ETV Bharat / state

ମାଲକାନଗିରି ଘରୋଇ କ୍ଲିନିକରେ ଚଢ଼ାଉ, ମାଲିକ ସହ ଦଲାଲ ଗିରଫ - ଘରୋଇ କ୍ଲିନିକରେ ସରକାରଙ୍କ ମାଗଣା ପରୀକ୍ଷା

ନିଜ କ୍ଲିନିକରେ ମାଗଣା ପରୀକ୍ଷା କରାଇ ଅନେକ ନିରୀହ ଗରିବ ରୋଗୀଙ୍କ ଠାରୁ ପ୍ରଚୁର ଅର୍ଥ ଲୁଟୁଥିବା ଅଭିଯୋଗରେ ପୋଲିସ ଗିରଫ କରିଛି ଘରୋଇ କ୍ଲିନିକର ମାଲିକ ଓ ଦଲାଲଙ୍କୁ ।

ଘରୋଇ କ୍ଲିନିକ ମାଲିକ ସହ ଦଲାଲ ଗିରଫ
author img

By

Published : Oct 17, 2019, 12:53 PM IST

ମାଲକାନଗିରି: ଘରୋଇ କ୍ଲିନିକ ଉପରେ ମାଲକାନଗିରି ପୋଲିସ ଚଢାଉ କରି 2 ଜଣଙ୍କୁ ଗିରଫ କରିଛି । ନିଜ ଘରୋଇ କ୍ଲିନିକରେ ସରକାରଙ୍କ ମାଗଣା ପରୀକ୍ଷା କରାଇ ଅନେକ ଗରିବ ନିରୀହ ରୋଗୀଙ୍କ ଠାରୁ ପ୍ରଚୁର ଅର୍ଥ ଲୁଟୁଥିବା ଅଭିଯୋଗରେ ପୋଲିସ ଏମାନଙ୍କୁ ଗିରଫ କରିଛି ।

ଏହି ଚଢାଉ ସମୟରେ କ୍ଲିନିକ ମାଲିକ ବସନ୍ତ ସାହୁ ଓ ଦିବ୍ୟପ୍ରକାଶ ମିଶ୍ର ନାମକ କର୍ମଚାରୀଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ । ଏମାନେ ରୋଗୀଙ୍କ ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ମିଳୁଥିବା ମାଗଣା ସେବା ଏବଂ ପରୀକ୍ଷା ଗୁଡିକୁ ନିଜ କ୍ଲିନିକରେ କରାଇବା ବାହାନାରେ ରୋଗୀଙ୍କ ଠାରୁ ପ୍ରଚୁର ଅର୍ଥ ହଡପ କରୁଥିଲେ ।

ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ବରାଳ ଡାଇଗ୍ନୋସିସ ନାମକ ଏହି ଘରୋଇ କ୍ଲିନିକରେ ଦୀର୍ଘଦିନ ହେବ ଏଭଳି ରୋଗୀଙ୍କୁ ଠକି ଆସୁଥିଲେ । ଏନେଇ ଖବର ପାଇବା ପରେ ମାଲକାନଗିରି ପୋଲିସ ପକ୍ଷରୁ ଚଢାଉ କରାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ପୋଲିସ ଦ୍ୱାରା ଏକ ଘରୋଇ କ୍ଲିନିକର ମାଲିକ ଏବଂ ଜଣେ କର୍ମଚାରୀ ଗିରଫ । Body:ମୁଖ୍ୟ ଚିକିତ୍ସାଳୟରେ ମିଳୁଥିବା ମାଗଣା ସେବା ଏବଂ ପରୀକ୍ଷା ଗୁଡିକୁ ରୋଗୀ ମାନଙ୍କୁ ପ୍ରବର୍ତାଇ ତୁରନ୍ତ କରାଇଦେବା ପାଇଁ ପ୍ରଲୋଭନ କରି ପ୍ରଚୁର ଅର୍ଥ ନେଉଥିବା ଅଭିଯୋଗ ରେ ଏହି ଦୁଇଜଣ ଙ୍କୁ ଗିରଫ କଲା ମାଲକାନଗିରି ପୋଲିସ । ବରାଳ ଡାଇଗୋନିସିସ ନାମକ ଏହି ଘରୋଇ କ୍ଲିନିକ ମୁଖ୍ୟ ଚିକିତ୍ସାଳୟ ସମୁଖ ରେ ରହି ଦୀର୍ଘ ଦିନରୁ ରୋଗୀଙ୍କୁ ଠକି ଆସୁଥିଲେ । ସରକାର ଦେଉଥିବା ମାଗଣା ପରୀକ୍ଷା ଗୁଡିକୁ ନିଜ କ୍ଲିନିକ ରେ କରାଇ ବହୁ ଅର୍ଥ ନେଉଥିଲେ । ଗିରଫ ବ୍ୟକ୍ତି ମାନେ ହେଲେ ଦଲାଲ ଦିବ୍ୟ ପ୍ରକାଶ ମିଶ୍ର ଏବଂ କ୍ଲିନିକ ମାଲିକ ବସନ୍ତ ସାହୁ ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.....
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.