ETV Bharat / state

ଯୁବ ଇଞ୍ଜିନିୟରଙ୍କ ସ୍ବତନ୍ତ୍ର ଉଦ୍ଭାବନା, ମହିଳାଙ୍କୁ ସୁରକ୍ଷା ଯୋଗାଇବ ଜିପିଏସ ବେଲ୍ଟ - koraput news

ସ୍ବତନ୍ତ୍ର ଚିନ୍ତାଧାରା, ନିଆରା ଉଦ୍ଭାବନ। ପିଲାଟି ବେଳୁ କିଛି ନୂଆ କରି ଦେଖାଇବାର ନିଶା ଆଜି ମଧ୍ୟ ତାଙ୍କ ଭିତରେ ଜୀବିତ ରହିଛି । ସେଥିପାଇଁ ତ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବେଲ୍ଟ ତିଆରି କରି ଚର୍ଚ୍ଚାରେ ଜୟପୁରର ଯୁବ ଇଂଜିନିୟର ଶିଶିର ମଲ୍ଲିକ । ଅଧିକ ପଢନ୍ତୁ...

ମହିଳାଙ୍କୁ ସୁରକ୍ଷା ଯୋଗାଇବ ଜିପିଏସ ଯୁକ୍ତ ବେଲ୍ଟ

author img

By

Published : Jan 10, 2021, 5:42 PM IST

କୋରାପୁଟ: ନିଆରା ଉଦ୍ଭାବନା ଓ ପ୍ରଚେଷ୍ଠା। ପିଲାଟିବେଳୁ କିଛି ନୂଆ କରି ଦେଖାଇବାର ନିଶା ଆଜି ମଧ୍ୟ ତାଙ୍କ ଭିତରେ ଜୀବିତ ରହିଛି । ପାଖରେ ଅର୍ଥର ଅଭାବ ଅଛି ହେଲେ ଅଧ୍ୟୟନ ଓ ଅଭ୍ୟାସ ଜାରି ରହିଛି। ଟ୍ୟୁସନ କରି ଓ ଅନ୍ୟତ୍ର କିଛି କାର୍ଯ୍ୟ କରି ଯେଉଁ ଦୁଇପଇସା ଉପାର୍ଜନ କରି ତାହାକୁ ସମାଜ ପାଇଁ ଖର୍ଚ୍ଚ କରୁଛନ୍ତି। ଆମେ କହୁଛୁ ଆପଣଙ୍କୁ ଜୟପୁରର ଯୁବ ଇଂଜିନିୟର ଶିଶିର ମଲ୍ଲିକଙ୍କ କଥା। ଏହି ଅସୁରକ୍ଷିତ ସମାଜରେ କେମିତି ସୁରକ୍ଷିତ ରହିବେ ଆଜିର ମହିଳା ସେନେଇ ପ୍ରସ୍ତୁତ କରିଛନ୍ତି ଜିପିଏସ ଯୁକ୍ତ ବେଲ୍ଟ ।

ମହିଳାଙ୍କୁ ସୁରକ୍ଷା ଯୋଗାଇବ ଜିପିଏସ ବେଲ୍ଟ

ଯେଉଁଥିରେ ଅତ୍ୟାଧୁନିକ ଅଟୋ ସେନ୍ସର,ଜିପିଆରଏସ ,ଇଲାଷ୍ଟିକ ବେଲ୍ଟ , ବ୍ୟାଟେରୀ ,କମ୍ପ୍ୟୁଟର ମାଉସ ,ସାଇରନ ବେଲ ଆଦି ସଂଯୋଗ ହୋଇଛି। ଏହି ବେଲ୍ଟକୁ ତିଆରି କରିବାରେ ମାତ୍ର 11 ଶହ ଟଙ୍କା ଖର୍ଚ୍ଚ ହୋଇଛି। ମହିଳା ମାନେ ଅପହରଣ ଓ ଦୁଷ୍କର୍ମ ଶୀକାର ହେଲେ ଏହି ବେଲ୍ଟ ପରିଧାନ କରି ନିଜକୁ ସୁରକ୍ଷିତ କରିପାରିବେ ବୋଲି ଶିଶିର କହିଛନ୍ତି ।

ଏହି ବେଲ୍ଟରେ ଜିପିଆରଏସ ସହିତ ଏକ ସ୍ୱତନ୍ତ୍ର ଆପ ମୋବାଇଲ ସହ ସଂଯୋଗ ହୋଇପାରିବ। ବେଲ୍ଟ ପିନ୍ଧିଥିବା ବ୍ୟକ୍ତି କିଛି ସମସ୍ୟାରେ ପଡିଲେ ଏଥିରେ ଲାଗିଥିବା ଏକ ବଟନକୁ ଦବାଇଲେ ବେଲ୍ଟରେ ଲାଗିଥିବା ସାଇରନ ବାଜି ଉଠିବ । ଏହା ବ୍ୟକ୍ତିଙ୍କ 100 ମିଟର ପରିଧିରେ ଥିବା ବ୍ୟକ୍ତିଙ୍କୁ ଶୁଭିବ ଓ ସେମାନେ ମହିଳାଙ୍କ ସୁରକ୍ଷା ପାଇଁ ଧାଇଁ ଆସିପାରିବେ । ଏହାସହ ମୋବାଇଲ ଆପ ପରିବାର ସଦସ୍ୟଙ୍କ ମୋବାଇଲକୁ ବାର୍ତ୍ତା ପହଞ୍ଚାଇ ଦେବ ।

ଏହା ପୂର୍ବରୁ ଶିଶିର ରୋବଟିକ ହେଲମେଟ ଓ ଅତ୍ୟାଧୁନିକ ହ୍ୟାଣ୍ଡ ସାନିଟାଇଜର ତିଆରି କରି ଚର୍ଚ୍ଚାରେ ରହିଛନ୍ତି । ଶିଶିରଙ୍କ ଏହି ସଫଳତାକୁ ନେଇ ତାଙ୍କ ବାପା ମା ଆନନ୍ଦିତ ହୋଇଥିବା ବେଳେ କିଛି ସରକାରୀ ସହଯୋଗ ଓ ନିଯୁକ୍ତି ମିଳିପାରିଲେ ଶିଶିରଙ୍କ ସାଧନା ଆହୁରି ଉନ୍ନତତର ହୋଇପାରନ୍ତା ବୋଲି ଆଶାବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସିଏଚ୍. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.