ETV Bharat / state

ଗଞ୍ଜେଇ ଚାଷ ବିରୋଧରେ ପୋଲିସ-ଅବକାରୀ କାର୍ଯ୍ୟାନୁଷ୍ଠାନ, 12 କୋଟିର ଫସଲ ନଷ୍ଟ

ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳରେ ବେଆଇନ ଭାବେ ଚାଷ କରାଯାଇଥିବା ଗଞ୍ଜେଇ ଫସଲକୁ  ଶନିବାର  ମାଥିଲି ପୋଲିସ ଓ ମାଲକାନଗିରି, ଜୟପୁର, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗ  ମିଳିତ ଭାବେ  ନଷ୍ଟ କରିଛନ୍ତି ।

author img

By

Published : Nov 23, 2019, 10:11 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ମାଲକାନଗିରି: ପ୍ରାୟ ୧୨ କୋଟି ଟଙ୍କାର ବେଆଇନ ଗଞ୍ଜେଇ ଫସଲ ନଷ୍ଟ କରିଛି ଅବକାରୀ ବିଭାଗ। ମାଲକାନଗିରିର ମାଥିଲି ଥାନା ଅଞ୍ଚଳରେ ବେଆଇନ ଭାବେ ଚାଷ କରାଯାଇଥିବା ଗଞ୍ଜେଇ ଫସଲକୁ ଶନିବାର ମାଥିଲି ପୋଲିସ, ମାଲକାନଗିରି, ଜୟପୁର, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗ ମିଳିତ ଭାବେ ନଷ୍ଟ କରିଛନ୍ତି।

ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ମାଓ ପ୍ରବଣ ଅଞ୍ଚଳ ଭାବେ ବେଶ ପରିଚିତ ବାହାଦୂର ଗୁଡା, ତାଳଗୁଡା, ନୂନଖରି ଓ କାନ୍ଦଗୁଡା ଗ୍ରାମରେ ଅବକାରୀ ଓ ପୋଲିସ ବିଭାଗ କର୍ମଚାରୀ ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ ୭୨ ଏକର ଜଙ୍ଗଲ ଜମିରେ ଚାଷ କରାଯାଇଥିବା ବେଆଇନ ୧ଲକ୍ଷ ୧୫ ହଜାର ୨୦୦ ଗଞ୍ଜେଇ ଗଛକୁ କାଟି ପୋଡି ଦେଇଛନ୍ତି । ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୨କୋଟି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ବିଶେଷ କରି ବର୍ତ୍ତମାନ ଗଞ୍ଜେଇ ଅମଳର ସମୟ ପାଖକୁ ଆସିଥିବାରୁ ଆଗାମୀ ଦିନରେ ମଧ୍ୟ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ମାଲକାନଗିରି ଅବକାରି ଅଧିକ୍ଷକ ଅଶୋକ ଶେଠଙ୍କ ନେତୃତରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏପରି ଚଢାଉ କରାଯିବ ବୋଲି ଜଣାଇ ଦିଆଯାଇଛି। ଏହାସହ ଗଞ୍ଜେଇ ଚୋରା ଚାଲାଣକୁ ରୋକିବା ପାଇଁ ମଧ୍ୟ ମାଲକାନଗିରି ଅବକାରି ବିଭାଗ ଓ ପୋଲିସ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ପ୍ରଶାସନ ପକ୍ଷରୁ କଡା ନଜର ରଖାଯାଇଛି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ପୁଣି ନଷ୍ଟ ହେଲା ୧୨ କୋଟି ଟଙ୍କାର ବେଆଇନ ଗଞ୍ଜେଇ ଫସଲ । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଞ୍ଚଳରେ ବେଆଇନ ଭାବେ ଚାଷ କରାଯାଇଥିବା ଗଞ୍ଜେଇ ଫସଲକୁ ଆଜି ମାଲକାନଗିରି, ଜୟପୁର, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଅବକାରୀ ବିଭାଗ ସହ ମାଥିଲି ପୋଲିସ ସହାୟତାରେ ମିଳିତ ଭାବେ ନଷ୍ଟ କରାଯାଇଛି । Body:ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ମାଓ ପ୍ରବଣ ଅଞ୍ଚଳ ଭାବେ ବେସ ପରିଚିତ ବାହାଦୂର ଗୁଡା, ତାଳଗୁଡା, ନୂନଖରି ଓ କାନ୍ଦଗୁଡା ଗ୍ରାମରେ ଅବକାରୀ ଓ ପୋଲିସ କର୍ମଚାରୀ ମାନେ ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ ୭୨ ଏକର ଜଙ୍ଗଲ ଜମିରେ ଚାଷ କରା ଯାଇଥିବା ବେଆଇନ ୧ଲକ୍ଷ ୧୫ ହଜାର ୨୦୦ ଗଞ୍ଜେଇ ଗଛକୁ କାଟି ପୋଡି ଦେଇଛନ୍ତି । ଯାହାର ଆନୁମାନିକ ବଜାର ମୂଲ୍ୟ ୧୨କୋଟି ଟଙ୍କା ହେବ ବୋଲି ଜଣା ପଡିଛି । ବିଶେଷ କରି ବର୍ତମାନ ଗଞ୍ଜେଇ ଅମଳର ସମୟ ପାଖକୁ ଆସିଥିବାରୁ ଆଗାମୀ ଦିନରେ ମଧ୍ୟ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଓ ଜିଲ୍ଲା ଆରକ୍ଷି ଅଧିକ୍ଷକଙ୍କ ନିର୍ଦ୍ଧେଶରେ ମାଲକାନଗିରି ଅବକାରି ଅଧିକ୍ଷକ ଅଶୋକ ଶେଠଙ୍କ ନେତୃତରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏପରି ଚଢାଉ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଏହା ସହ ଗଞ୍ଜେଇ ଚୋରା ଚାଲାଣକୁ ରୋକିବା ପାଇଁ ମଧ୍ୟ ମାଲକାନଗିରି ଅବକାରି ବିଭାଗ ଓ ପୋଲିସ ପକ୍ଷରୁ ଏକ ସ୍ଵତନ୍ତ୍ର ଟିମ ଗଠନ କରା ଯାଇ ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ତିଖ୍ନ ନଜର ଦିଆଯାଇଥିବା ଜଣା ପଡିଛି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ..............
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.