ETV Bharat / state

ମାଲକାନଗିରିରେ ମାଥିଲି ଗୁଳିକାଣ୍ଡ ଦିବସ ପାଳିତ - malkangiri mathili firing day news

ମାଲକାନଗିରିର ଗାନ୍ଧୀ ଶହୀଦ ଲକ୍ଷ୍ମଣ ନାୟକ ତଥା ମାଥିଲି ଗୁଳିକାଣ୍ଡର ଶହୀଦମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ମାଥିଲି ଥାନା ପରିସରରେ ଥିବା ଶହିଦ ସ୍ମୃତି ସ୍ତମ୍ଭ ନିକଟରେ ୮୦ତମ ମାଥିଲି ଗୁଳିକାଣ୍ଡ ଦିବସ ପାଳିତ ହୋଇଯାଇଛି। ଅଧିକ ପଢନ୍ତୁ

80th-mathili-firing-day-celebrated-in-malkangiri
ମାଲକାନଗିରିରେ ମାଥିଲି ଗୁଳିକାଣ୍ଡ ଦିବସ ପାଳିତ
author img

By

Published : Aug 21, 2022, 9:07 PM IST

ମାଲକାନଗିରି: ମାଥିଲି ଥାନା ପରିସରରେ ଥିବା ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ୮୦ତମ ମାଥିଲି ଗୁଳିକାଣ୍ଡ ଦିବସ ପାଳିତ ହୋଇଛି । ଏହି ଅବସରରେ ମାଥିଲି ପୂରୁଣା ଶହୀଦ ଭବନଠାରୁ ଏକ ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାଣ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇ ଶହୀଦ ସ୍ତମ୍ଭରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ସ୍ମୁତିଚାରଣ କରିଥିଲେ ।

ମାଲକାନଗିରିରେ ମାଥିଲି ଗୁଳିକାଣ୍ଡ ଦିବସ ପାଳିତ

ଶୋଭାଯାତ୍ରାରେ ସାଂସଦ ରମେଶ ମାଝୀ, ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାନସ ମାଡକାମୀ, ଅଧ୍ୟକ୍ଷ ମହେଶ ବାକା, ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ପ୍ରମୁଖଙ୍କ ସହ ବିଭିନ୍ନ ଦଳୀୟ କର୍ମୀ ଏବଂ ଛାତ୍ରଛାତ୍ରୀ ମଶାଲ ଶୋଭାଯାତ୍ରାରେ ଭାଗନେଇଥିଲେ । ଶୋଭାଯାତ୍ରା ମାଥିଲି ଥାନା ପରିସରରେ ପହଞ୍ଚିବା ପରେ ସେଠାରେ ଥିବା ଶହୀଦ ସ୍ତମ୍ଭ ନିକଟରେ ପୋଲିସ ପକ୍ଷରୁ ସଲାମୀ ଦିଆଯାଇଥିଲା । ପରେ ସ୍ଥାନୀୟ ଲକ୍ଷ୍ମଣ ନାୟକ ଭବନରେ ଏକ ସାଧାରଣ ସଭା ଆୟୋଜନ କରିବା ସହ ଶହୀଦଙ୍କ ଦାୟାଦମାନଙ୍କୁ ସମ୍ମାନିତ କରାଯାଇଥିଲା ।

ଶହୀଦଙ୍କ ବଳିଦାନକୁ ଅମର ରଖିବା ପାଇଁ ଏହି ଦିବସକୁ ସରକାରୀ ମାନ୍ୟତା ପ୍ରଦାନ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ । ଅନ୍ୟସ୍ଥାନ ଭଳି ସରକାରୀ ସ୍ତରରେ ଶହୀଦ ଦିବସ ପାଳନ କରାଯିବା ସହ ଶହୀଦଙ୍କ ଦାୟାଦମାନଙ୍କୁ ସରକାରୀ ସୁବିଧା ଯୋଗାଇ ସେମାନଙ୍କ ଗାଁର ଉନ୍ନତି ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ ।

୧୯୪୨ ମସିହାରେ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରି ମାଥିଲି ଥାନା ଉପରେ ଆକ୍ରମଣ କରିଥିଲେ ଶତାଧିକ ଆଦିବାସୀ ସଂଗ୍ରାମୀ । ଥାନା ଉପରେ ତ୍ରିରଙ୍ଗା ପତାକା ଲଗାଇବାକୁ ଯାଇ ଶହୀଦ ହୋଇଥିଲେ ଅନେକ ଆଦିବାସୀ ବୀର ପୁରୁଷ । ସେମାନଙ୍କୁ ମନେ ପକାଇ ପ୍ରତିବର୍ଷ ପାଳିତ ହେଉଛି ମାଥିଲି ଗୁଳିକାଣ୍ଡ ଦିବସ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.