ETV Bharat / state

୫୦୦ କେଜି ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

author img

By

Published : Dec 25, 2020, 6:40 PM IST

ଜିଲ୍ଲାର ଚିତ୍ରକୋଣ୍ଡା ପୋଲିସ ଦୁଇ ଜଣ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣକାରୀକୁ ଗିରଫ କରିବାରେ ସକ୍ଷମ ହୋଇଛି। ଥାନାରେ ଏଥିନେଇ ଏକ ମାମଲା ରୁଜୁ କରାଯିବା ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢନ୍ତୁ...

ଚିତ୍ରକୋଣ୍ଡା ୫୦୦ କିଲୋ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

ମାଲକାନଗିରି: ଜିଲ୍ଲାର ଚିତ୍ରକୋଣ୍ଡା ପୁଲିସ ଦୁଇ ଜଣ ଅନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣକାରୀକୁ ଗିରଫ କରିବାରେ ସକ୍ଷମ ହୋଇଛି । ଚିତ୍ରକୋଣ୍ଡା ନିକଟସ୍ଥ ସିଲେରୁ ଗୁଣ୍ଠାବେଢା ରାସ୍ତାରେ ଚିତ୍ରକୋଣ୍ଡା ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ଓ ଥାନା କର୍ମଚାରୀ ରାତ୍ରିକାଳୀନ ପେଟ୍ରୋଲିଂ କରୁଥିବା ସମୟରେ ଗୁଣ୍ଠାବେଢ଼ା ଗ୍ରାମ ନିକଟସ୍ଥ ହଂସାଗୁଡା ବ୍ରିଜ ଉପରେ ଆସୁଥିବା ବୋଲେରୋ ପିକ୍‌ଅପ୍‌କୁ ଅଟକାଇ ଥିଲେ । ଯାଞ୍ଚ କରିବା ସମୟରେ ସେଥିରେ ଗଞ୍ଜେଇ ବୋଝେଇ ବସ୍ତା ଥିବା ଜଣାପଡ଼ିଥିଲା ।

ପୋଲିସ କହିବାନୁଯାୟୀ ଗଞ୍ଜେଇ ବୋଝେଇ ଗାଡି ସହ ଏଥିରେ ସମ୍ପୃକ୍ତ ଦୁଇଜଣକୁ ଗିରଫ କରାଯାଇଛି। ଗିରଫ ଦୁଇଜଣ ହେଲେ ଅଜୟ କୁମାର (୨୫) ଓ ବିକ୍ରମ ଆଦିତ୍ୟ(୨୨)। ଦୁଇଜଣଙ୍କ ଘର ବିହାର ରାଜ୍ୟର ମହୁଆ ଗ୍ରାମର ବୋଲି ଜଣାପଡିଛି।

ସେମାନଙ୍କ ନିକଟରୁ ୫୦୦ କେଜି ଗଞ୍ଜେଇ ସହ ନଗଦ ୧ ଲକ୍ଷ ୨ହଜାର ପାଞ୍ଚଶହ ଅଶି ଟଙ୍କା, ଦୁଇଟି ମୋବାଇଲ ପୋଲିସ ଜବତ କରିଛି । ଗଂଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି । ଥାନାରେ ଏଥିନେଇ ଏକ କେଶ ରୁଜୁ କରାଯିବା ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.