ETV Bharat / state

World Honey Bee Day: ଯୁବପିଢିଙ୍କୁ ସ୍ବାବଲମ୍ବୀ କରିପାରିବ ମହୁମାଛି

ଯୁବପିଢିଙ୍କୁ ସ୍ବାବଲମ୍ବୀ କରିବାରେ ସହାୟକ ହେବ ମହୁମାଛି । ଏ ଦିଗରେ ପ୍ରଚେଷ୍ଟା କରିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କଲେ ସର୍ବୋଦୟ ସମିତିର ସମ୍ପାଦକ ପ୍ରଦୀପ ମହାନ୍ତି । ଅଧିକ ପଢନ୍ତୁ

World Honey Bee Day
World Honey Bee Day
author img

By

Published : May 21, 2023, 10:08 AM IST

Updated : May 21, 2023, 2:33 PM IST

ଯୁବପିଢିଙ୍କୁ ସ୍ବାବଲମ୍ବୀ କରିପାରିବ ମହୁମାଛି

କୋରାପୁଟ: ମହୁମାଛି ପରି ପରାଗ ସଙ୍ଗମକାରୀ କୀଟଙ୍କ ମହତ୍ତ୍ବପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ' ୨୦ରେ ବିଶ୍ବ ମହୁମାଛି ଦିବସ ପାଳନ କରାଯାଉଛି । ମହୁମାଛି ଚାଷ ସମାଜରେ ଯୁବପିଢିଙ୍କୁ ଆତ୍ମନିର୍ଭରଶୀଳ କରିବା କ୍ଷେତ୍ରରେ ଉପଯୋଗୀ ହୋଇପାରିବ । ମହୁମାଛିକୁ ସାଥିରେ ନେଇ ଯୁବପିଢ଼ି କିଭଳି ସ୍ବାବଲମ୍ବୀ ହୋଇପାରିବେ ସେ ଦିଗରେ ପ୍ରଚେଷ୍ଟା କରିବାର ଆବଶ୍ୟକତା ରହିଛି ବୋଲି କୋରାପୁଟ ସର୍ବୋଦୟ ସମିତିର ସମ୍ପାଦକ ପ୍ରଦୀପ ମହାନ୍ତି ମତବ୍ୟକ୍ତ କରିଛନ୍ତି । ଅନ୍ତର୍ଜାତୀୟ ବଜାରରେ ମହୁର ଚାହିଦା ରହିଥିବା ବେଳେ ସେହି ବଜାରକୁ ମହୁ ଯୋଗାଇବା ପାଇଁ ଭାରତରେ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି । ବର୍ତ୍ତମାନ ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲାରୁ ବିଦେଶକୁ ମହୁ ରପ୍ତାନୀ ପାଇଁ ଯୋଜନା ଚାଲିଥିବା ସେ ଜଣାଇଛନ୍ତି ।

ପ୍ରଦୀପ ମହାନ୍ତି କହିଛନ୍ତି ଯେ, ଭାରତ ବର୍ଷରେ ଭେଜାଲ ମହୁର ମାତ୍ରା ଅଧିକ ଥିବା ଯୋଗୁଁ କୋରାପୁଟ ଜିଲ୍ଲା ଭଳି ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ଅଞ୍ଚଳରେ ସ୍ବଚ୍ଛ ମହୁ ଚାଷ ସମ୍ପର୍କରେ ସଚେତନତା ସୃଷ୍ଟି କରି ଉନ୍ନତମାନର ମହୁ ରପ୍ତାନି କରିବାକୁ ଯୋଜନା ଚାଲିଛି । କୋରାପୁଟ ଜିଲ୍ଲାର କୃଷକ ଉତ୍ପାଦକ ଗୋଷ୍ଠୀ/କୃଷକ ଉତ୍ପାଦକ କମ୍ପାନୀ ଏବଂ ଅଗ୍ରଣୀ କୃଷକମାନଙ୍କ ପାଇଁ ମହୁ ରପ୍ତାନୀ ଭିତ୍ତିକ ଦକ୍ଷତା ବିକାଶ କରିବା ସହ ଉତ୍ପାଦିତ ମହୁର ପ୍ରକ୍ରିୟାକରଣ ଓ ରପ୍ତାନି ପାଇଁ ପ୍ରସ୍ତୁତ କରିବା ଏବଂ କୃଷି ଉଦ୍ୟୋଗୀକରଣକୁ ପ୍ରବର୍ତ୍ତାଇବା ନିମନ୍ତେ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି । ଏହାଦ୍ବାରା କୋରାପୁଟ କୃଷକଙ୍କ ଦ୍ବାରା ଉତ୍ପାଦିତ ମହୁ ଯଦି ବିଦେଶକୁ ରପ୍ତାନି ହୁଏ ତେବେ କୃଷକମାନେ ନିଶ୍ଚିତ ଭାବରେ ଉପକୃତ ହେବେ । ସେମାନଙ୍କର ଆୟ ମଧ୍ୟ ବୃଦ୍ଧିପାଇବ । ତେବେ ବିଗତ ଦିନରେ କୋରାପୁଟ ମହୁ ଚାଷ ପାଇଁ ଖ୍ୟାତି ଅର୍ଜନ କରିଥିବା ବେଳେ ବର୍ତ୍ତମାନ ପ୍ରାକୃତିକ ଜଙ୍ଗଲର ପରିମାଣ କମିଥିବା ଯୋଗୁଁ ମହୁମାଛି ମଧୁ ସଂଗ୍ରହ କରିବା କମି ଯାଇଥିବାରୁ ପ୍ରଦୀପ ଚିନ୍ତାବ୍ୟକ୍ତ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, କୋରାପୁଟ ଜିଲ୍ଲାରେ ପ୍ରତିବର୍ଷ 4-5 ଟନ ମହୁ ଉତ୍ପାଦନ ହୋଇଥାଏ । ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ ଦ୍ବାରା ଏହି ଅଞ୍ଚଳରେ ଦଶ ଗୁଣରୁ ଅଧିକ ଉତ୍ପାଦନ ହୋଇପାରିବାର ଭିତ୍ତିଭୂମି ରହିଛି । ଜିଲ୍ଲାରେ ଥିବା ଉନ୍ନତମାନର ଜୈବ ବିବିଧତା ବର୍ଷ ତମାମ ବିଭିନ୍ନ ଫୁଲ ଯୋଗାଇ ଦେଇଥାଏ । ତେଣୁ ମହୁ ଚାଷ ଲୋକଙ୍କ ଜୀବନ ଜୀବିକା ପାଇଁ ଏକ ସୁନ୍ଦର ସୁଯୋଗ ଆଣିଦେଇଛି । ବର୍ତ୍ତମାନ କୋରାପୁଟରେ ଶତାଧିକ ସାଧାରଣ ଚାଷୀ ଦେଶୀ ମହୁମାଛି ପାଳି ମହୁଚାଷ କରୁଥିବା ବେଳେ କିଛି ଅଗ୍ରଣୀ ଚାଷୀ ବିଦେଶୀ ମହୁମାଛି ଚାଷ କରୁଛନ୍ତି । ବର୍ଷର ବିଭିନ୍ନ ଋତୁକୁ ଆଖିରେ ରଖି ଫୁଟୁଥିବା ଫୁଲର କ୍ଷେତ ନିକଟକୁ ନିଜର ମହୁବାକ୍ସ ଗୁଡିକୁ ନେଇ ମହୁ ସଂଗ୍ରହ କରିପାରୁଛନ୍ତି । ଋତୁ ଅନୁଯାୟୀ ଫୁଟୁଥିବା ଫୁଲର କ୍ଷେତ ଓ ଜଙ୍ଗଲ ନିକଟକୁ ମହୁ ବାକ୍ସ ଗୁଡିକୁ ରଖି ଅନେକ ଚାଷୀ ବର୍ଷ ତମାମ ଆୟ ବୃଦ୍ଧି କରୁଥିବା ପ୍ରଦୀପ ଜଣାଇଛନ୍ତି ।

