କୋରାପୁଟ: କୋରାପୁଟ ପରଜା ସାହିରେ ରହି ବସ ଷ୍ଟାଣ୍ଡରେ କୁଲି କାର୍ଯ୍ୟ କରି ବଞ୍ଚୁଥିବା ସନ୍ୟାସୀ ପୂଜାରୀ ନାମକ ଜଣେ ୩୫ ବର୍ଷୀୟ ଯୁବକ ଗତକାଲି (ଶନିବାର) ରାତିରେ ବନଭାରତୀ କଲୋନୀରେ ଥିବା ନିଜ ଶାଳୀ ଘରକୁ ଯାଇଥିଲେ । କିନ୍ତୁ, ଆଜି ସକାଳେ ବନଭାରତୀ କଲୋନୀ ନିକଟରେ ସନ୍ୟାସୀର ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଅତିରିକ୍ତ ଏସପି ଉତ୍କଳ କେଶରୀ ଦାସଙ୍କ ନେତୃତ୍ୱରେ ସନ୍ଧନୀ କୁକୁର ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛି ।
ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଥିବା ବେଳେ ଅଟକ ରଖାଯାଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ମଟର ସାଇକଲକୁ ବନଭାରତି କଲୋନୀରେ କେହି ନିଆଁ ଲଗାଇ ଦେଇଛି ।
ଘଟଣାର ତଦନ୍ତ ଚାଲିଛି ଓ ତଦନ୍ତ ପରେ ଘଟଣାଟି ହତ୍ୟା ନା ଆଉକିଛି ତାହା ପରିସ୍କାର ହେବ ବୋଲି ଏଏସପି ଜଣାଇଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