ETV Bharat / state

କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ମହିଳା ଜନ ସମ୍ପର୍କ ଶିବିର, ପ୍ରଭାବିତ ହେବ ପଞ୍ଚାୟତ ନିର୍ବାଚନ ! - Andhra Pradesh officers

କୋଟିଆ ପଞ୍ଚାୟତ ଅନ୍ତର୍ଗତ ଉପର ସେମ୍ବି ଗ୍ରାମରେ ମହିଳା ସଙ୍ଗଠର ଶିବିର ଆୟୋଜନ କରି ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାରଙ୍କ ଜୀବନ ଜୀବିକା କାର୍ଯ୍ୟକ୍ରମର ପାର୍ବତିପୁରମ ଅତିରିକ୍ତ ପ୍ରକଳ୍ପ ଅଧିକାରୀ । ଅଧିକ ପଢନ୍ତୁ...

କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ମହିଳା ଜନ ସମ୍ପର୍କ ଶିବିର, ପ୍ରଭାବିତ ହେବ ପଞ୍ଚାୟତ ନିର୍ବାଚନ !

author img

By

Published : Oct 20, 2021, 10:42 PM IST

କୋରାପୁଟ: ପୁଣିଥରେ କୋଟିଆ ପଞ୍ଚାୟତ ଅନ୍ତର୍ଗତ ଉପର ସେମ୍ବି ଗ୍ରାମରେ ମହିଳା ସଙ୍ଗଠର ଶିବିର ଆୟୋଜନ କରି ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ଆନ୍ଧ୍ରପ୍ରଦେଶ ସରକାରଙ୍କ ଜୀବନ ଜୀବିକା କାର୍ଯ୍ୟକ୍ରମର ପାର୍ବତିପୁରମ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ୱାଇ .ସତ୍ୟମ ନାଇଡୁ । ନିକଟରେ ମଧ୍ୟ ଆନ୍ଧ୍ର ସରକାରଙ୍କ ଅଧିକାରୀ ଫାଟୁସିନେରୀଠାରେ କୋଟିଆ ପଞ୍ଚାୟତର ବିଭିନ୍ନ ଗ୍ରାମର ମହିଳା ଗୋଷ୍ଠୀଙ୍କ ସହ ଆଲୋଚନା କରି ସେମାନଙ୍କଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ।

କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ମହିଳା ଜନ ସମ୍ପର୍କ ଶିବିର, ପ୍ରଭାବିତ ହେବ ପଞ୍ଚାୟତ ନିର୍ବାଚନ !

ମହିଳାମାନେ ଅନ୍ୟାନ୍ୟ ସମସ୍ୟା କଥା ଆଲୋକପାତ କରିଥିବା ସହ ରାସନ କାର୍ଡ, ପେନସନ ସମସ୍ୟା, ଆବାସ ଯୋଗାଣ ଓ ଜୀବନ ଜୀବିକାର ମାର୍ଗ ବାଛିବା ପାଇଁ ଋଣ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । ସତ୍ୟମ ଓ ଅନ୍ୟାନ୍ୟ ଅଧିକାରୀ ମହିଳାଙ୍କ ଅଭିଯୋଗକୁ ଆଇଟିଡିଏର ପ୍ରକଳ୍ପ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକ ଅନୁଯାୟୀ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ହେଲେ ଆଗକୁ ଓଡ଼ିଶାର ପଞ୍ଚାୟତ ନିର୍ବାଚନ ଥିବାବେଳେ ମହିଳାଙ୍କୁ ଆନ୍ଧ୍ର ପଟକୁ ଆକର୍ଷିତ କରି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସକୁ ଚେକମେଟ ଦେବା ପାଇଁ ଆନ୍ଧ୍ର ସରକାର ପ୍ରଚେଷ୍ଟା କରୁଥିବା ସ୍ପଷ୍ଟ ଭାବେ ବାରି ହେଉଛି । ଏଥି ସହିତ ଆନ୍ଧ୍ରପ୍ରଦେଶର ଲୋକସତ୍ତା ପାର୍ଟିର ରାଜ୍ୟ ସଭାପତି ବି.ସେଟ୍ଟୀ କୋଟିଆ ପଞ୍ଚାୟତର ନେରେଡିବାଲାସା , ତାଡିବାଲାସା ଓ ଧୂଳିପଦର ଗ୍ରାମକୁ ଯାଇ ଆଦିବାସୀ ଜନତାଙ୍କ ସହ ଆଲୋଚନା କରିଥିଲେ ।

ଆନ୍ଧ୍ର ସରକାରଙ୍କ ପାର୍ବତିପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀ କୂର୍ମନାଥ ଓ ସାଲୁର ବିଧାୟକଙ୍କ ଉଦ୍ୟମରେ ଏସବୁ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପହଞ୍ଚିପାରିଥିବା ଦର୍ଶାଇ ସେମାନଙ୍କୁ ସାଲୁରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିନନ୍ଦନ ଜଣାଇଛନ୍ତି । ବିଗତ ଦିନରେ ଆନ୍ଧ୍ର ଏଜେଣ୍ଟଙ୍କ ଦ୍ଵାରା ମୁକ୍ତ କଣ୍ଠରେ ଓଡ଼ିଶାର ପଞ୍ଚାୟତ ନିର୍ବାଚନକୁ କୋଟିଆ ପଞ୍ଚାୟତରେ ବିରୋଧ କରାଯିବ ବୋଲି ଘୋଷଣା କରି ଲୋକଙ୍କୁ ମତାଉ ଥିଲେବି ଓଡିଶା ସରକାରଙ୍କ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଆନ୍ଧ୍ରପ୍ରଦେଶର ରାଜନୈତିକ ନେତୃ ବୃନ୍ଦ ଓ ସରକାରୀ ଅଧିକାରୀଙ୍କ ଏପରି ଘନ ଘନ ଗସ୍ତ କୋଟିଆ ପଞ୍ଚାୟତରେ ଓଡ଼ିଶାର ନିର୍ବାଚନ ପ୍ରଭାବିତ ହେବାର ଆଶଙ୍କା ବୃଦ୍ଧି ପାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.