ETV Bharat / state

ଦୁର୍ଲଭ ହେଲାଣି ଶିବଙ୍କ ପ୍ରିୟ ବେଲପତ୍ର - ୧୦୮ ବେଲପତ୍ର

ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ସର୍ବଦା ୧୦୮ ବେଲପତ୍ର ଅର୍ପଣ କରାଯାଏ । ତେବେ ଦିନକୁ ଦିନ ଏହି ବେଲପତ୍ର ପାଇବା କାଠିକର ପାଠ ହୋଇଆସିଲାଣି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦୁର୍ଲଭ ହେଲାଣି ଶିବଙ୍କ ପ୍ରିୟ ବେଲପତ୍ର
ଦୁର୍ଲଭ ହେଲାଣି ଶିବଙ୍କ ପ୍ରିୟ ବେଲପତ୍ର
author img

By

Published : Feb 21, 2020, 8:28 PM IST

କୋରାପୁଟ: ହର ହର ମାହାଦେବ ଧ୍ବନିରେ ପ୍ରକମ୍ପିତ ସମସ୍ତ ଶୈବପୀଠ । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ସର୍ବଦା ୧୦୮ ବେଲପତ୍ର ଅର୍ପଣ କରାଯାଏ । ଏଥିଲାଗି ବେଲପତ୍ରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । କେହି 108 ବେଲପତ୍ର ଚଢାନ୍ତି ତ ଆଉକେହି ହଜାର ହଜାର ବେଲପତ୍ର ଶିବ ଲିଙ୍ଗରେ ଅର୍ପଣ କରନ୍ତି । ତେବେ ଦିନକୁ ଦିନ ଏହି ବେଲପତ୍ର ପାଇବା କାଠିକର ପାଠ ହୋଇଆସିଲାଣି ।

ଦୁର୍ଲଭ ହେଲାଣି ଶିବଙ୍କ ପ୍ରିୟ ବେଲପତ୍ର

ତେବେ ଦିନକୁ ଦିନ ଲୋପ ପାଇବାରେ ଲାଗିଛି ବେଲପତ୍ର । ଏଥିଲାଗି ଆସନ୍ତା ଦିନ ଗୁଡିକରେ ସମସ୍ୟା ଗୁରୁତର ହେବାର ସମ୍ଭାବନା ଦେଖାଯାଇଛି । ଆଉ ଏହି ସମସ୍ୟା ଜଣାଇଛନ୍ତି କୋରାପୁଟର ଏକ ଶିବ ମନ୍ଦିର କଡରେ ମହାଶିବରାତ୍ରି ଅବସରରେ ଆସୁଥିବା ଭକ୍ତଙ୍କୁ ଫୁଲ ଓ ବେଲପତ୍ର ବିକ୍ରି କରୁଥିବା ଜଣେ ଆଦିବାସୀ ମହିଳା ।

ଲେନ୍ଦେରି ମାଳିଗୁଡା ଗ୍ରାମର ଆଦିବାସୀ ମହିଳା ପଦ୍ମା ମାଳିଙ୍କ କହିବା କଥା ହେଲା ସେ ଗୁରୁବାର ଭୋରୁ ଭୋରୁ ଜଙ୍ଗଲ ଯାଇ ପ୍ରାୟ 12 ଘଣ୍ଟା ଧରି ଘୁରିବୁଲିବା ପରେ ସୂର୍ଯ୍ୟ ଅସ୍ତ ହେବା ବେଳକୁ ବେଲପତ୍ର ପାଇଥିଲେ । ଶେଷରେ ସେ ଝୁଡି ଭର୍ତ୍ତି କରି ବେଲପତ୍ର ନେଇ ଘରକୁ ଫେରିଥିବା ଜଣାଇଛନ୍ତି । କୋରାପୁଟ ଅଞ୍ଚଳର ଜଙ୍ଗଲରେ ଅନ୍ୟାନ୍ୟ ମୂଲ୍ୟବାନ ବୃକ୍ଷରାଜି ଭଳି ବେଲ ଗଛର ସଂଖ୍ୟା ମଧ୍ୟ ବହୁମାତ୍ରାରେ କମିଯାଉଛି । ଯେଉଁ ବେଲଗଛ ବଞ୍ଚିଛି ତାର ବୟସ ଆଧିକ ଯୋଗୁଁ ଉଚ୍ଚ ସ୍ଥାନରୁ ବେଲପତ୍ର ତୋଳିବା କଷ୍ଟକର ହୋଇପଡୁଛି ।

ତେବେ ଆସନ୍ତା ଦିନରେ ଆସୁଥିବା ସମ୍ଭାବ୍ୟ ଅସୁବିଧାକୁ ଆଖି ଆଗରେ ରଖି ଶାବର ଶ୍ରୀକ୍ଷେତ୍ର କୋରାପୁଟର ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ଏକ ନିଷ୍ପତ୍ତି ନିଆଯାଇଛି । ଜଗନ୍ନାଥ ମନ୍ଦିର ଠିଆ ହୋଇଥିବା ପାହାଡରେ ତୁଳସୀ ବଣ ସୃଷ୍ଟି କଲା ଭଳି ବେଲ ଗଛ ବହୁ ସଂଖ୍ୟାରେ ଲଗାଯିବା ପାଇଁ ନିଷ୍ପତ୍ତି ହୋଇଥିବା ମନ୍ଦିରର ସମ୍ପାଦକ ଗଦାଧର ପରିଡା ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.