ETV Bharat / state

ଅବକାରୀ ବିଭାଗ କବଜାରେ ଗଞ୍ଜେଇ ବେପାରୀ, ମାଲକାନଗିରିରୁ ଯାଉଥିଲା ବିହାର

author img

By

Published : Sep 19, 2019, 6:24 PM IST

ପୃଥକ୍‌ ପଥକ୍‌ ଭାବେ 2ଟି ଗଞ୍ଜେଇ ଚାଲାଣକାରୀ ରାକେଟ୍‌ ଠାବ କରିଛି ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ । ପ୍ରଥମେ ଜଣେ ବାଇକ ଆରୋହୀକୁ ଗିରଫ କରି 10 କେଜି ଗଞ୍ଜେଇ ଜବତ କରିବା ପରେ 108 କେଜି ଗଞ୍ଜେଇ ସହ 2 ଜଣଙ୍କୁ ଗିରଫ କରିଛି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା । ପୃଥକ୍‌ ପଥକ୍‌ ଭାବେ 2ଟି ଗଞ୍ଜେଇ ଚାଲାଣକାରୀ ରାକେଟ୍‌ ଠାବ କରିଛି ଜିଲ୍ଲା ଅବକାରୀ ବିଭାଗ ।

ଭିଡିଓ ସୌଜନ୍ୟ :ସମ୍ବାଦଦାତା, ମାଲକାନଗିରି

ସୂଚନାନୁସାରେ, ମାଲକାନଗିରି ଜିଲ୍ଲା କୋରକୋଣ୍ଡା-ଛତିଶଗଡ ସୀମାନ୍ତ ସୁକୁମା ରାସ୍ତାରେ ଅବକାରୀ ପୋଲିସ ପାଟ୍ରୋଲିଂ କରୁଥିଲା । ଏହି ସମୟରେ ଜଣେ ବାଇକ ଆରୋହୀଙ୍କୁ ଅଟକାଇ ଗାଡି ଚେକିଂ କରିଥିଲା । ଯାଞ୍ଚ ବେଳେ ବାଇକରୁ 10 କେଜି ଗଞ୍ଜେଇ ଜବତ ହୋଇଥିଲା । ଘଟଣାର ସତ୍ୟତା ଜାଣିବାକୁ ଅବକାରୀ ପୋଲିସ ବାଇକ ଆରୋହୀଙ୍କୁ ଅଟକାଇ ଅଧିକ ପଚରାଉଚରା କରିଥିଲେ ।

ପଚରାଉଚରା ବେଳେ ମାଲକାନଗିରିରୁ ବିହାରକୁ ଏକ ସୁମୋ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇଥିଲା । ସୂଚନାକୁ ଆଧାର କରି ପୋଲିସ ଗାଡିର ପଛ କରିଥିଲା । ମାଲକାନିଗିରି କେନାଲ ରାସ୍ତାରେ ସୂଚନା ମିଳିଥିବା ଅବକାରୀ ପୋଲିସ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା । ଉକ୍ତ ଗାଡିରୁ 108 କେଜି ଗଞ୍ଜେଇ ଜବତ କରିବା ସହ 2 ଚୋରା ଚାରାଣକାରୀଙ୍କୁ ଗିରଫ କରାଯାଇଛି । ଗିରଫ 2 ଜଣ ବିହାରର ସଞ୍ଜୟ ସାହାନୀ ଓ ଦୟା ଶଙ୍କର ସିଂ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 5 ଲକ୍ଷ 90 ହଜାର ଟଙ୍କା ହେବ ବୋଲି ଅବକାରୀ ଅଧୀକ୍ଷକ କହିଛନ୍ତି ।

ବାରମ୍ବାର ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା କିଙ୍ଗଫିଙ୍ଗକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ଅବକାରି ବିଭାଗକୁ ଆଜି ପୁଣି ଥରେ ମିଳିଛି ଏକ ବଡ ସଫଳତା । ପୃଥକ ପୃଥକ ଭାବରେ 2ଟି ଗଞ୍ଜେଇ ଚାଲାଣ କାରୀ ରାକେଟ କୁ ଠାବ କରିବାରେ ସଫଳ ହୋଇଛି ଜିଲ୍ଲା ଅଵକାରୀ ବିଭାଗ ।Body:ଗୁଇନ୍ଦା ସୂଚନା ପାଇ ମାଲକାନଗିରି ଜିଲ୍ଲା କୋରକୋଣ୍ଡା ଠାରୁ ଛତିଶଗଡ ସିମାନ୍ତ ସୁକୁମା ରାସ୍ତାରେ ଅବକାରି ପୋଲିସ ଗାଡି ଚେକିଙ୍ଗ କରୁଥିବା ସମୟରେ ଜଣେ ବାଇକ ଆରୋହିକୁ ଅଟକାଇ ଗାଡି ଯାଞ୍ଚ କରିଥିଲେ ଏହି ସମୟରେ ୧୦କେଜି ଗଞ୍ଜେଇ ବାହାରି ଥିଲା ପରେ ତାକୁ ଅବକାରି ଅଧିକାରୀ ଅଧିକ ପଚରା ଉଚରା କରିବାରୁ ମାଲକାନଗିରି ଠାରୁ ବିହାର ରାଜ୍ୟକୁ ଏକ ସୁମୋ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ସୁକୁମା ରାସ୍ତାରେ ଗାଡି ଟିକୁ ଅଟକାଇ ଯାଞ୍ଚ କରିବାରୁ ସେଥିରୁ୧୦୮ କେଜି ଗଞ୍ଜେଇ ସୁଦୂର ବିହାର ରାଜ୍ୟକୁ ଚୋରା ଚାଲାଣ କରାଯାଉଥିବା ବେଳେ ଅବକାରି ପୋଲିସ ଉକ୍ତ ଗଞ୍ଜେଇକୁ ଜବତ କରିବା ସହ ୨ ଜଣ ଚୋରା ଚାଲାଣ କାରିଙ୍କୁ ଗିରଫ କରିଛି । ଗିରଫ 2ଜଣ ବିହାର ର ସଞ୍ଜୟ ସାହାନୀ ଏବଂ ଦୟା ଶଙ୍କର ସିଂ। ଜବତ ହୋଇଥିବା ମୋଟ ଗଞ୍ଜେଇ ବଜାର ମୁଲ୍ୟ ପ୍ରାୟ ୫ ଲକ୍ଷ ୯୦ ହଜାର ଟଙ୍କା ହେବ ବୋଲି ଅବକାରି ଅଧିକ୍ଷକ କହିଛନ୍ତି । ବାରମ୍ବାର ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା କିନ୍ ଫିଙ୍ଗକୁ ମଧ୍ୟ ଖୁବ ଶିଘ୍ର ଗିରଫ କରାଯିବ ବୋଲି ଅବକାରି ବିଭାଗ କହିଛି ।

Conclusion:ବାଇଟ – ଅଶୋକ କୁମାର ସେଠ, ଅବକାରି ଅଧିକ୍ଷକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.