ETV Bharat / state

ପିଏଲଜିଏ ସପ୍ତାହରେ ମାଓବାଦୀଙ୍କ ଅଡ଼ିଓ ଟେପ ଜାରି, ମିଥ୍ୟା ଏନକାଉଣ୍ଟର ହେଉଥିବା ଅଭିଯୋଗ - ସୁକୁମା ମାଓବାଦୀ ପକ୍ଷରୁ ଅଡିଓ ଟ୍ୟାପ ଜାରି

ସ୍ବାଭିମାନ ଅଞ୍ଚଳରେ ମାଓବାଦୀ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି । ଏହି ଅବସରରେ ଜଗରଗୁଣ୍ଡା ଦକ୍ଷିଣ ଡିଭିଜନ ପକ୍ଷରୁ ଅଡିଓ ଟେପ ଜାରି ହୋଇଛି। ମହିଳା ମାଓବାଦୀ ସଚିବ ଭିମାଲା ଏହି ଅଡିଓ ଜାରି କରିଛନ୍ତି। ଅଧିକ ପଢ଼ନ୍ତୁ...

a Maoist audio tape released during PLGA week in sukuma division, allegations of false encounters by army
ପିଏଲଜିଏ ସପ୍ତାହରେ ମାଓବାଦୀଙ୍କ ଅଡ଼ିଓ ଟେପ ଜାରି, ମିଥ୍ୟା ଏନକାଉଣ୍ଟର ହେଉଥିବା ଅଭିଯୋଗ
author img

By

Published : Dec 7, 2020, 4:58 PM IST

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରେ ମାଓବାଦୀ ପିଏଲଜିଏ ସପ୍ତାହ ପାଳନ କରୁଛନ୍ତି । ଏହି ଅବସରରେ ଜଗରଗୁଣ୍ଡା ଦକ୍ଷିଣ ଡିଭିଜନ ପକ୍ଷରୁ ଅଡିଓ ଟେପ ଜାରି ହୋଇଛି। ମହିଳା ମାଓବାଦୀ ସଚିବ ଭିମାଲା ଏହି ଅଡିଓ ଜାରି କରିଛନ୍ତି। ଏହି ଅଡ଼ିଓ ଟେପ ଜରିଆରେ ସୁରକ୍ଷା ବଳ ପକ୍ଷରୁ ଜୁଲାଇରୁ ଡିସେମ୍ବର ମାସ ମଧ୍ୟରେ ନକଲି ଏନକାଉଣ୍ଟର କରାଯାଇଥିବା ଅଭିଯୋଗ ହୋଇଛି। ଏହାସହ ଏହା ବିରୋଧରେ ନକ୍ସଲମାନଙ୍କ ପକ୍ଷରୁ ବିଭିନ୍ନ ସମୟରେ ସଫଳତା ପୂର୍ବକ ସୁରକ୍ଷାବଳଙ୍କ ଉପରେ ଆକ୍ରମଣ କରାଯାଇଥିବା କୁହାଯାଇଛି।

ଗତ ଅଗଷ୍ଟ 12 ତାରିଖରେ ସୁରକ୍ଷାବଳ ପକ୍ଷରୁ ଜଗରଗୁଣ୍ଡା ଦକ୍ଷିଣ ଡିଭିଜନ ବିଜାପୁର ସୁକମା ଜିଲ୍ଲାର ଫୁଲଣପଲ୍ଲୀରେ 4 ଜଣ ନିରୀହ ଗ୍ରାମବାସୀଙ୍କୁ ପୋଲିସ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହାସହ ଅକ୍ଟୋବର 16 ଓ 20 ତାରିଖରେ ସ୍ବାଭିମାନ ଅଞ୍ଚଳର ବିଭିନ୍ନ ସ୍ଥାନରେ ମିଥ୍ୟା ଏନକାଉଣ୍ଟର କରାଯାଇଥିବା ଏହି ଅଡ଼ିଓ ଟେପରେ ଅଭିଯୋଗ କରାଯାଇଛି। ଏହି ସମୟରେ 15 ଜଣ ଗ୍ରାମବାସୀଙ୍କୁ ବେଆଇନ ଭାବରେ ଜେଲରେ ଭର୍ତ୍ତି କରାଯାଇଛି । ଏହାସହ ସୁରକ୍ଷାବଳ 134 ଜଣ ଗ୍ରାମବାସୀଙ୍କ ସହ ମାରପିଟ ମଧ୍ୟ କରିଛନ୍ତି। ସିଆରପିଏଫ ଓ ଅନ୍ୟ ସୁରକ୍ଷାବଳ ଗାଁ ଲୋକଙ୍କ ସମ୍ପତ୍ତି ଲୁଟ କରିଛନ୍ତି ଏଥିପାଇଁ କେବଳ ସରକାର ହିଁ ଦାୟୀ ବୋଲି ଏହି ଅଡ଼ିଓ ଟେପରେ କୁହାଯାଇଛି।

