କୋରାପୁଟ: ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଠାରେ ବିଶ୍ୱ ଜଳାତଙ୍କ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜଳାତଙ୍କ ରୋଗର କାରଣ ଓ ନିରାକରଣ ସଂପର୍କରେ ସଚେତନ କରାଯାଇଛି । ଏଥିସହ ସଚେତନ ରହିଲେ ଜଳାତଙ୍କ ଭଳି ଘାତକ ରୋଗଠାରୁ ଦୂରରେ ରହିପାରିବେ ବୋଲି ପରାମର୍ଶ ଦିଆଯାଇଛି । ପ୍ରତିଷେଧକ ଟିକା ଓ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ଦ୍ବାରା ଜଳାତଙ୍କ ନିରାକରଣର କରାଯାଇପାରିବ ବୋଲି କୁହାଯାଇଛି । କୌଣସି ଲୋକଙ୍କୁ ଯଦି କୁକୁର,ବିଲୁଆ,ବିଲେଇ କିମ୍ବା ନେଉଳ କାମୁଡେ ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା ସହ ଚିକିତ୍ସା କରାଇବା ଆବଶ୍ୟକ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି ।
ସେପ୍ଟମ୍ବର 28 ତାରିଖରେ(ଗୁରୁବାର) ଦିନ ବିଶ୍ୱ ଜଳାତଙ୍କ ଦିବସ ଅବସରରେ କୋଟାପୁଟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଠାରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଏଡିଏମଓ (ପବ୍ଲିକ ହେଲଥ ) ଡାକ୍ତର ସୁଶାନ୍ତ କୁମାର ଦାସ ଉପସ୍ଥିତ ରହି ଜଳାତଙ୍କ ରୋଗର କାରଣ ଓ ନିରାକରଣ ସଂପର୍କରେ ସଚେତନ କରାଇଥିଲେ । ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୮ ତାରିଖକୁ ବିଶ୍ୱ ଜଳାତଙ୍କ ଦିବସ ରୂପେ ପାଳନ କରାଯାଏ । ତେବେ ଚଳିତ ବର୍ଷ ଏହି ଦିବସର ଥିମ 'ଅଲ ଫର ଓ୍ବାନ ଆଣ୍ଡ୍ ଓ୍ବାନ ହେଲଥ ଫର ଅଲ' ରହିଥିବା ବେଳେ ଏନେଇ ଲୋକମାନଙ୍କୁ ସଚେତନ କରାଇଥିଲେ ।
ସେ ଆଉ ମଧ୍ୟ କହିଥିଲେ ଯେ, ଯଦି କୌଣସି ଲୋକଙ୍କୁ ଯଦି କୁକୁର,ବିଲୁଆ,ବିଲେଇ କିମ୍ବା ନେଉଳ କାମୁଡେ ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରାଇବା ଆବଶ୍ୟକ । ପ୍ରତିଷେଧକ ଟିକା ଓ ଉପଯୁକ୍ତ ଡାକ୍ତରୀ ଚିକିତ୍ସା ଜଳାତଙ୍କ ଭଳି ଏକ ଘାତକ ରୋଗ ନିରାକରଣର ଅମୋଘ ଅସ୍ତ୍ର । ଜିଲ୍ଲା ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଜଳାତଙ୍କ ରୋଗ ପାଇଁ ଚିକିତ୍ସା ମାଗଣାରେ ଉପଲବ୍ଧ ଥିବା ସେ କହିଛନ୍ତି । ସମୟୋଚିତ ପଦକ୍ଷେପ ଦ୍ଵାରା ଜଳାତଙ୍କ ରୋଗକୁ ପ୍ରତିରୋଧ କରାଯାଇପାରିବ । କୌଣସି ପଶୁ କାମୁଡିଲେ ତୁରନ୍ତ ସେ ସ୍ଥାନକୁ କାବଲିକ ସାବୁନ ଓ ପାଣିରେ ଧୋଇ ଦେବା ଆବଶ୍ୟକ । ପଶୁ ମାନଙ୍କ ସଂସ୍ପର୍ଶରେ ବାରମ୍ବାର ଆସୁଥିବା ବ୍ୟକ୍ତି ପୂର୍ବରୁ ଜଳାତଙ୍କ ପ୍ରତିଷେଧକ ଟୀକା ନେବା ଉଚିତ ବୋଲି ଡାକ୍ତର ଦାସ କହିଛନ୍ତି ।
ଏହାମଧ୍ୟ ପଢନ୍ତୁ.. World rabies day: ଜୀବନ ନେଇପାରେ ଜଳାନ୍ତକ, ସଚେତନତା ଜରୁରୀ
ଏହାମଧ୍ୟ ପଢନ୍ତୁ.. World rabies day: ଜାଣନ୍ତୁ କିପରି କରିବେ ଜଳାତଙ୍କର ପ୍ରତିକାର...
ତେବେ ଗୃହପାଳିତ ପଶୁମାନଙ୍କୁ ବର୍ଷକୁ ଥରେ ଜଳାତଙ୍କ ପ୍ରତିରୋଧକ ଟିକା ଦେବା ଆବଶ୍ୟକ ବୋଲି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରବି ନାରାୟଣ ପଣ୍ଡା କହିଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରବି ନାରାୟଣ ପଣ୍ଡା, ସ୍ୱାସ୍ଥ୍ୟ ମିଶନର ଡିପିଏମ ଶୁଭକାନ୍ତ ଗନ୍ତାୟତ ଓ ଏଡିପିଏଚସିଓ ଶୁଭ ନାରାୟଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ । କୋରାପୁଟ ବ୍ଲକର ୧୪ ଗୋଟି ପଞ୍ଚାୟତର ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ଏସଏଚଜି ଓ ଅଙ୍ଗନୱାଡି କର୍ମୀ ଏଥିରେ ଉପସ୍ଥିତ ଥିଲେ । ଗୃହପାଳିତ ପଶୁମାନଙ୍କୁ ବର୍ଷକୁ ଥରେ ଜଳାତଙ୍କ ପ୍ରତିରୋଧକ ଟିକା ଦେବା ଆବଶ୍ୟକ ବୋଲି କହିଛନ୍ତି ।
ଇଟିଭି ଭାରତ, କୋରାପୁଟ