ETV Bharat / state

କୋଟପାଡରେ ମଦ ଦୋକାନ ଖୋଲିବାକୁ ବୁଣାକାରଙ୍କ ବିରୋଧ

କୋରାପୁଟ ମିରିଗାନ ବୁଣାକାର ସାହିରେ ମଦ ଦୋକାନ ଖୋଲାଯିବାକୁ ତୀବ୍ର ବିରୋଧ । ଅଧିକ ପଢନ୍ତୁ...

author img

By

Published : Apr 27, 2021, 10:01 AM IST

ମଦ ଦୋକାନ ଖୋଲିବାକୁ ବିରୋଧ
ମଦ ଦୋକାନ ଖୋଲିବାକୁ ବିରୋଧ

କୋରାପୁଟ: ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା କୋରାପୁଟ ମିରିଗାନ ବୁଣାକାର ସାହିରେ ବିଦେଶୀ ମଦ ଦୋକାନ ଖୋଲାଯିବାକୁ ବିରୋଧ କରାଯାଇଛି । ବୁଣାକାରମାନେ ମଦ ଦୋକାନ ଖୋଲାଯିବାକୁ ତୀବ୍ର ବିରୋଧ କରିଛନ୍ତି ।

ମଦ ଦୋକାନ ଖୋଲିବାକୁ ବିରୋଧ

ସମଗ୍ର ଓଡ଼ିଶାରେ ଆଲ ଚେରର ପ୍ରାକୃତିକ ରଙ୍ଗକୁ ବ୍ୟବହାର କରି ଶାଢ଼ୀ , ଗାମୁଛା ପ୍ରଭୃତି ବସ୍ତ୍ର ବୁଣାଯାଉଥିବା ଏକମାତ୍ର ସ୍ଥାନ ଭାବେ ଖ୍ୟାତି ଅର୍ଜନ କରିଥିବା ଏହି ସାହିକୁ ଦେଶ ବିଦେଶରୁ ପର୍ଯ୍ୟଟକ ଆସିଥାନ୍ତି । ଶାନ୍ତ ପରିବେଶ ମଧ୍ୟରେ ମଦ ଦୋକାନ ଖୋଲାଯିବା ଦ୍ୱାରା ଏହି ପର୍ଯ୍ୟଟକଙ୍କ ସୁରକ୍ଷା ଓ ଅଞ୍ଚଳର ଶୁଦ୍ଧତା ପ୍ରଭାବିତ ହେବ ବୋଲି ପଦ୍ମଶ୍ରୀ ସମ୍ମାନ ପାଇଥିବା ବିଶିଷ୍ଟ ବୁଣାକାର ଗୋବର୍ଦ୍ଧନ ପାନିକା ଅଭିଯୋଗ କରିଛନ୍ତି ।

ସୋମବାର ୱାର୍ଡ ନମ୍ବର-9 ଅନ୍ତର୍ଗତ ମିରିଗାନ ବୁଣାକାର ସାହିର ସମସ୍ତ ବୁଣାକାର ପରିବାର କୋରାପୁଟ ଆସି ଏହି ମଦ ଦୋକାନ ବନ୍ଦ କରିବା ପାଇଁ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କୁ ଅନୁରୋଧ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.