କୋରାପୁଟ: ଝଡ଼ିଗୁଡା କାଜୁ ଜଙ୍ଗଲରେ ସୋମବାର ଏକ ଯୁବକଙ୍କ ମରଶରୀର ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ଝଡ଼ିଗୁଡାର 22 ବର୍ଷୀୟ ଖଗ ଖିଲ ବୋଲି ଜଣାପଡିଛି ।
ମୃତକଙ୍କ ପରିଚୟ ମିଳିବା ପରେ ତା ପରିବାରକୁ ଦେଖଣାହାରୀ ବ୍ୟକ୍ତି ଖବର ଦେଇଥିଲେ । ଖଗଙ୍କର ଭାଇ କାର୍ତ୍ତିକଙ୍କ କହିବାନୁଯାୟୀ ଖଗ ଗତ ଶନିବାର ଗାଁ ରେ ଜଣେ ବ୍ୟକ୍ତିଙ୍କ ସହ ଝଗଡା କରିବା ପରେ ଘର ଛାଡି ବାହାରି ପଡିଥିଲେ । କିନ୍ତୁ ଖଗର ମୃତ୍ୟୁ ଆତ୍ମହତ୍ୟା ନୁହେଁ ବରଂ ସୁପରିକଳ୍ପିତ ହତ୍ୟା ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ମରଶରୀରର ପୋଷ୍ଟମର୍ଟମ ପରେ ତଦନ୍ତ ଆରମ୍ଭ କରାଯିବ ବୋଲି ପୋଲିସ ଜଣାଇଛି ।
କୋରାପୁଟପୁ ସିଏଚ ଶାନ୍ତାକାର, ଇଟିଭି ଭାରତ