ବିଭିନ୍ନ ସ୍ଥାନରେ ପୋଲିସ କ୍ୟାମ୍ପ କରି ଗାଁ ଲୋକଙ୍କୁ ହଇରାଣ କରିଛନ୍ତି। ଏଥିପାଇଁ ପିଏଲଜିଏ ସୁକୁମା ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲା । ଏଥିରେ ଦୁଇଜଣ ପୋଲିସ କର୍ମୀ ଆହତ ମଧ୍ୟ ହୋଇଥିଲେ। ଅକ୍ଟୋବର 18 ତାରିଖରେ ଜଗରଗୁଣ୍ଡା ଦକ୍ଷିଣ ମାଓ ଡିଭିଜନ ପକ୍ଷରୁ ପୋଲିସକୁ ଆକ୍ରମଣ କରାଯାଇଥିଲା । ଏଥିରେ ଜଣେ ପୋଲିସ କର୍ମୀ ଆହତ ହୋଇଥିଲେ। ଅକ୍ଟୋବର 22 ତାରିଖରେ ମଧ୍ୟ ପେଣ୍ଟା ଗାଁରେ ଏହି ଅଞ୍ଚଳରେ ଆଉ ଏକ ଲ୍ୟାଣ୍ଡମାଇନ ବିସ୍ଫୋରଣ କରାଯାଇଥିଲା। ଏଥିରେ ଜଣେ ପୋଲିସ କର୍ମୀଙ୍କ ଶହୀଦ ହୋଇଥିବା ବେଳେ ଜଣେ ପୋଲିସ କର୍ମୀ ଆହତ ହୋଇଥିଲେ । ଆରବା ପାହାଡ଼ରେ ମଧ୍ୟ ନଭେମ୍ବର 28 ତାରିଖରେ ମଧ୍ୟ ଏକ ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ଦୁଇ ଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶହୀଦ ହୋଇଥିବା ବେଳେ 3 ଜଣ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଗୁରୁତର ଆହତ ହୋଇଥିଲେ।

ଡିସେମ୍ବର 2 ତାରିଖରେ ମଧ୍ୟ ସୁକୁମା ଜିଲ୍ଲାର ବାସାଗୁଡ଼ାରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିଲେ। ତେବେ ଏଥିରେ ଦୁଇଜଣ ସ୍ଥାନୀୟ ବାସିନ୍ଦା ଆହତ ହୋଇଥିଲେ। ଏଥିପାଇଁ ମାଓବାଦୀଙ୍କ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି। ଏହାସହ ପୋଲିସ କିମ୍ବା ସୁରକ୍ଷାକର୍ମୀଙ୍କୁ ସ୍ଥାନୀୟ ଲୋକେ କୌଣସି ପ୍ରକାର ସହଯୋଗ ନକରିବାକୁ ଅଡ଼ିଓ ଟେପରେ କୁହାଯାଇଛି। ପ୍ରତ୍ୟେକ ବର୍ଷ ଡିସେମ୍ବର 2ରୁ 8 ତାରିଖ ଯାଏଁ ମାଓବାଦୀମାନେ ପିଏଲଜିଏ ସପ୍ତାହ ପାଳନ କରିଥାନ୍ତି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.