ETV Bharat / state

କମୁଛି ଭୂତଳ ଜଳସ୍ତର, ଚିନ୍ତାରେ କୋରାପୁଟ - କୋରାପୁଟ

ଲୋକସଂଖ୍ୟା ବୃଦ୍ଧି ସହ ବୃଷ୍ଟିପାତ ହ୍ରାସ କୋରାପୁଟବାସୀଙ୍କ ଚିନ୍ତା ବଢାଇଛି । ଜଳବାୟୁ ପରିବର୍ତ୍ତନ ସହ ପାରିପାର୍ଶ୍ବିକ ଅଞ୍ଚଳର ଉପଯୁକ୍ତ ଯତ୍ନର ଅଭାବ ଜଳସ୍ତର ହ୍ରାସର ମୁଖ୍ୟ କାରଣ ପାଲଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jul 27, 2019, 1:55 PM IST

କୋରାପୁଟ: ଲୋକସଂଖ୍ୟା ବୃଦ୍ଧି ସହ ଦିନକୁ ଦିନ ବର୍ଷାର ପରିମାଣ କମୁଥିବାବେଳେ ଭୂତଳ ଜଳସ୍ତର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଯାହା ଏବେ କୋରାପୁଟ ପାଇଁ ଚିନ୍ତା ବଢେଇ ଦେଇଛି । ଦିନେ ଓଡିଶାର ଚେରାପୁଞ୍ଜି କୁହାଯାଉଥିବା କୋରାପୁଟରେ ବର୍ଷକୁ 6 ମାସ ବର୍ଷା ଲାଗି ରହୁଥିଲା । ପାହାଡ ପର୍ବତରୁ ବୋହିଯାଉଥିବା ଅନେକ ଝରଣା ଅଞ୍ଚଳବାସୀଙ୍କ ଜଳ ଆବଶ୍ୟକତାକୁ ପୂରଣ କରୁଥିଲା । ମାଟିର ଉପର ସ୍ତରରୁ କିଛି ଦୂରରେ ଭୂତଳ ଜଳ ପାଇ ହେଉଥିଲା । କିନ୍ତୁ ଚଳିତ ବର୍ଷ ବୃଷ୍ଟିପାତର ପରିମାଣ ହ୍ରାସ ପାଇଥିବାରୁ ଭୂତଳ ଜଳସ୍ତର ମଧ୍ୟ ଦୂରକୁ ଚାଲିଯାଇଛି । ଏଭଳି ସମସ୍ୟା ଭବିଷ୍ୟତରେ କୋରାପୁଟବାସୀଙ୍କୁ ଭୟଙ୍କର ଜଳ ସଙ୍କଟର ସମ୍ମୁଖୀନ କରାଇବା ନେଇ ଆଶା ବ୍ୟକ୍ତ କରିଛନ୍ତି କୋଲାବ ବହୁମୁଖୀ ପ୍ରକଳ୍ପର ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ନୃସିଂହାନନ୍ଦ ପାଣିଗ୍ରାହୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋଲାବ ସମେତ ଏହି ଅଞ୍ଚଳରେ ଥିବା ଇନ୍ଦ୍ରାବତୀ, ବାଲିମେଳା ଓ ଜଲାପୁଟ ଜଳଭଣ୍ଡାରରୁ ଜଳ ଯୋଗାଉଥିବା ପାରିପାର୍ଶ୍ବିକ ଅଞ୍ଚଳ ଉପଯୁକ୍ତ ଯତ୍ନ ନ ନେବା ଫଳରେ ପାହାଡ ଉପରୁ ମାଟି ଧୋଇ ହୋଇ ଜଳଭଣ୍ଡାରରେ ଭର୍ତ୍ତି ହେଉଛି । ଫଳରେ ଜଳଭଣ୍ଡାର ଗୁଡିକର ଜଳଧାରଣ କ୍ଷମତା ଆଶାତୀତ ଭାବେ କମିଯାଉଛି । ସେହିପରି ଆରଡବ୍ଲ୍ୟୁଏସଏସର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶଶୀଭୂଷଣ ମିଶ୍ରଙ୍କ କହିବାନୁଯାୟୀ, ଭୂମି ଉପରେ ଗଚ୍ଛିତ ଜଳ ଓ ବୃଷ୍ଟିପାତର ପରିମାଣ କମିଯାଉଥିବା ଯୋଗୁଁ ଭୂତଳ ଜଳ ମଧ୍ୟ ପ୍ରଭାବିତ ହୋଇଛି । ଜଳବାୟୁ ପରିବର୍ତ୍ତନ ସହ ବିଭିନ୍ନ ଅଞ୍ଚଳରେ ହେଉଥିବା ନୀଳଗିରି ଗଛର ଚାଷ ମଧ୍ୟ ଜଳସ୍ତର ହ୍ରାସର ମୁଖ୍ୟ କାରଣ । ସେହପରି ଭୂମିରେ ଜଳର ପୁନଃସ୍ଥାପନ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଉନଥିବା ଯୋଗୁଁ ଭୂତଳ ଜଳ ତଳକୁ ଖସି ଯାଉଥିବା ନେଇ ସେ ମତବ୍ୟକ୍ତ କରିଛନ୍ତି ।

