ETV Bharat / state

ପିସିସି ସଭାପତି ରେସ୍ ! ଆରମ୍ଭ ହେଲା ଫାଇନାଲ ଏକ୍ସରସାଇଜ, 150 ନେତାଙ୍କ ଲିଷ୍ଟ ତୟାର - Santosh Singh Saluja exclusive

author img

By ETV Bharat Odisha Team

Published : 2 hours ago

Santosh Singh Saluja Exclusive: ପିସିସି ଦୌଡରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ଜୟଦେଵ ଜେନା, ଭକ୍ତ ଚରଣ ଦାଶ, ମହମ୍ମଦ ମୋକିମ, ପ୍ରସାଦ ହରିଚନ୍ଦନ, ଅନନ୍ତ ସେଠି ପ୍ରମୁଖ ଅଛନ୍ତି । ଏପଟେ ଆରମ୍ଭ ହେଲା ଫାଇନାଲ ଏକ୍ସରସାଇଜ, 150 ନେତାଙ୍କ ଲିଷ୍ଟ ତୟାର ସୂଚନା ଦେଲେ ସନ୍ତୋଷ ସିଂହ ସାଲୁଜା । ଅଧିକ ପଢନ୍ତୁ

Santosh Singh Saluja exclusive
Santosh Singh Saluja exclusive (ETV Bharat Odisha)

ଭୁବନେଶ୍ବର: ଆରମ୍ଭ ହେଲା ଫାଇନାଲ ଏକ୍ସରସାଇଜ । 150 ଜଣ ନେତାଙ୍କ ତାଲିକା ପ୍ରସ୍ତୁତ । ପିସିସି ସଭାପତି ଚୟନ ପୂର୍ବରୁ ଆରମ୍ଭ ହେଲା ଫାଇନାଲ ଏକ୍ସରସାଇଜ । ତୃଣମୂଳ ସ୍ତରରୁ ସମୀକ୍ଷା କରି ପିସିସି ସଭାପତି ନାଁ ଚୁଡାନ୍ତ କରିବ ଏଆଇସିସି । ଯାହା ଭାରତୀୟ ଜାତୀୟ କଂଗ୍ରେସ ଇତିହାସରେ ପ୍ରଥମ । ପୂର୍ବତନ ବ୍ଲକ ସଭାପତି, ଜିଲ୍ଲା ସଭାପତି, ବିଧାୟକ, ପୂର୍ବତନ ବିଧାୟକ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ପିସିସି ସଭାପତି, ବରିଷ୍ଠ ପଦାଧିକାରୀଙ୍କ ସହ ସମୀକ୍ଷା କରିବ ଏଆଇସିସି ।

ପ୍ରଭାରୀ ଅଜୟ କୁମାର ଏବଂ ଏଆଇସିସି ପକ୍ଷରୁ ଫୋନ ମାଧ୍ୟମରେ ଏବଂ କିଛି ଟପ୍ ଲିଡରମାନଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରି ଚୂଡାନ୍ତ ନାଁରେ ବାଜିବ ମୋହର । 150 ଜଣ ନେତାଙ୍କ ତାଲିକା ଧରି ଆଜି କଂଗ୍ରେସ ଭବନରେ ପହଞ୍ଚିଛନ୍ତି କଂଗ୍ରେସର ମୁଖପାତ୍ର ପୂର୍ବତନ ବିଧାୟକ ସନ୍ତୋଷ ସିଂହ ସାଲୁଜା । ‘ETV Bharat’କୁ ଏକ୍ସକ୍ଲୁସିଭ ଭାବେ ସୂଚନା ଦେଇଛନ୍ତି ସନ୍ତୋଷ ସିଂହ ସାଲୁଜା ।

Santosh Singh Saluja Exclusive (ETV Bharat Odisha)

ଏହା ବି ପଢନ୍ତୁ- ଓଡିଶା କଂଗ୍ରେସ ଉପରେ ରାହୁଲ କ୍ଷୁବ୍ଧ ! ଦେଢମାସ ବିତିଲାଣି, ହୋଇପାରୁନି PCC ର ପୁନର୍ଗଠନ - AICC dissolves OPCC

ଏହା ବି ପଢନ୍ତୁ-କର୍ମୀଙ୍କ ନିଶା ଆଉ AICCର ଦିଶା କଂଗ୍ରେସକୁ ଆଗାମୀ ଦିନରେ ଓଡ଼ିଶାରେ ଆସ୍ଥାଭାଜନ କରିବ: ଜୟଦେବ ଜେନା - JAYADEV JENA EXCLUSIVE INTERVIEW

150 ଜଣ ନେତାଙ୍କ ତାଲିକା ପ୍ରସ୍ତୁତ-
"150 ଜଣ ନେତାଙ୍କ ତାଲିକା ପ୍ରସ୍ତୁତ କରିଛି aicc । ବରିଷ୍ଠ ନେତା, ବିଧାୟକ, ପୂର୍ବତନ ମନ୍ତ୍ରୀ ବ୍ଲକ ଏବଂ ଜିଲ୍ଲା ସଭାପତି ଏବଂ ବରିଷ୍ଠ ପଦାଧିକାରୀମାନଙ୍କ ରିପୋର୍ଟ aicc କୁ ଦିଆଯାଇଛି । ସେମାନଙ୍କ ସହ ସମୀକ୍ଷା କରିବେ ପ୍ରଭାରୀ ଅଜୟ କୁମାର । କିଏ ହେବ ପରବର୍ତ୍ତୀ ପିସିସି ସଭାପତି ? ସେ ନେଇ ମତ ଲୋଡିବ aicc । ଦକ୍ଷତା ,ଆନୁଗତ୍ୟ, ଅଭିଜ୍ଞତା ଆଧାରରେ 150 ଜଣଙ୍କ ଠାରୁ ମତାମତ ସଂଗ୍ରହ କରାଯିବ । ତା ପରେ ଯିଏ ସର୍ବାଗ୍ରେ ରହିବ ତା ନାଁ ଘୋଷଣା କରିବ aicc," ଆଜି (ସୋମବାର) ଏହି ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ମୁଖପାତ୍ର ସନ୍ତୋଷ ସିଂହ ସାଲୁଜା ।

ପିସିସି ଦୌଡରେ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା, ଜୟଦେଵ ଜେନା, ଭକ୍ତ ଚରଣ ଦାଶ, ମହମ୍ମଦ ମୋକିମ, ପ୍ରସାଦ ହରିଚନ୍ଦନ, ଅନନ୍ତ ସେଠି ପ୍ରମୁଖ ଅଛନ୍ତି । ରାହୁଲ ଗାନ୍ଧୀ ଦେଶରେ ସାମାଜିକ ସୁରକ୍ଷା ନେଇ ଯେଉଁ ନ୍ୟାରେଟିଭ ରଖିଛନ୍ତି, ଓଡ଼ିଶାରେ ତାର ପ୍ରତିଛବି ଶ୍ରୀକାନ୍ତ ଜେନା ରଖୁଛନ୍ତି । obc ଛାତ୍ରଛାତ୍ରୀଙ୍କୁ ଶିକ୍ଷା, ଚାକିରୀ କ୍ଷେତ୍ରରେ ସଂରକ୍ଷଣ ଦାବି କରୁଛନ୍ତି ।

ସୂଚନା ଥାଉ କି 2024 ସାଧାରଣ ନିର୍ବାଚନରେ କଂଗ୍ରେସ ଆଶାତୀତ ସଫଳତା ହାସଲ ନକରିବାରୁ ଜୁଲାଇ 21 ତାରିଖରେ aicc ଓଡିଶା ପ୍ରଦେଶର ସବୁ କମିଟି ଗୁଡିକୁ ଭଙ୍ଗ କରିଥିଲା । ଫଳରେ ଦଳରେ ପିସିସି ସଭାପତି ପଦ ଖାଲି ପଡ଼ିଛି ।ଦଳକୁ କ୍ରିୟାଶୀଳ କରିବା ପାଇଁ ଦଳର ବରିଷ୍ଠ ନେତା ଜୟଦେଵ ଜେନା aicc ଅଧ୍ୟକ୍ଷ ଙ୍କୁ ଚିଠି ଲେଖିଥିଲେ।ପରେ aicc ପକ୍ଷରୁ ଏକ ଷ୍ଟିୟରିଙ୍ଗ କମିଟି ଗଠନ କରାଯାଇଛି।ପୂର୍ବତନ ପିସିସି ସଭାପତି ସମେତ 14 ଜଣିଆ ଷ୍ଟିୟରିଙ୍ଗ କମିଟି ଗଠନ କରିଛି aicc।ପ୍ରଭାରୀ ଡ଼ ଅଜୟ କୁମାରଙ୍କ ନେତୃତ୍ୱରେ ଏହି ଷ୍ଟିୟରିଙ୍ଗ କମିଟି କାର୍ଯ୍ୟକ୍ରମ କରୁଛି।

