ETV Bharat / state

ସୀମାନ୍ତରେ ଏନକାଉଣ୍ଟର, ଜଣେ ହାର୍ଡକୋର ମାଓବାଦୀ ମୃତ

author img

By

Published : Apr 20, 2021, 8:51 PM IST

ପୋଲିସ ଗୁଳିରେ ଟଳିଲା ହାର୍ଡକୋର ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ସୀମାନ୍ତରେ ଏନକାଉଣ୍ଟର, ଜଣେ ହାର୍ଡକୋର ମାଓବାଦୀ ମୃତ
ସୀମାନ୍ତରେ ଏନକାଉଣ୍ଟର, ଜଣେ ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି: ପୋଲିସ ଗୁଳିରେ ଟଳିଲା ହାର୍ଡକୋର ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀର ମୃତ୍ୟୁ ହୋଇଛି । ଆଜି(ମଙ୍ଗଳବାର) ଦନ୍ତେୱାଡାର ନିଲାବାୟା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ମୃତ ମାଓବାଦୀ ନାମରେ 5 ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା ।

ମଲାଙ୍ଗିରି ଏରିଆ କମିଟି ମାଓ ସଙ୍ଗଠନ ପକ୍ଷରୁ ନିଲାବାୟା ରାସ୍ତାକୁ କାଟି ଯୋଗାଯୋଗ ବିଛିନ୍ନ କରିବାକୁ ଚେଷ୍ଟା କରାଯାଉଥିବା ପୋଲିସ ଖବର ପାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ପୋଲିସର ଅପରେସନ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା କ୍ଷଣି ମାଓବାଦୀ ଗୁଳି ଚାଳନା ଆରମ୍ଭ କରିଥିଲେ । ଉଭୟ ପକ୍ଷରୁ 20 ରୁ 25 ମିନିଟ ଗୁଳିବିନିମୟ ହୋଇଥିଲା ।

ଏହାପରେ ପୋଲିସର ଏନକାଉଣ୍ଟରରେ କୋଷା ନାମକ ମାଓବାଦୀର ମୃତ୍ୟୁ ହୋଇଥିଲା । ମାଓ ସଙ୍ଗଠନରେ ଦୀର୍ଘ 15 ବର୍ଷ ହେଲା କାମ କରୁଥିଲା କୋଷା। କୋଷା ମଲାଙ୍ଗିରି ଏରିଆ କମିଟିର ମିଲେଟାରୀ ପ୍ଲାଟୁନ କମାଣ୍ଡର ଥିଲା । ଘଟଣାସ୍ଥଳରୁ ପୋଲିସ ଗୋଟିଏ 9mm ପିସ୍ତଲ, ଗୋଟିଏ ଦେଶୀ ବନ୍ଧୁକ, 3kg ଆଇଇଡି(IED) ଏବଂ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି । ଡିଆରଜି (DRG) ଯବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି । ଦନ୍ତେୱାଡା SP ସଲଭ ସିହ୍ନା ଏହାକୁ ନେଇ ସୂଚନା ଦେଇଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.