ETV Bharat / state

ଠକାମୀର ନୂଆ ତରିକା: ହଷ୍ଟେଲର ଅନ୍ତେବାସୀଙ୍କଠୁ ଚାଲିଥିଲା ଟଙ୍କା ଆଦାୟ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

author img

By ETV Bharat Odisha Team

Published : Dec 22, 2023, 10:20 PM IST

Updated : Dec 23, 2023, 8:30 PM IST

Youth Arrested on Charges of Fraud: ନିଜକୁ ସିନିୟରର ପରିଚୟ ଦେଇ ହଷ୍ଟେଲରୁ ଟଙ୍କା ଆଦାୟ କରୁଥିଲା ଠକ । ଅଭିଯୁକ୍ତ ସଚିନ କୁମାର ଗୁପ୍ତାକୁ ଗିରଫ କଲା କମିଶନରେଟ ପୋଲିସ । ଅଧିକ ପଢନ୍ତୁ

ସିନିୟରର ପରିଚୟ ଦେଇ ଟଙ୍କା ଆଦାୟ
ସିନିୟରର ପରିଚୟ ଦେଇ ଟଙ୍କା ଆଦାୟ
ସିନିୟରର ପରିଚୟ ଦେଇ ଟଙ୍କା ଆଦାୟ

ଭୁବନେଶ୍ବର: ନିଜକୁ ସିନିୟରର ପରିଚୟ ଦେଇ ହଷ୍ଟେଲରୁ ଟଙ୍କା ଆଦାୟ କରୁଥିଲା ଠକ । ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ମୈତ୍ରୀ ବିହାର ଥାନା ପୋଲିସ । ପୋଲିସର ସୂଚନା ମୁତାବକ, ଭୁବନେଶ୍ୱରର ବିଭିନ୍ନ ହଷ୍ଟେଲରେ ପଶି ଜଣେ ଯୁବକ ଟଙ୍କା ମାଗୁଥିଲା। ନିଜକୁ ସେହି ହଷ୍ଟେଲର ସିନିୟରର ପରିଚୟ ଦେଇ ଟଙ୍କା ଧାର ଦେବାକୁ କହି ହଷ୍ଟେଲର ଜୁନିୟର ବା ନୂଆ ଅନ୍ତେବାସୀଙ୍କଠାରୁ ଟଙ୍କା ନେଉଥିଲା। ଆଉ ଟଙ୍କା ନେବା ପରେ ଧରାଛୁଆଁ ଦେଉନଥିଲା । ଅଭିଯୁକ୍ତ ଜଣକ ବିହାର ରହତାସ ଅଞ୍ଚଳର ସଚିନ କୁମାର ଗୁପ୍ତା । ସେ ଏହିପରି ଅନେକ ହଷ୍ଟେଲରୁ ଏହି ଉପାୟରେ ପାଖାପାଖି ୫ ଲକ୍ଷ ଟଙ୍କା ଠକି ନେଇଛି ।

ପାଠ ପଢ଼ିବାକୁ ପିଲାମାନେ ଘରୁ ଆଣୁଛନ୍ତି ଟଙ୍କା। ହେଲେ ପାଠପଢା ବାବଦକୁ ଆସୁଥିବା ଟଙ୍କା ଜୁଆ ଖେଳରେ ଲାଗୁଥିବା ଦେଖିବାକୁ ମିଳୁଛି । ମୈତ୍ରୀ ବିହାର ଥାନାରେ ବିହାରର ଜଣେ ଯୁବକକୁ ଠକେଇ ମାମଲାରେ ଗିରଫ ପରେ ଏଭଳି ଚର୍ଚ୍ଚା ହେଉଛି । ହେଲେ ପୋଲିସର କହିବା ଅନୁସାରେ, ବେଟିଂ ବାବଦରେ କୌଣସି ଠୋସ ପ୍ରମାଣ ମିଳିନାହିଁ । ଅଭିଯୋଗ ପରେ ପୋଲିସ ବିହାରର ଜଣେ ଯୁବକଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ଅଭିଯୁକ୍ତ ଜଣକ ହେଉଛି ବିହାର ରହତାସର ସଚିନ କୁମାର ଗୁପ୍ତା । ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ମୈତ୍ରୀ ବିହାର ଥାନା ପୋଲିସ।ଏନେଇ ସୂଚନା ଦେଇଛନ୍ତି ଏସିପି ଗୌତମ କୁମାର କିଶାନ। ହେଲେ "ବେଟିଂରେ ଟଙ୍କା ଲଗାଇବା ଘଟଣା ଏପର୍ଯ୍ୟନ୍ତ ତଦନ୍ତରେ ପାଇନାହୁଁ କିନ୍ତୁ ଏ ଦିଗରେ ଆଗକୁ ତଦନ୍ତ ଜାରି ରହିବ," ବୋଲି କହିଛନ୍ତି ଜୋନାଲ ୫ ଏସିପି ।

ଏହା ମଧ୍ୟ ପଢନ୍ତୁ...ବେଙ୍ଗାଲୁରୁରୁ ମହାଠକ ଗିରଫ, ଟଙ୍କା ଡବଲ କରିବାକୁ କହି ଚୂନ ଲଗାଇଥିଲେ ୨୫ କୋଟି

ତେବେ ପିଲାଙ୍କ ଅଭିଯୋଗ ଅନୁସାରେ, କ୍ରିପ୍ଟୋ କଏନ ଇନଭେଷ୍ଟମେଣ୍ଟ ଆଳରେ ଟଙ୍କା ନେଇ ଡବଲ କରାଇବାକୁ କହି ଆଉ ଟଙ୍କା ଫେରାଇନଥିଲା ଅଭିଯୁକ୍ତ। ଖାଲି ସେତିକି ନୁହେଁ, ବିଭିନ୍ନ ସମୟରେ କ୍ରିକେଟ ମ୍ୟାଚରେ ବେଟିଂ କରାଯଆଉଥିବା ଦେଖିବାକୁ ମିଳୁଛି । ଟଙ୍କା ଦ୍ଵିଗୁଣିତ ଲୋଭରେ ଏଭଳି କିଛି ଦଲାଲଙ୍କ ଜରିଆରେ ଆଇପିଏଲ ମ୍ୟାଚଠୁ ଆରମ୍ଭ କରି ବିଭିନ୍ନ କ୍ରିକେଟ ମ୍ୟାଚରେ ବିଭିନ ଗ୍ରୁପ ଜରିଆରେ ଖେଳୁଛନ୍ତି ଛାତ୍ରଛାତ୍ରୀ ।ଏଥିପାଇଁ ବିଭିନ୍ନ ହଷ୍ଟେଲର ପିଲା ତଥା ଯୁବପିଢି କେତେବେଳେ ଟଙ୍କା ହରାଇ ସର୍ବସ୍ୱାନ୍ତ ହେଉଛନ୍ତି ତ ଆଉ କେତେବେଳେ ଜୁଆ ଖେଳକୁ ନେଇ ଅପରାଧ ଘଟୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 23, 2023, 8:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.