ଏହା ବି ପଢନ୍ତୁ-କାହାକୁ ଭରସା କରିପାରୁନାହାଁନ୍ତି କଂଗ୍ରେସ ହାଇ କମାଣ୍ଡ ! PCC ନୁହେଁ ପ୍ରଥମେ ଗଠନ ହେଲା ଷ୍ଟିୟରିଙ୍ଗ କମିଟି, ଜାଣନ୍ତୁ କେବେ ପ୍ରଥମ ବୈଠକ - Congress Steering Committee

ଏହା ବି ପଢନ୍ତୁ- PCC ସଭାପତି ଘୋଷଣା ହେବ ବିଳମ୍ବ ! ଓଡ଼ିଶା କଂଗ୍ରେସ ଚଳାଇବ ଷ୍ଟିୟରିଙ୍ଗ କମିଟି, ନେତାଙ୍କୁ ମିଳିବ କି ଗୁରୁ ଦାୟିତ୍ୱ ? - congress steering committee

ଏହା ବି ପଢନ୍ତୁ-କାହା ମୁଣ୍ଡରେ ପିସିସି ସଭାପତି ମୁକୁଟ ? ରେସରେ ଏକାଧିକ ହେଭିୱେଟ - Next PCC President of Odisha

ଜୟଦେଵ ଜେନା ହେଉଛନ୍ତି ଦଳିତ ସମ୍ପ୍ରଦାୟର, ଦୁଇ ଥର ପିସିସି ସଭାପତି ଦାୟିତ୍ୱ ତୁଲାଇଛନ୍ତି । ପ୍ରସାଦ ହରିଚନ୍ଦନ ମଧ୍ୟ ଥରେ ପିସିସି ସଭାପତି ଭାବେ କାର୍ଯ୍ୟ କରିଛନ୍ତି । ମହମ୍ମଦ ମୋକିମ ଜଣେ ଦୃଢ ସଂଗଠକ ,ତାଙ୍କ ଝିଅ ଏବେ କଟକ ଭଳି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳ ର ବିଧାୟିକା । ସେପଟେ ମହମ୍ମଦ ମୋକିମଙ୍କ ନେତୃତ୍ୱରେ ED କାର୍ଯ୍ୟାଳୟ ଘେରାଉ କରିଛି ଦଳ ,ସେହିପରି ରାହୁଲ ଗାନ୍ଧୀଙ୍କ ଉପରେ ଜାତୀୟ ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ଉକ୍ତ ନେତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଖାରବେଳ ନଗର ଥାନାରେ ଏତଲା ଦାଖଲ କରାଯାଇଛି । ସେହିପରି ଭକ୍ତ ଚରଣ ଦାଶ ଜଣେ ଅନୁଭବୀ କେନ୍ଦ୍ରୀୟ ନେତା।ଯଦିଓ ଭକ୍ତ ନିର୍ବାଚନ ରେ ହରି ଯାଇଛନ୍ତି ତାଙ୍କ ପୁଅ ସାଗର ଦାଶ ଏବେ ବିଧାୟକ ଅଛନ୍ତି ।

ଜୁଲାଇରୁ ଭାଙ୍ଗିଲାଣି ପିସିସି:-

ଚଳିତବର୍ଷ ଜୁଲାଇ 21ରୁ ‘ପିସିସି’ର ସମସ୍ତ କମିଟି ଭଙ୍ଗ କରିଛି ‘ଏଆଇସିସି’ । ଅଗଷ୍ଟରେ ଏକ 14 ଜଣିଆ ଷ୍ଟିୟରିଂ କମିଟି ଗଠନ କରାଯାଇଛି । କାଶ୍ମୀର କଂଗ୍ରେସର ଯୁବ ନେତା ସହନବାଜ ଚୌଧୁରୀଙ୍କ ସହ 2 ଜଣିଆ ସମ୍ପାଦକ ଓଡିଶା ପାଇଁ ନିଯୁକ୍ତ ହୋଇଛନ୍ତି । ହେଲେ ଏପର୍ଯ୍ୟନ୍ତ କଂଗ୍ରେସର କୌଣସି ଆଖି ଦୃଶିଆ କାର୍ଯ୍ୟକ୍ରମ ହୋଇପାରିନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.