ETV Bharat / state

ଅଧାରେ ରହିଲା ଘର ବାହୁଡା, ମଝି ରାସ୍ତାରେ ଆଖି ବୁଜିଲା 10 ବର୍ଷର ଝିଅ - ଘରକୁ ଫେରିବା ବାଟରେ ଝିଅର ମୃତ୍ୟୁ

ହାଇଦ୍ରାବାଦରୁ ଘରକୁ ଫେରିବା ବାଟରେ ଝିଅର ମୃତ୍ୟୁ । ପ୍ରଶାସନ ସହାୟତାରେ କଲା ଗଲା ଅନ୍ତିମ ସଂସ୍କାର । ଅଧିକ ପଢନ୍ତୁ...

a girl died in malkangir
ହାଇଦ୍ରାବାଦରୁ ଘରକୁ ଫେରିବା ବାଟରେ ପରିବାର ଆଗରେ ଝିଅର ମୃତ୍ୟୁ
author img

By

Published : May 5, 2021, 12:35 PM IST

ମାଲକାନଗିରି: ରାଜ୍ୟରେ ଆଜିଠାରୁ ଲାଗୁ ହୋଇଛି ଲକଡାଉନ କଟକଣା । ଏନେଇ ପ୍ରବାସୀ ଶ୍ରମିକମାନଙ୍କର ଘର ବାହୁ଼ଡା ଆରମ୍ଭ ହୋଇଯାଇଛି। ପ୍ରତିଦିନ ତେଲେଙ୍ଗାନାର ହାଇଦ୍ରାବାଦରୁ ଶହ ଶହ ପ୍ରବାସୀ ମୋଟୁ ରାସ୍ତା ଦେଇ ଅତିକ୍ରମ କରୁଛନ୍ତି । ବିଶେଷକରି ନବରଙ୍ଗପୁର, କଳାହାଣ୍ଡି , ବଲାଙ୍ଗୀର ଅଞ୍ଚଳର ଶହ ଶହ ପ୍ରବାସୀ ମାଲକାନଗିରି ଦେଇ ନିଜ ଅଞ୍ଚଳକୁ ଫେରୁଛନ୍ତି । ତେବେ ମୋଟୁ ସୀମାନ୍ତରେ ଏକ ଅଭାବନୀୟ ଘଟଣା ଘଟିଛି । କଳାହାଣ୍ଡି ଜିଲ୍ଲାର ଚିନ୍ନାପାଲି ଅଞ୍ଚଳର ଧାରୁବା ବଣ୍ଡେଶ୍ଵର ନିଜର ପରିବାର ସହ ହାଇଦ୍ରାବାଦରେ କାମ କରୁଥିଲେ । ଲକଡାଉନ ଥିବା ଯୋଗୁଁ ହାଇଦ୍ରାବାଦରୁ ସପରିବାର ସହ ଘରକୁ ଫେରୁଥିଲେ । ହେଲେ ଆସିବା ସମୟରେ ୧୦ ବର୍ଷର ଝିଅ ନେହା ବଣ୍ଡେଶ୍ଵର ଖୁବ୍ ଅସୁସ୍ଥ ଅନୁଭବ କରୁଥିଲା । ବାଟରେ ମୋଟୁ ସୀମାନ୍ତରେ ତା'ର ମୃତ୍ୟୁ ହୋଇଯାଇଥିଲା।

ହାଇଦ୍ରାବାଦରୁ ଘରକୁ ଫେରିବା ବାଟରେ ପରିବାର ଆଗରେ ଝିଅର ମୃତ୍ୟୁ

ଖବର ପାଇ ମୋଟୁ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଥିଲେ । ସେହି ପରିବାରକୁ ପ୍ରଶାସନ ପକ୍ଷରୁ ସହାୟତାର ହାତ ବଢାଇଥିଲେ । ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ଶବ ସଂସ୍କାର କରାଯାଇଥିଲା। ଏହି କର୍ମଚାରୀମାନେ ମୃତଦେହକୁ ନିକଟସ୍ଥ ଜଙ୍ଗଲରେ ନେଇ ଶେଷକୃତ୍ୟ ସଂପନ୍ନ କରିଥିଲେ । ଝିଅର ମୃତ୍ୟୁ କରୋନା ଯୋଗୁଁ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି।

ମାଲକାନଗିରିରୁ ଦେବଦତ୍ତ ବେହେରା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.