ETV Bharat / state

ମାଓବାଦୀଙ୍କ 39ଟି ସ୍ପାଇକ ହୋଲ ଠାବ, ବଡ ବିପଦରୁ ଅଳ୍ପକେ ବର୍ତ୍ତିଲେ ଯବାନ - Maoist spike holes

ସୁରକ୍ଷା ଯବାନଙ୍କ ଅପରେସନ ବେଳେ ମାଓବାଦୀଙ୍କ 39ଟି ସ୍ପାଇକ ହୋଲ ଠାବ କଲେ ସିଆରପିଏଫ ଯବାନ । ଅଧିକ ପଢନ୍ତୁ...

ମାଓବାଦୀଙ୍କ 39ଟି ସ୍ପାଇକ ହୋଲ ଠାବ, ବଡ ବିପଦରୁ ଅଳ୍ପକେ ବର୍ତ୍ତିଲେ ଯବାନ

author img

By

Published : Feb 7, 2021, 8:16 PM IST

ମାଲକାନଗିରି: ମାଓବାଦୀଙ୍କ ଏକ ବଡ଼ ଧରଣର ଷଡଯନ୍ତ୍ରକୁ ପଣ୍ଡ କଲେ ସିଆରପିଏଫ ଯବାନ । ସୁରକ୍ଷା ଯବାନଙ୍କ ଅପରେସନ ବେଳେ ସ୍ପାଇକ ହୋଲ ଠାବ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାର ପାଲମପାଲି ଜଙ୍ଗଲରେ ସିଆରପିଏଫ 74 ବାଟାଲିୟନ ଯବାନଙ୍କ ଦ୍ବାରା ମାଓବାଦୀଙ୍କ 39 ଟି ସ୍ପାଇକ ହୋଲ ଠାବ କରାଯାଇଛି ।

ମାଓବାଦୀଙ୍କ 39ଟି ସ୍ପାଇକ ହୋଲ ଠାବ, ବଡ ବିପଦରୁ ଅଳ୍ପକେ ବର୍ତ୍ତିଲେ ଯବାନ

ଏହି ସ୍ପାଇକ ହୋଲ ଭିତରେ ପଡିଲେ ଯେ କେହି ବି ପଡିବା ତା'ର ମୃତ୍ୟୁ ସୁନିଶ୍ଚିତ । କାରଣ ଏହି ହୋଲ ମଧ୍ୟରେ ତୀକ୍ଷ୍ଣ ଲୁହା ରଡ଼, ଲୁହା କଣ୍ଟା, କାଚ ଭଳି ମାରାତ୍ମକ ଜିନିଷ ଭର୍ତ୍ତି କରି ଷଡ଼ଯନ୍ତ୍ର ରଚିଥାନ୍ତି ମାଓବାଦୀ । ପୂର୍ବରୁ ଏଭଳି ହୋଲ ଭିତରେ ପଡି ଅନେକ ଯବାନ ସହିଦ ହୋଇଛନ୍ତି । ସୁରକ୍ଷାକର୍ମୀ ମାଓ ଦମନ ପାଇଁ ଜଙ୍ଗଲ ଭିତରକୁ ଯିବାବେଳେ ତାଙ୍କୁ ଏହି ସ୍ପାଇକ ହୋଲରେ ଫସେଇବାର ଯୋଜନା ରଚିଥିଲେ ମାଓବାଦୀ । ତେବେ ଏକ ବଡ ବିପଦରୁ ଯବାନମାନେ ରକ୍ଷା ପାଇଯାଇଥିବା କୁହାଯାଇଛି ।

ଅନ୍ୟପଟେ ସାଧାରଣ ଲୋକଙ୍କୁ ମଧ୍ୟ ଜଙ୍ଗଲକୁ ଯିବାବେଳେ ଏହାର ଶିକାର ହେବାକୁ ପଡିଛି । ମାଓବାଦୀଙ୍କ ଏହି ବଡ ଯୋଜନାକୁ ପଣ୍ଡ କରାଯାଇଥିବାବେଳେ ବର୍ତ୍ତମାନ ସୁରକ୍ଷା ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.