ETV Bharat / state

ଲକଡାଉନରେ କରୁଥିଲେ ଲାଭ, ଗିରଫ ହେଲେ 3 ନକଲି ଡାକ୍ତର - ମାଲକାନଗିରି ନକଲି କ୍ୱାକ ଡାକ୍ତର

ଅଧିକ ଟଙ୍କା ଓ ଲକଡାଉନର ଫାଇଦା ନେଇ ନୀରିହ ଲୋକଙ୍କୁ ଠକୁଥିଲେ କ୍ୱାକ ଡାକ୍ତର । ମାଲକାନଗିରି SPଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଥିଲା ତଦନ୍ତ । ଶେଷରେ ତିନି କ୍ୱାକଙ୍କ ସହ ବିପୁଳ ପରିମାଣରେ ମେଡ଼ିସିନ ଜବତ କରିଛି କାଲିମେଳା ପୋଲିସ । ଅଧିକ ପଢନ୍ତୁ...

ମହଙ୍ଗା ପଡ଼ିଲା ଲୋକଙ୍କୁ ଠକିବା, ଗିରଫ ହେଲେ ତିନି ନକଲି କ୍ୱାକ ଡାକ୍ତର

author img

By

Published : Jun 26, 2021, 9:59 PM IST

Updated : Jun 26, 2021, 10:06 PM IST

ମାଲକାନଗିରି: ଅଧିକ ଟଙ୍କା ଓ ଲକଡାଉନର ଫାଇଦା ନେଇ ନୀରିହ ଲୋକଙ୍କୁ ଠକୁଥିଲେ କ୍ୱାକ ଡାକ୍ତର । ଗାଁ ଗାଁ ବୁଲି ଲୋକଙ୍କୁ ଚିକିତ୍ସା କରୁଥିବାରୁ ସରକାରୀ ଡାକ୍ତରଖାନାରୁ ମୁହଁ ମୋଡି ଦେଉଥିଲେ ରୋଗୀ । କାଲିମେଳା ପୋଲିସ ଆଜି (ଶନିବାର) ତିନି ଜଣ କ୍ୱାକ ଡାକ୍ତରଙ୍କୁ ଗିରଫ କରିଛି । ବିନା ଲାଇସେନ୍ସରେ, ବିନା କୌଣସି ଡାକ୍ତରୀ ପାଠରେ ଏମାନେ ପାଲଟି ଯାଇଥିଲେ ତଥାକଥିତ ଡାକ୍ତର ।

ମହଙ୍ଗା ପଡ଼ିଲା ଲୋକଙ୍କୁ ଠକିବା, ଗିରଫ ହେଲେ ତିନି ନକଲି କ୍ୱାକ ଡାକ୍ତର
ମହଙ୍ଗା ପଡ଼ିଲା ଲୋକଙ୍କୁ ଠକିବା, ଗିରଫ ହେଲେ ତିନି ନକଲି କ୍ୱାକ ଡାକ୍ତର

ଲୋକଙ୍କ ଚିକିତ୍ସା କରିବା ସହ ଲୋକଙ୍କ ଜୀବନ ସହ ଖେଳୁଥିଲେ ଏହି କ୍ୱାକମାନେ । ମାଲକାନଗିରି SPଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହୋଇଥିଲା ତଦନ୍ତ । ଶେଷରେ ଆଜି ତିନି କ୍ୱାକଙ୍କ ସହ ବିପୁଳ ପରିମାଣରେ ମେଡ଼ିସିନ ଜବତ କରିଛି କାଲିମେଳା ପୋଲିସ । କେସ ନମ୍ବର-134, 135, 137 ଏବଂ ଦଫା 419/420/384 ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ଏହି ତିନି ଅଭିଯୁକ୍ତଙ୍କୁ ।

ସେମାନେ ହେଲେ ପରେସ ବାୱାଲି(ଏମ୍.ଭି-73 ଗ୍ରାମ), ଶଶାଙ୍କ ପାଇକ(ଏମ୍. ପି. ଭି-14 ଗ୍ରାମ) ଓ ସଚିନ ପରାମାନିକ(ଏମ୍.ପି. ଭି-11 ଗ୍ରାମ) । ପୋଲିସ ଚେକିଂ କଡାକଡି ହେଲେ କାଲିମେଳା ଅଞ୍ଚଳରୁ ଆହୁରି ବହୁ ସଂଖ୍ୟକ ଏହି ନକଲି ଡାକ୍ତର ବାହାରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ପ୍ରକାଶ ପାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Jun 26, 2021, 10:06 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.