ETV Bharat / state

10 କେଜି ଓଜନର ଲ୍ୟାଣ୍ଡମାଇନ ଜବତ, ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ୧୦ କିଲୋ ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର । ଏକ ବଡ ଅଘଟଣରୁ ଅଳ୍ପକେ ବର୍ତ୍ତିଲେ ଯବାନ । ଅଧିକ ପଢନ୍ତୁ...

author img

By

Published : Apr 13, 2021, 8:06 PM IST

ସର୍ଚ୍ଚ ଅପରେସନବେଳେ 10 କିଲୋ ଓଜନର ଲ୍ୟାଣ୍ଡ ମାଇନ ଜବତ, ଅଳ୍ପକେ ବର୍ତ୍ତିଲେ ଯବାନ

ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ସିଆରପିଏଫ ଯବାନଙ୍କୁ ମିଳିଛି ବଡ ସଫଳତା । ସର୍ଚ୍ଚ ଅପରେସନ ବେଳେ ୧୦ କିଲୋ ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର କରାଯାଇଛି । ପରେ ବୋମା ନିଷ୍କ୍ରିୟ ଦଳ ଦ୍ୱାରା ଏହାକୁ ନିଷ୍କ୍ରିୟ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ପ୍ରତିଦିନ ଭଳି ଆଜି (ମଙ୍ଗଳବାର) ମଧ୍ୟ ଜିଲ୍ଲାର ମେନପା ନିକଟରେ ରହିଥିବା ୧୫୦ ସିଆରପିଏଫ ବାଟାଲିୟନର ଯବାନମାନେ ସର୍ଚ୍ଚ ଅପରେସନ ପାଇଁ ମେନପା ଏବଂ ବୁର୍କାପାଲ ମଧ୍ୟରେ ଚାଲିଥିବା ରାସ୍ତା କାମକୁ ସୁରକ୍ଷା ଦେବା ସହ ସର୍ଚ୍ଚ ଅପରେସନ କରୁଥିଲେ । ସେପଟେ ରାସ୍ତାକଡରେ ନକ୍ସଲ ଯବାନଙ୍କୁ ଟାର୍ଗେଟ କରି ୧୦ କିଲୋ ଓଜନର ଲ୍ୟାଣ୍ଡମାଇନ ପୋତିଥିଲେ । ଯାହାଦ୍ୱାରା ଯବାନମାନେ ଏକ ବଡ ଅଘଟଣର ସାମ୍ନା କରିଥାନ୍ତେ । ତେବେ ଯବାନଙ୍କ ଉପସ୍ଥିତ ବୁଦ୍ଧି ଫଳରେ ଏହି ଲ୍ୟାଣ୍ଡମାଇନକୁ ଉଦ୍ଧାର କରାଯାଇ ବୋମା ନିଷ୍କ୍ରିୟ ଦଳ ଦ୍ୱାରା ଏହାକୁ ନିଷ୍କ୍ରିୟ କରାଯାଇଛି ।

ସୂଚନାଥାଉ କି, ଏହି ମେନପା ଜଙ୍ଗଲରେ ଗତବର୍ଷ ୧୭ ଜଣ ଯବାନଙ୍କୁ ନକ୍ସଲମାନେ ଆମ୍ବୁସ ଲଗାଇ ମାରିଥିଲେ । ଏହାପରେ ଏଠାରେ ସିଆରପିଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା । ଗତ ୩ ତାରିଖରେ ନକ୍ସଲ ପୋଲିସ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨୨ ଜଣ ଯବାନ ଶହୀଦ ହୋଇଥିବାବେଳେ ଏହି ଘଟଣା ପରେ ପୋଲିସ ଘାଇଲା ବାଘ ଭଳି ଘୁରି ବୁଲୁଛି । ତେଣୁ ନକ୍ସଲମାନେ ପୋଲିସକୁ ପୁଣି ଚକମା ଦେବା ପାଇଁ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ ଖଞ୍ଜିଥିବା କୁହାଯାଇଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.