ସରକାରୀ ନିର୍ଦ୍ଦେଶ ଅନୁଯାୟୀ କୋରାପୁଟ ଅଞ୍ଚଳରେ ସର୍ବାଧିକ 80 ମିଟର ଗଭୀରତା ପର୍ଯ୍ୟନ୍ତ ନଳକୂପ ଖୋଳାଯାଉଛି । କିନ୍ତୁ ବର୍ଷକୁ ବର୍ଷ କମୁଥିବା ଭୂତଳ ଜଳସ୍ତର ଯୋଗୁଁ ଅନେକ ସ୍ଥାନରେ ନଳକୂପ ଖନନ ଯୋଗୁଁ ଜଳ ଯୋଗାଇ ହେଉନଥିବା କହିଛନ୍ତି ଉଠା ଜଳସେଚନ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ପାତ୍ର ।

ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁଲାଇ ମାସରେ କମ ବୃଷ୍ଟିପାତ ହୋଇଥିବାବେଳେ ପାଣିପାଗ କେନ୍ଦ୍ର ଦ୍ବାରା ଆସନ୍ତା କିଛିଦିନ ଧରି ପ୍ରବଳ ବର୍ଷା ହେବାର ସୂଚନା ରହିଛି । ବର୍ଷା ହେବା ଫଳରେ କୋରାପୁଟର ଜଳଭଣ୍ଡାର ଗୁଡିକରେ ଜଳ ଭର୍ତ୍ତି ହେବା ସହିତ ଭୂତଳ ଜଳସ୍ତରରେ ମଧ୍ୟ ସୁଧାର ଆସିବ ବୋଲି କୋରାପୁଟ ଜିଲ୍ଲା ଆପାତକାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଆଶାପୋଷଣ କରିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ ରେ ଭୂତଳ ଜଳ ସାଙ୍ଗକୁ ବୃଷ୍ଟିପାତ କମିବା ନେଇ ଚିନ୍ତା ବଢିଛି ।
ଦିନ ଥିଲା କୋରାପୁଟ ଅଂଚଳକୁ ଓଡ଼ିଶାର ଚେରାପୁଞ୍ଜି କୁହାଯାଉଥିଲା ।ବର୍ଷକୁ ଛଅ ମାସ ବର୍ଷା ଲାଗିରହୁଥିଲା କହଲେ ଅତ୍ୟୁକ୍ତି ହେବନାହିଁ । ପାହାଡ ପର୍ବତରୁ ବୋହିଯାଉଥିବା ଅନେକ ଝରଣା ଅଞ୍ଚଳବାସୀଙ୍କ ଜଳ ଆବଶ୍ୟକତାକୁ ପୁରଣ କରୁଥିଲେ । ମାଟିର ଉପର ସ୍ତରରୁ କିଛି ଦୂରରେ ଭୂତଳ ଜଳ ପାଇହେଉଥିଲା । କିନ୍ତୁ ଚଳିତ ବର୍ଷ ବୃଷ୍ଟିପାତ ର ପରିମାଣ ଅପେକ୍ଷାକୃତ ଭାବେ କମିଥିବା ବେଳେ ଭୂତଳ ଜଳର ସ୍ତର ମଧ୍ୟ ଦୁରକୁ ଦୁରକୁ ଚାଲିଗଲାଣି । ଯାହାଫଳରେ କୋରାପୁଟ ଅଂଚଳ ପାଈଁ ଭବିଷ୍ୟତରେ ଜଳ ସଙ୍କଟ ଏକ ଭୟଙ୍କର ସମସ୍ୟା ଭାବେ ଦେଖାଯାଇପାରେ ବୋଲି କୋଲାବ ବହୁମୁଖୀ ପ୍ରକଳ୍ପର ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ନୃସିଂହାନନ୍ଦ ପାଣିଗ୍ରାହୀ ଆଶଙ୍କା ପ୍ରକାଶ କରିଛନ୍ତି । Body:କୋଲାବ ସମେତ ଏହି ଅଂଚଳରେ ଥିବା ଇନ୍ଦ୍ରାବତୀ , ବାଲିମେଳା ଓ ଜଲାପୁଟ ଜଳଭଣ୍ଡାରରେ ଜଳଯୋଗାଉଥିବା ପାରିପାର୍ଶ୍ବିକ ଅଂଚଳର ଉପଯୁକ୍ତ ଯତ୍ନ ନ ନେବା ଫଳରେ ଜଳଭଣ୍ଡାର ଗୁଡିକରେ ପାହାଡ଼ ଉପରୁ ଧୋଇହୋଇ ଆସୁଥିବା ମାଟି ଅଧିକରୁ ଅଧିକ ମାତ୍ରାରେ ଭର୍ତି ହେଉଛି । ଏହା ଫଳରେ ଜଳଭଣ୍ଡାର ଗୁଡିକର ଜଳଧାରଣ କ୍ଷମତା ଆଶାତୀତ ଭାବେ କମିଯାଉଥିବା ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ଆରଡବ୍ଲ୍ୟୁଏସଏସ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶଶୀଭୂଷଣ ମିଶ୍ରଙ୍କ କହିବାନୁଯାୟୀ ଭୂମି ଉପରେ ଗଛିତ ଜଳ ଓ ବୃଷ୍ଟିପାତ ର ପରିମାଣ କମିଯାଉଥିବା ଯୋଗୁଁ ଭୂତଳ ଜଳ ମଧ୍ୟ ପ୍ରଭାବିତ ହୋଇଛି । ଜଳବାୟୁ ପରିବର୍ତନ ସହ ଏହି ଅଞ୍ଚଳରେ ଅତ୍ୟଧିକ ଜଳ ଶୋଷିନେଉଥିବା ନୀଳଗିରି ଗଛର ଚାଷ ବହୁଳ ଭାବେ କରିବା ଓ ଭୂମିରେ ଜଳର ପୁନଃସ୍ଥାପନ କରିବା ପାଇଁ ପଦକ୍ଷେପ ନେଉନଥିବା ଯୋଗୁଁ ଭୂତଳ ଜଳ ତଳକୁ ଖସିଗଲାଣି ବୋଲି ସେ ମତବ୍ୟକ୍ତ କରିଛନ୍ତି । କୋରାପୁଟ ଅଂଚଳରେ ସରକାରୀ ନିର୍ଦ୍ଧେଶ ଅନୁଯାୟୀ ସର୍ବାଧିକ ୮୦ ମିଟର ଗଭୀରତା ପର୍ଯ୍ୟନ୍ତ ନଳକୂପ ଖୋଳା ଯାଉଛି । କିନ୍ତୁ ବର୍ଷକୁ ବର୍ଷ କମୁଥିବା ଭୂତଳ ଜଳସ୍ତର ଯୋଗୁଁ ଅନେକ ସ୍ଥାନରେ ନଳକୂପ ଖନନ ଦ୍ୱାରା ମଧ୍ୟ ଜଳ ଯୋଗାଇ ହେଉନଥିବା ଉଠା ଜଳସେଚନ ବିଭାଗ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ପାତ୍ର ଜଣାଇଛନ୍ତି ।Conclusion:ତେବେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଜୁଲାଇ ମାସରେ କମ ବୃଷ୍ଟିପାତ ହୋଇଥିବା ବେଳେ ପାଣିପାଗ କେନ୍ଦ୍ର ଦ୍ୱାରା ଆସନ୍ତା କିଛିଦିନ ଧରି ପ୍ରବଳ ବର୍ଷା ହେବାର ସୂଚନା ରହିଥିବା ଯୋଗୁଁ କୋରାପୁଟର ଜଳଭଣ୍ଡାର ଗୁଡିକରେ ଜଳ ଭର୍ତ୍ତି ହେବା ସହିତ ଭୂତଳ ଜଳ ର ସ୍ତରରେ ମଧ୍ୟ ସୁଧାର ଆସିବ ବୋଲି କୋରାପୁଟ ଜିଲ୍ଲା ଆପାତକାଳୀନ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଆଶାପୋଷଣ କରିଛନ୍ତି ।
...........
Byte :Nrusinghaananda Panigrahy , Retired , Executive Engineer ( Flowers in garden as background)
Byte : Shashibhusan Mishra , Executive Engineer , RWSS (Blue shirt)
Byte : Ramesh Chandra Patra , EXecutive Engineer , Lift Irrigation Department (Yellow shirt)
Byte : Sidhant Patnaik , Emergency Officer Koraput(Sky blue shirt)
P2C : Ch.Santakar
.......…
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.