ଯୁବପିଢି କେବଳ ଚାକିରି ଆଶାୟୀ ନ ହୋଇ ଚାଷ ପ୍ରତି ମନ ବଳାଇଲେ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିପାରିବେ । ମହୁମାଛି ମହୁ ସଂଗ୍ରହ କରିବା ସହ ପରାଗ ସଙ୍ଗମରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ସରକାର ମଧ୍ୟ ମହୁଚାଷକୁ ଉଦ୍ୟାନ ବିଭାଗ ମାଧ୍ୟମରେ ପ୍ରୋତ୍ସାହନ ଯୋଗାଉଛନ୍ତି । 1970ରେ କୋରାପୁଟରେ ସର୍ବୋଦୟ ସମିତି ଦ୍ବାରା ମହୁଚାଷ ସମ୍ପର୍କରେ ତାଲିମ ଦିଆଯିବା ପରେ ବାକ୍ସ ମହୁ ଚାଷ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଇଛି । କୃଷି ବିଭାଗ ଓ ଉଦ୍ୟାନ ବିଭାଗ ଆନୁକୂଲ୍ୟରେ ମହୁ ଚାଷ କରିବା ପାଇଁ ସାହାଯ୍ୟ ଓ ରିହାତି ପ୍ରଦାନ ଯୋଜନା କାର୍ଯ୍ୟକାରୀ ହେଉଛି ।

ମହୁମାଛିର ପ୍ରକାରଭେଦ: କୋରାପୁଟ ଜିଲ୍ଲାରେ ଦୁଇ ପ୍ରକାର ମହୁ ମାଛି ଚାଷ କରାଯାଏ । ଇଟାଲିଆନ ମହୁମାଛିର ଉତ୍ପାଦନ କ୍ଷମତା ଇଣ୍ଡିକା ମହୁମାଛି ଠାରୁ ଅଧିକା । ଇଟାଲିଆନ ମହୁମାଛି ବର୍ଷକୁ ବାକ୍ସ ପିଛା 20-25 କିଲୋ ମହୁ ସଂଗ୍ରହ କରିପାରୁଥିବା ବେଳେ ଇଣ୍ଡିକା ମହୁମାଛି 10-12 କିଲୋ ମହୁ ସଂଗ୍ରହ କରିପାରେ ।

ବଣୁଆ ମହୁମାଛି ଓ ବାକ୍ସ ମହୁମାଛି: ବଣୁଆ ମହୁମାଛିର ମହୁ ଫେଣାରୁ ମହୁ ସଂଗ୍ରହ କରିବା ଭାରି କଷ୍ଟକର । କିନ୍ତୁ ବାକ୍ସରେ ଚାଷ କରାଯାଉଥିବା ମହୁ ସଂଗ୍ରହ କରିବା ସହଜ ।

ଇଟିଭି ଭାରତ, କୋରାପୁଟ

Last Updated : May 21, 2023, 2:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.