା ଦେଇଛନ୍ତି ବନ୍ଦୁ ନାୟକ ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ................

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.