ETV Bharat / state

ଗଞ୍ଜେଇ ଚାଲାଣର ନୂଆ ତରିକା, ପାଣି ଟ୍ୟାଙ୍କରୁ ମିଳିଲା ଦେଢକୋଟିର ଗଞ୍ଜେଇ - 1447kg ganja seized by mathili police

ଗଞ୍ଜେଇ ଚୋରା ଚାଲାଣ କରିବା ପାଇଁ ଏବେ ଚାଲାଣକାରୀମାନେ ନୂଆ ଉପାୟ । ପାଣି ଟ୍ୟାଙ୍କର ଯୋଗେ ଗଞ୍ଜେଇ ଚାଲାଣ ବେଳେ 1447 କେଜି ଗଞ୍ଜେଇ ଜବତ କଲା ମାଥିଲି ଥାନା ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Nov 17, 2019, 8:49 PM IST

ମାଲକାନଗିରି: ଜିଲ୍ଲା ପୋଲିସକୁ ବଡ ସଫଳତା । ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଜବତ କଲା ମାଥିଲି ଥାନା ପୋଲିସ । ଜବତ ଗଞ୍ଜେଇର ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ସୂଚନାନୁସାରେ, ମାଥିଲି ଅଞ୍ଚଳରୁ ଏକ ପାଣି ଟ୍ୟାଙ୍କର ଯୋଗେ ଚୋରା ଗଞ୍ଜେଇ ଉତ୍ତରପ୍ରଦେଶକୁ ଚାଲାଣ କରାଯାଉଥିଲା । ବିଶେଷ ସୂତ୍ରରୁ ଖବର ପାଇ ମାଥିଲି ପୋଲିସ ପେଟ୍ରୋଲିଂ କରିବା ସମୟରେ ଏହି ଗାଡି ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ଚେକିଂ ବେଳେ ଗାଡିରୁ 1447 କେଜି ଗଞ୍ଜେଇ ଜବତ ହୋଇଥିବା ନେଇ ମାଲକାନଗିରି ସୂଚନା ଦେଇଛନ୍ତି ।

ଏହି ଚାଲାଣରେ ସମ୍ପୃକ୍ତ ଥିବା ଉତ୍ତରପ୍ରଦେଶର 2 ଜଣ ଦଲାଲଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ବର୍ତ୍ତମାନ ଗଞ୍ଜେଇ ଅମଳର ସମୟ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସର ଚଢାଉ ଜାରି ରହିବ ବୋଲି ଏସପି ସୂଚନା ଦେଇଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ମାଲକାନଗିରି ପୋଲିସ କୁ ମିଳିଲା ବଡ ସଫଳତା । ପାଣି ଟାଙ୍କର ରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଏହାକୁ ଜବତ କଲା ମାଥିଲି ଥାନା ପୋଲିସ ।Body:ମାଥିଲି ଅଞ୍ଚଳରୁ ଚୋରା ଗଞ୍ଜେଇ ବୋଝେଇ କରି ଏହି ପାଣି ଟାଙ୍କର ଟିକୁ ଉତ୍ତରପ୍ରଦେଶକୁ ଚୋରା ଚାଲାଣ କରା ଯାଉଥିବା ବେଳେ ଗୁଇନ୍ଦା ସୂଚନା ପାଇ ମାଥିଲି ଥାନା ପୋଲିସ ଏହାକୁ ଯାଞ୍ଚ କରିବା ସମୟରେ ଏଥିରୁ ପ୍ରାୟ୧୪୪୭ କେଜି ଗଞ୍ଜେଇ ବାହାରି ଥିଲା । ଯାହାର ବଜାର ମୂଲ୍ୟ ଦେଢ କୋଟି ଟଙ୍କା ହେବ ବୋଲି ମାଲକାନଗିରି ଏସ୍ପି କହିଛନ୍ତି । ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଉତ୍ତରପ୍ରଦେଶର ଦୁଇ ଜଣ ଦଲାଲଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି । ବର୍ତ୍ତମାନ ଗଞ୍ଜେଇ ଅମଳର ସମୟ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ସ୍ତାନରେ ପୋଲିସର ଏପରି ଚଢାଉ ଜାରି ରହିବ ବୋଲି ମାଲକାନଗିରି ଏସ୍ପି କହିଛନ୍ତି ।

ବାଇଟ- ରୁଷିକେଶ ଖିଲାରି. ଡି, ମାଲକାନଗିରି ଏସପି
Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.