ETV Bharat / state

World Poetry Day: କବିତା ଦିଏ ବଞ୍ଚିବାର ସାମର୍ଥ୍ୟ, ଯୁଦ୍ଧରେ କରିଥାଏ ଶାନ୍ତି ସ୍ଥାପନା

କବିତା ବଞ୍ଚିବାକୁ ମାର୍ଗ ଦେଖାଏ । ଯୁଦ୍ଧରେ ଶାନ୍ତି ସ୍ଥାପନା କରିଥାଏ କବିତା । ବିଶ୍ବ କବିତା ଦିବସରେ ବାର୍ତ୍ତ ଦେଇଛନ୍ତି କୋରାପୁଟ କବି । ଅଧିକ ପଢନ୍ତୁ

World Poetry Day
କବିତା ବଞ୍ଚିବାର ସାମର୍ଥ୍ୟ ଦିଏ
author img

By

Published : Mar 22, 2023, 3:26 PM IST

World Poetry Day

କୋରାପୁଟ: ପ୍ରତିବର୍ଷ ମାର୍ଚ୍ଚ 21 ତାରିଖକୁ କବିତା ଦିବସ ଭାବେ ପାଳନ କରାଯାଏ । ଜୀବନରେ କବିତାର ଭୂମିକା ଗୁରୁତ୍ବପୂର୍ଣ୍ଣ । କବିତା ବଞ୍ଚିବାର ସମାର୍ଥ୍ୟ ଦିଏ। କବିତା ମଣିଷକୁ ବଞ୍ଚିବା ଶିଖାଏ । ଜୀବନକୁ ଭଲ ପାଇବା ଶିଖାଏ କବିତା । ବିଶ୍ବ କବିତା ଦିବସରେ ମତବ୍ୟକ୍ତ କରିଛନ୍ତି କବି । ଓଡ଼ିଆ କବି ମାନେ ବିଶ୍ବ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା ବେଳେ ଓଡ଼ିଆ ଭାଷାକୁ ସାଂସ୍କୃତିକ ଭାଷାର ମାନ୍ୟତା ମିଳିବା କ୍ଷେତ୍ରରେ କବିତାର ଅବଦାନ ଅତୁଳନୀୟ । ବର୍ତ୍ତମାନ ସୁଦ୍ଧା ଏକ ହଜାରରୁ ଉର୍ଦ୍ଧ୍ବ କବିତା ରଚନା କରିସାରିଥିବା କବି ପ୍ରୀତିଧାରା ସାମଲ ଅନୁରୂପ ଭାବେ ସମ ପରିମାଣର କ୍ଷୁଦ୍ର କବିତା ଲେଖିଛନ୍ତି । ଓଡ଼ିଆ କବିତା ପାଠକଙ୍କ ହୃଦୟ ଜିଣି ପାରିଥିବା କବି ରବି ଶତପଥି ଓଡ଼ିଆ ଭାଷା ଓ କବିତାର ସ୍ଥିତି ଓ ଭବିଷ୍ୟତ ଉଜ୍ବଳ ଥିବା ନେଇ ଆଶାବାଦୀ ଥିବା ଜଣାଇଛନ୍ତି । ବିଶିଷ୍ଟ ଗାଳ୍ପିକ ନାରାୟଣ ପଣ୍ଡାଙ୍କ ମତରେ କୋରାପୁଟ ମାଟିରେ ଗୋପୀନାଥ ମହାନ୍ତିଙ୍କ ସମୟରୁ ଆଜି ପର୍ଜ୍ୟନ୍ତ ଅନେକ ସ୍ରଷ୍ଟାଙ୍କ କରକମଳରେ ସାହିତ୍ୟ ସାଧନା ଜାରି ରହିଛି । ଏପରି ଏକ ନିରନ୍ତର ଧାରାକୁ ଆଗକୁ ବଢ଼ାଇ ପ୍ରୀତିଧାରା ସାମଲ ଓ ରବି ଶତପଥୀଙ୍କ ଭଳି ଯୁବ କବିଙ୍କ କବିତାର ଆଦର ରାଜ୍ୟ ଓ ରାଜ୍ୟ ବାହାରେ ଆଦୃତ ହେବା କୋରାପୁଟ ଅଞ୍ଚଳରେ କବିତାକୁ ନେଇ ସାଧନା କରୁଥିବା ଅନେକ ସାହିତ୍ୟ ପ୍ରେମୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛି ।

କୋରାପୁଟ ମାଟିରେ 30 ବର୍ଷରୁ ଅଧିକ ସମୟ ହେବ କବିତା ଲେଖି ଆସୁଥିବା ଓଡ଼ିଶାର ସୁନାମ ଧନ୍ୟ କବି ପ୍ରୀତିଧାରା ସାମଲ ରାଜ୍ୟ ଓ ରାଜ୍ୟ ବାହାରେ 40ରୁ ଅଧିକ ସମ୍ମାନ ପାଇଛନ୍ତି । କେନ୍ଦ୍ରୀୟ ସାହିତ୍ୟ ଏକାଡେମୀର ନବୋଦୟ ଯୋଜନାରେ ତାଙ୍କ କବିତା ସଙ୍କଳନ ପ୍ରକାଶ ପାଇଛି । ଏହା ସହିତ ତାଙ୍କ ରଚିତ 4ଟି କବିତା ସଂକଳନ ପ୍ରକାଶ ପାଇ ବେଶ ଆଦୃତ ହୋଇଥିବା ବେଳେ ତାଙ୍କ କିଛି କବିତାକୁ ଜୟନ୍ତ ମହାପାତ୍ରଙ୍କ ଭଳି ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଇଂରାଜୀ ସାହିତ୍ୟର ବିଶିଷ୍ଟ ସ୍ରଷ୍ଟାଙ୍କ ଦ୍ଵାରା ଅନୁବାଦ କରାଯାଇଛି । ସେହିପରି ନନ୍ଦପୁର ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ରବି ଶତପଥୀ 30 ବର୍ଷର ସାହିତ୍ୟ ସାଧନା କରୁଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.