ETV Bharat / state

କୋରାପୁଟରେ ପହିଲି ଶୀତର ସ୍ପର୍ଶ

ଜଳବାୟୁ ପରିବର୍ତ୍ତନର ଚାପରେ ଶୀତର ପରିମାଣ ଆଗ ଅପେକ୍ଷା କମି ଆସୁଛି । ମାତ୍ସର ସକାଳ ପହରରେ ସହର ଓ ଗାଁ ଉପକଣ୍ଠରେ ଚଲାବୁଲା କରୁଥିବା ବ୍ୟକ୍ତି ତାର ଶୀତଳ ସ୍ପର୍ଶରେ ଉଲ୍ଲସିତ ହୋଇ ଉଠୁଛନ୍ତି ।

ଶୀତଳ ସ୍ପର୍ଶରେ ଉଲ୍ଲସିତ କୋରାପୁଟ
author img

By

Published : Nov 16, 2019, 3:23 AM IST

କୋରାପୁଟ: ଶୀତୁଆ ସକାଳର ପ୍ରବଳ କୁହୁଡ଼ି ସହିତ ଲୋକଙ୍କୁ ସ୍ବାଗତ କରିଛି କୋରାପୁଟର ପ୍ରକୃତି । ପାହାଡ଼ ମଥାକୁ ଚୁମ୍ବନ କରୁଥିବା ମାଳମାଳ କୁହୁଡି ତାର କୋମଳ ସ୍ପର୍ଶରେ ଗଛଲତା, କୀଟ ପତଙ୍ଗ ସମେତ ପ୍ରତିଟି ଜଡ ଓ ଚେତନ ସତ୍ତା ମଧ୍ୟରେ ନୂତନ ସୂର୍ଯ୍ୟୋଦୟ ଆଡ଼କୁ ଅଗ୍ରଗତି କରିବା ପାଇଁ ଅନୁପ୍ରାଣିତ କରିଛି । ଜଳବାୟୁ ପରିବର୍ତ୍ତନର ଚାପରେ ଶୀତର ପରିମାଣ ଆଗ ଅପେକ୍ଷା କମି ଆସୁଥିଲେ ବି ସକାଳ ପହରରେ ସହର ଓ ଗାଁ ଉପକଣ୍ଠରେ ଚଲାବୁଲା କରୁଥିବା ବ୍ୟକ୍ତି ତାର ଶୀତଳ ସ୍ପର୍ଶରେ ଉଲ୍ଲସିତ ହୋଇ ଉଠୁଛନ୍ତି ।

ଶୀତଳ ସ୍ପର୍ଶରେ ଉଲ୍ଲସିତ କୋରାପୁଟ

ବିଶେଷକରି ସକାଳ ଆଠଟା ପର୍ଯ୍ୟନ୍ତ କୁହୁଡିର ଚାଦରେ ଘୋଡେଇ ରଖିଥାଏ ସମଗ୍ର ଅଞ୍ଚଳ । ଏହି ଖୁସିକୁ ସାଉଁଟିବା ପାଇଁ କିଛି ଲୋକେ ସକାଳୁ ପ୍ରାତଃଭ୍ରମଣ ପାଇଁ ବାହାରନ୍ତି ତ ଆଉ କିଛି ଲୋକେ ଚା’ ଦୋକାନରେ ବାମ୍ଫ ଉଠୁଥିବା ଚା' ପିଇବା ପାଇଁ ଚାଲି ଆସନ୍ତି । କିଛି ଲୋକେ ବ୍ୟାୟମ କରିବା ଆଳରେ ନିରୋଳା ଜାଗାରେ ମନକୁ ହାଲୁକା କରିବା ପାଇଁ ମଧ୍ୟ ଶୀତ କୁହୁଡିରେ ବାହାରି ପଡନ୍ତି ।

