ETV Bharat / state

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା, ରୋଗୀ ଅବହେଳା ସହ ହନ୍ତସନ୍ତ 108 କର୍ମଚାରୀ

author img

By

Published : Nov 4, 2020, 12:36 PM IST

Updated : Nov 4, 2020, 1:19 PM IST

ମୟୂରଭଞ୍ଜ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଅଣଦେଖା ଅଭିଯୋଗ । ନାନା ଆଳ କରି ରୋଗୀଙ୍କ ଚିକିତ୍ସାରେ ଅବେହଳା କରାଯିବା 108 କର୍ମଚାରୀ ନାନା ହଇରଣ ହରକତର ସାମ୍ନା କରିବାକୁ ପଡୁଛି । ଅଧିକ ପଢନ୍ତୁ...

ରୋଗୀ ଅବହେଳା ସହ ହନ୍ତସନ୍ତ 108 କର୍ମଚାରୀ
ରୋଗୀ ଅବହେଳା ସହ ହନ୍ତସନ୍ତ 108 କର୍ମଚାରୀ

ବାରିପଦା: ମୟୂରଭଞ୍ଜ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଅଣଦେଖା ଅଭିଯୋଗ । କୋରୋନା ଆଳ ଦେଖାଇ ରୋଗୀଙ୍କୁ ଚିକିତ୍ସା ମିଳୁନଥିବା ଅଭିଯୋଗ କରିଛନ୍ତି ଖୋଦ 108 କର୍ମଚାରୀ । ବାରିପଦା ସ୍ଥିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ବଦଳରେ ବାର ଦ୍ବାର ଶୁଣ୍ଡିପିଣ୍ଡା ହେବାକୁ ପଡୁଛି । ଚିକିତ୍ସା ଯୋଗାଇବାକୁ ପ୍ରାୟ ଦେଢ ଘଣ୍ଟା ଲାଗି ସମୟ ଲାଗିଯାଉଛି । ଫଳରେ ଅନେକ ରୋଗୀଙ୍କ ଚିକିତ୍ସା ଅଭାବରୁ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି ।

ରୋଗୀ ଅବହେଳା ସହ ହନ୍ତସନ୍ତ 108 କର୍ମଚାରୀ

ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ପୂର୍ବରୁ ଚିକିତ୍ସା ଅବହେଳାରୁ ଅନେକ ରୋଗୀଙ୍କ ଜୀବନ ଯାଉଥିବାର ଅଭିଯୋଗ ହୋଇଆସିଛି । ଆଜି ଜଣେ ଜିଅନ୍ତା ପୋଡି ଯାଇଥିବା ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ 108 କର୍ମଚାରୀ ଡାକ୍ତରଖାନାରେ ପହଞ୍ଚିଥିଲେ । ସେମାନେ ପ୍ରଥମେ କାଜୁଆଲିଟିରେ ନେଇଥିଲେ ହେଲେ ସେଠାରୁ ତାଙ୍କୁ ଫେରାଇ ଦେବା ପରେ ସର୍ଜରୀ ବିଭାଗକୁ ନେବାକୁ କହିଥିଲେ । ଏହା ପରେ 108 କର୍ମଚାରୀମାନେ ଓପିଡି ବିଭାଗକୁ ନେଇଥିଲେ ମଧ୍ୟ ଏଠାରେ ସରିନି ରୋଗୀ ହନ୍ତସନ୍ତ । ଟିକଟ କରି ଆଣ, ବିନା ମୋବାଇଲ ନମ୍ବର ଟିକଟ ହେବ ନାହିଁ ଏପରି ନାନା ଆଳ କରି ରୋଗୀଙ୍କ ଚିକିତ୍ସାରେ ଅବେହଳା କରାଯିବା 108 କର୍ମଚାରୀ ନାନା ହଇରଣ ହରକତର ସାମ୍ନା କରିବାକୁ ପଡୁଛି ।

ଅନ୍ୟପଟେ, ହସ୍ପିଟାଲ ଡାକ୍ତର ଓ ନର୍ସମାନେ ମଧ୍ୟ ୧୦୮ କର୍ମଚାରୀମାନଙ୍କୁ ସାହାଯ୍ୟ ସହଯୋଗ କରୁନାହାଁନ୍ତି । ତେବେ ଏନେଇ ପିଆରଏମ୍ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ

Last Updated : Nov 4, 2020, 1:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.