ETV Bharat / state

କୋରୋନାକୁ ମାତ୍‌ ଦେଲା 17 ମାସର କୁନି ଝିଅ - କୋରୋନା ସଂକ୍ରମଣ

କୋରୋନାକୁ ହରାଇଛନ୍ତି 17 ମାସ ର କୁନି ଝିଅ । କରୋନା ସଂକ୍ରମଣ ଫାଶରୁ ବର୍ତ୍ତି ନିଜ ମା କୋଳକୁ ଫେରିଛନ୍ତି ମାଲକାନଗିରିରର ସ୍ଵାଇଁସୋଧ୍ୟା।

କୋରୋନାକୁ ମାତ୍‌ ଦେଲା 17 ମାସର କୁନି ଝିଅ
କୋରୋନାକୁ ମାତ୍‌ ଦେଲା 17 ମାସର କୁନି ଝିଅ
author img

By

Published : Aug 5, 2020, 9:47 PM IST

ମାଲକାନଗିରି : ଦିନକୁ ଦିନ ରାଜ୍ୟରେ ଏବଂ ମାଲକାନଗିରି ଜିଲ୍ଲାରେ କୋରୋନା ସ୍ଥିତି ଗମ୍ଭୀର ହେଉଥିବା ବେଳେ ଜିଲ୍ଲାରୁ ଏକ ଭଲ ଖବର ଆସିଛି । କୋରୋନାକୁ ହରାଇଛନ୍ତି 17 ମାସ ର କୁନି ଝିଅ । କୋରୋନା ସଂକ୍ରମଣ ଫାଶରୁ ବର୍ତ୍ତି ନିଜ ମା କୋଳକୁ ଫେରିଛନ୍ତି ମାଲକାନଗିରିରର ସ୍ଵାଇଁସୋଧ୍ୟା।

କୋରୋନାକୁ ମାତ୍‌ ଦେଲା 17 ମାସର କୁନି ଝିଅ

ମାଲକାନଗିରିର ସ୍ଵାଇଁସୋଧ୍ୟା କିଛି ଦିନ ତଳେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ସ୍ଵାଇଁସୋଧ୍ୟାର ବାପା ମା ଉଭୟ ଜଣେ ଜଣେ କରୋନା ଯୋଦ୍ଧା । ବାପା ଜେଇ ଥିବା ବେଳେ ମା ସିଡିଏମଓ ଅଫିସରେ କାର୍ଯ୍ୟରତ ଅଛନ୍ତି । ତେବେ ସ୍ଵାଇଁସୋଧ୍ୟାଙ୍କ ମା ବିଜୟ ଲକ୍ଷ୍ମୀ ପ୍ରଥମେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ସ୍ଵାଇଁସୋଧ୍ୟା ମଧ୍ୟ କୋରୋନାରେ ସଂକ୍ରମିତ ହୋଇଥିବା ଜାଣିବାକୁ ମିଳିଥିଲା । କୋରୋନାରେ ଆକ୍ରାନ୍ତ ହେବାପରେ ଉଭୟ ମା ଝିଅ ହୋମ ଆଇସୋଲେଶନରେ ରହିଥିଲେ । ଦୀର୍ଘ 20 ଦିନ ସଂଘର୍ଷ କରିବା ପରେ ଶେଷରେ କୋରୋନାକୁ ମାତ୍ ଦେଇଛନ୍ତି ସ୍ଵାଇଁସୋଧ୍ୟା ।

ତେବେ ସାହି ପଡ଼ିଶା ଜିଲ୍ଲା ପ୍ରଶାସନ ସମସ୍ତଙ୍କ ସହଯୋଗ ଯୋଗୁଁ କୁନି ଝିଅ କୋରୋନାକୁ ମାତ୍‌ ଦେଇଥିବା ମା ବିଜୟ ଲକ୍ଷ୍ମୀ କହିଛନ୍ତି । ତେବେ ଛୋଟ ଛୋଟ ପିଲାଙ୍କୁ ଭୁତାଣୁର ଭୟ ଅଧିକ ରହୁଥିବା ବେଳେ ସ୍ଵାଇଁସୋଧ୍ୟା ସମସ୍ତଙ୍କୁ ଏକ ସୁବାର୍ତ୍ତା ଦେଇଛନ୍ତି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.