ତେବେ କୋରାପୁଟରେ ପହିଲି ଶୀତ ଓ କୁହୁଡି ଭରା ସକାଳକୁ ଅଞ୍ଚଳବାସୀ ଖୁସିର ସହ ଆଦରି ନେଇଛନ୍ତି । ଆସନ୍ତା ତିନିମାସ ଧରି ଏପରି ସୁନ୍ଦର ରୂପକୁ ପ୍ରକୃତି ସେମିତି ଧାରଣ କରୁ ବୋଲି ଆଶା ବହନ କରିଛି କୋରାପୁଟବାସୀ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆଜି ଶୀତୁଆ ସକାଳର ପ୍ରବଳ କୁହୁଡ଼ି ସହିତ ଲୋକଙ୍କୁ ସ୍ୱାଗତ କରିଛି କୋରାପୁଟର ପ୍ରକୃତି ।Body:ପାହାଡ଼ ମଥାକୁ ଚୁମ୍ବନ କରୁଥିବା ମାଳ ମାଳ କୁହୁଡି ତାର କୋମଳ ସ୍ପର୍ଶରେ ଗଛ , ଲତା , କୀଟ ପତଙ୍ଗ ସମେତ ପ୍ରତିଟି ଜଡ ଓ ଚେତନ ସତ୍ତା ମଧ୍ୟରେ ନୂତନ ସୂର୍ଯ୍ୟୋଦୟ ଆଡ଼କୁ ଅଗ୍ରଗତି କରିବା ପାଇଁ ଅନୁପ୍ରାଣିତ କରିଛି । ଜଳବାୟୁ ପରିବର୍ତ୍ତନର ଚାପରେ ଶିତର ପରିମାଣ ଆଗ ଅପେକ୍ଷା କମି ଆସୁଥିଲେବି ସକାଳ ପହରରେ ସହର ଓ ଗାଁ ଉପକଣ୍ଠରେ ଚାଲବୁଲ କରୁଥିବା ବ୍ୟକ୍ତି ତାର ଶୀତଳ ସ୍ପର୍ଶ ରେ ଉଲ୍ଲସିତ ହୋଇଉଠୁଛନ୍ତି । ବିଶେଷ କରି ଆଜିଭଳି ସକାଳ ଆଠଟା ପର୍ଯ୍ୟନ୍ତ ଜଣେ ଆରକୁ କୁହୁଡି ମଧ୍ୟ ଦେଇ ଦେଖିବାର ଯେଉଁ ଆନନ୍ଦ ପାଇଥାନ୍ତି ତାହା ଏକ ଅନନ୍ୟ ଅନୁଭୂତି ରୂପେ ହୃଦୟରେ ବସା ବାନ୍ଧିଦିଏ । ଏହି ଆନନ୍ଦଟିକକୁ ସାଉଁଟି ନେବା ପାଇଁ ଲୋକେ ସକାଳୁ ଚା' ଦୋକାନରେ ବାମ୍ଫ ଉଠୁଥିବା ଚା' କପ୍ କୁ ଓଠରେ ଚାପି ରଖି ପରସ୍ପର ସହ ଭାବର ଆଦାନ ପ୍ରଦାନ କରିବା ମାଧ୍ୟମରେ ହେଉ ବା ମର୍ଣିଂ ୱାକ ଆଳରେ ନିରୋଳା ଜାଗାରେ ମନକୁ ହାଲୁକା କରିବା ପାଇଁ ହେଉ , କୋରାପୁଟ ର ମଣିଷ ପ୍ରକୃତି କୋଳକୁ ଆଦରି ନେଇଛି ।Conclusion:ଆଜିର ଏହି ପହଲୀ ଶୀତ ଓ କୁହୁଡି ଭରା ସକାଳ ଆସନ୍ତା ତିନିମାସ ରେ ଏହିପରି ସୁନ୍ଦର ରୂପକୁ ଧାରଣ କରି ଆସୁଥିବା ଅନେକ ସୁନ୍ଦର ସକାଳର ପ୍ରତିଶ୍ରୁତି କୁ ବହନ କରିଛି , ଏହି ଆଶା ବହନ କରିଛି କୋରାପୁଟ ବାସି।
.......
Byte : Dr.Pritidhara Samal , Poet
.......
Santakar
Koraput
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.