ETV Bharat / state

5 କୋଟି ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ କଲା ମାଲକାନଗିରି ଅବକାରୀ ବିଭାଗ - 5 crore ganja field destroyed by malkangiri excise and forest dept

ବେଆଇନ ଗଞ୍ଜେଇ ଫସଲ ନଷ୍ଟ କଲା ମାଲକାନଗିରି ଅବକାରୀ ବିଭାଗ । 36 ଏକର ଜଙ୍ଗଲ ଜମିରେ 54,000 ଗଞ୍ଜେଇ ଗଛକୁ କାଟି ନଷ୍ଟ କରିଛି ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Nov 15, 2019, 9:25 PM IST

ମାଲକାନଗିରି: ବେଆଇନ ଗଞ୍ଜେଇ ଫସଲ ନଷ୍ଟ । ଜିଲ୍ଲା ଅବକାରୀ ବିଭାଗ ଓ ବନ ବିଭାଗ ମିଳିତ ଭାବେ ଚଢାଉ କରି ବାପନପାଲ୍ଲୀ ଗ୍ରାମରେ ବେଆଇନ ଭାବେ ଚାଷ ହେଉଥିବା ଗଞ୍ଜେଇ ଫସଲକୁ ନଷ୍ଟ କରିଛି । ନଷ୍ଟ ହୋଇଥିବା ଗଞ୍ଜେଇ ଚାଷର ଆନୁମାନିକ ବଜାର ମୂଲ୍ୟ 5 କୋଟି ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ବାପନପାଲ୍ଲୀ କୌଣସି ମାଓ ପ୍ରଭାବିତ ଅଞ୍ଚଳ ହୋଇ ନଥିବାବେଳେ ଏଠାରେ ଏକର ଏକର ଜମିରେ ବେଆଇନ ଭାବେ ଗଞ୍ଜେଇ ଚାଷ କରାଯାଉଛି । ଯାହାକୁ ଶୁକ୍ରବାର ଅବକାରୀ କର୍ମଚାରୀମାନେ ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ କାଟି ନିଆଁ ଲଗାଇ ପୋଡି ଦିଆଯାଇଛି । ପ୍ରାୟ 36 ଏକର ଜଙ୍ଗଲ ଜମିରେ ବେଆଇନ ଭାବେ ଲଗାଯାଇଥିବା 54,000 ଗଞ୍ଜେଇ ଗଛକୁ କାଟି ନଷ୍ଟ କରାଯାଇଛି ।

ବର୍ତ୍ତମାନ ଗଞ୍ଜେଇ ଅମଳର ସମୟ ପାଖକୁ ଆସିଛି । ତେଣୁ ଆଗାମୀ ଦିନରେ ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏପରି ଚଢାଉ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେପଟେ ସଦର ମହକୁମା ଠାରୁ ମାତ୍ର 30 କିମି ଦୁରରେ ଏକର ଏକର ଜମିରେ ଗଞ୍ଜେଇ ଚାଷ କରାଯାଉଥିବା ବେଳେ ଆଜି ପର୍ଯ୍ୟନ୍ତ କେମିତି ମାଲକାନଗିରି ଅଵକାରୀ ବିଭାଗ ଓ ପୋଲିସ ଜାଣିପାରିନାହିଁ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ଥାନା ଅଞ୍ଚଳରେ ବେଆଇନ ଭାବେ ଚାଷ କରାଯାଇଥିବା ଗଞ୍ଜେଇ ଫସଲକୁ ଆଜି ଜିଲ୍ଲା ଅବକାରୀ ବିଭାଗ ଓ ବନ ବିଭାଗ ପକ୍ଷରୁ ମିଳିତ ଭାବେ ନଷ୍ଟ କରାଯାଇଛି । Body:ଟିକିଏ ଭଲ କରି ଦେଖନ୍ତୁ ଏହି ଦୃଶ୍ୟକୁ କାରଣ ଏହା କୌଣସି ମାଓ ପ୍ରଭାବିତ ଅଞ୍ଚଳ ନୁହଁ ଏହା ମାଲକାନଗିରି ସଦର ବ୍ଲୋକ ଅନ୍ତର୍ଗତ ବାପନପାଲ୍ଲୀ ଗ୍ରାମରେ ଏକର ଏକର ଚାଷ ଜମିରେ ଗଞ୍ଜେଇ ଚାଷ ହୋଇଥିବାର ଦୃଶ୍ୟ । ଯାହାକୁ ଆଜି ଅବକାରି ବିଭାଗର କର୍ମଚାରୀ ମାନେ ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ ପ୍ରାୟ ୩୬ ଏକର ଜଙ୍ଗଲ ଜମିରେ ଚାଷ କରା ଯାଇଥିବା ବେଆଇନ ୫୪,୦୦୦ ଗଞ୍ଜେଇ ଗଛକୁ କାଟି ପୋଡି ଦେଇଛନ୍ତି । ଯାହାର ଆନୁମାନିକ ବଜାର ମୂଲ୍ୟ ୫କୋଟି ଟଙ୍କା ହେବ ବୋଲି ଜଣା ପଡିଛି । ବିଶେଷ କରି ବର୍ତମାନ ଗଞ୍ଜେଇ ଅମଳର ସମୟ ପାଖକୁ ଆସିଥିବାରୁ ଆଗାମୀ ଦିନରେ ମଧ୍ୟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏପରି ଚଢାଉ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ସାଧାରଣରେ ଏଇଠି ପ୍ରଶ୍ନ ସୃଷ୍ଟି ହେଉଛି କାରଣ ସଦର ମହକୁମା ଠାରୁ ମାତ୍ର 30 କିମି ଦୁରରେ ଏକର ଏକର ଗଞ୍ଜେଇ ଚାଷ କରାଯାଉଥିବା ବେଳେ ଆଜି ପର୍ଯ୍ୟନ୍ତ କେମିତି ମାଲକାନଗିରି ଅଵକାରୀ ବିଭାଗ ଓ ମାଲକାନଗିରି ପୋଲିସ ଜାଣି ପାରିଲେ ନାହିଁ ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ......
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.