ETV Bharat / state

ଆବାସିକ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ! - 9th standard student pregnant

ମାଲକାନଗିରିରେ ଚାଞ୍ଚଲ୍ୟ । ଆବାସିକ ବିଦ୍ୟାଳୟର ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇ ଶିଶୁ ମଙ୍ଗଳ କମିଟି ପହଞ୍ଚି ନାବାଳିକାକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ।

student pregnant
ପ୍ରତିକାତ୍ମକ ଫଟୋ
author img

By

Published : Dec 12, 2019, 9:42 PM IST

ମାଲକାନଗିରି: ଆବାସିକ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ । ନବରଙ୍ଗପୁର ଆବାସିକ ବିଦ୍ୟାଳୟରେ ପଢୁଥିବା ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ କରିଛନ୍ତି ପରିବାରଲୋକେ । ଖବର ପାଇ ଶିଶୁ ମଙ୍ଗଳ ଅଧିକାରୀ ପହଞ୍ଚି ନାବାଳିକାକୁ କାଉନସିଲିଂ ପାଇଁ ମେଡିକାଲରେ ଭର୍ତ୍ତି କରିଛନ୍ତି ।

ସୂଚନା ଅନୁସାରେ, କୁଡୁମୁଲୁଗୁମ୍ମା ଅଞ୍ଚଳର ଜଣେ ଆଦିବାସୀ ଝିଅ ନବରଙ୍ଗପୁର ତାରାଗାଁ ଆବାସିକ ବାଳିକା ବିଦ୍ୟାଳୟରେ 9ମ ଶ୍ରେଣୀରେ ପାଠ ପଢୁଥିଲେ । ସେ ଗର୍ଭବତୀ ହୋଇଥିବା ଜାଣିବା ପରେ ବିଦ୍ୟାଳୟର କର୍ତ୍ତୃପକ୍ଷ ନାବାଳିକାକୁ ଘରକୁ ପଠାଇ ଦେଇଥିଲେ ।

ଘରକୁ ଆସିବା ପରେ ଝିଅ ଗର୍ଭବତୀ ହୋଇଥିବା ଜାଣି ଗାଁଲୋକେ ସଭା ଡକାଇଥିଲେ । ଏହି ଘଟଣା ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ଜାଣି ନାବାଳିକାକୁ ମାଲକାନଗିରି ସଦର ଚିକିତ୍ସାଳୟରେ ଥିବା ସଖି କେନ୍ଦ୍ରକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:9ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା କୁ ନେଇ ଗ୍ରାମରେ ବସିଲା ସଭା । ଛାତ୍ରୀଙ୍କୁ ଉଧାର କରି ଶଖି କେନ୍ଦ୍ର ରେ ରଖା ଯାଇ କାଉ ସିଲିଂ ଆରମ୍ଭ। ।
Body:ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଅଞ୍ଚଳର ଜଣେ 9ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣାକୁ ନେଇ ଗ୍ରାମ ସଭା ବସିବା ଖବର ପାଇ ଉକ୍ତ ଛାତ୍ରୀ କୁ ଚାଇଲଡ଼ ଲାଇନ ଉଦ୍ଧାରକରି ମାଲକାନଗିରି ଜିଲ୍ଲା ହସ୍ପିଟାଲ ରେ ଥିବା ସଖି କେନ୍ଦ୍ରରେ ରଖି କାଉସିଲିଂ ଆରମ୍ଭ କରିଛି। ସୂଚନା ଯୋଗ୍ୟ ଯେ କୁଡୁମୁଲୁଗୁମ୍ମା ଅଞ୍ଚଳର ଜଣେ ଆଦିବାସୀ ଝିଅ ନବରଙ୍ଗପୁର ତାରାଗାଁ ଆବାସିକ ବାଳିକା ବିଦ୍ୟାଳୟରେ 9ମ ଶ୍ରେଣୀ ରେ ପାଠ ପଢ଼ୁଥଲେ ଏହା ଜାଣିବା ପରେ ଉକ୍ତ ବିଦ୍ୟାଳୟର କର୍ତ୍ତୃପକ୍ଷ ଝିଅଟିକୁ ନିଜଘର କୁ ପଠାଇ ଦେଇଥିଲେ । ଘରକୁ ଆସିବା ପରେ ଝିଅ ଜଣକ ଗର୍ଭବତୀ ଥିବାର ପରିବାର ଲୋକେ ଜାଣି ପାରି ଗାଁ ରେ ସଭା ଡ଼କାଇଥିଲେ ।ଏହି ଘଟଣା ଚାଇଲଡ଼ ଲାଇନ ଜାଣିବାପରେ ମାଲକାନଗିରି ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟ ରେ ଆଜି ହାଜର କରିବା ପରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ମାଲକାନଗିରି ସଦର ଚିକିତ୍ସାଳୟରେ ଥିବା ସଖି କେନ୍ଦ୍ରକୁ ପଠାଇ ତଦନ୍ତ ଆରମ୍ଭ କରିଛି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.