ETV Bharat / state

ଭାଗବତ ଟୁଙ୍ଗୀକୁ ଫେରାଇ ଆଣିଲେ ଗ୍ରାମବାସୀ - ଭାଗବତ ଟୁଙ୍ଗୀ

ସଞ୍ଜ ନଇଁଲେ ଗାଁରେ ନାମ ସଂକୀର୍ତ୍ତନ ଗାନ ସହିତ ଭାଗବତ ଚର୍ଚ୍ଚା ତେନ୍ତୁଳିଗୁଡା ଗାଁରେ ଜୀବନର ଏକ ଭିନ୍ନ ସ୍ବାଦ ଆଣିଦେଇଛି । ଅଧିକ ଖବର ପଢନ୍ତୁ...

ଭାଗବତ ଟୁଙ୍ଗୀକୁ ଫେରାଇ ଆଣିଲେ ଗ୍ରାମବାସୀ
ଭାଗବତ ଟୁଙ୍ଗୀକୁ ଫେରାଇ ଆଣିଲେ ଗ୍ରାମବାସୀ
author img

By

Published : Feb 5, 2020, 4:07 AM IST

କୋରାପୁଟ: ସଞ୍ଜ ନଇଁଲେ ଗାଁରେ ନାମ ସଂକୀର୍ତ୍ତନ ଗାନ ସହିତ ଭାଗବତ ଚର୍ଚ୍ଚା ତେନ୍ତୁଳିଗୁଡା ଗାଁରେ ଜୀବନର ଏକ ଭିନ୍ନ ସ୍ବାଦ ଆଣିଦେଇଛି । ଭାଗବତ ଟୁଙ୍ଗୀ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଶାନ୍ତି ଭରିଦେବାର ସାମୂହିକ ପ୍ରୟାସରେ ସଫଳତା ଆଣିଦେଇଛନ୍ତି କୋରାପୁଟ ନିକଟର ତେନ୍ତୁଳିଗୁଡା ଗ୍ରାମବାସୀ ।

ଶାବର ଶ୍ରୀକ୍ଷେତ୍ର କୋରାପୁଟର ଜଗନ୍ନାଥ ମନ୍ଦିରରେ କୀର୍ତ୍ତନ କରିବାକୁ ଯାଇ ଗତ କିଛିଦିନ ପୂର୍ବେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କୀର୍ତ୍ତନ ମଣ୍ଡଳୀ ସଂସ୍ପର୍ଶରେ ଆସି ଗାଁର ମହିଳା ଗାଁରେ ନିତ୍ୟ ସାନ୍ଧ୍ୟ କୀର୍ତ୍ତନ କରିବା ସହିତ ଭାଗବତ ପଠନ ର ଆନନ୍ଦ ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ନିକଟବର୍ତ୍ତୀ ମସ୍ତିପୁଟ ଗ୍ରାମରେ ଗତ ପଚିଶି ବର୍ଷରୁ ଊର୍ଦ୍ଧ୍ବ କାଳ ଧରି ଭାଗବତ ଅଧ୍ୟୟନ କରିବା ସହ ଶାବର ଶ୍ରୀକ୍ଷେତ୍ରରେ କୀର୍ତ୍ତନ କରିଆସୁଥିବା ଦୀନବନ୍ଧୁ କୁମ୍ଭାର ନାମକ ସଂକୀର୍ତନ ଯଜ୍ଞର ପୁରୋଧା ସାଜିଛନ୍ତି ।

ଭାଗବତ ଟୁଙ୍ଗୀକୁ ଫେରାଇ ଆଣିଲେ ଗ୍ରାମବାସୀ

ସନ୍ଧ୍ୟା ପରେ ଗାଁର ମହିଳା ପୁରୁଷ ଏକାଠି ବସି ଭାଗବତ ଶୁଣିବା ଦ୍ବାରା ଟେଲିଭିଜନ , ମୋବାଇଲ ତଥା ଇଣ୍ଟରନେଟର ପ୍ରଭାବରେ ଘର ମଧ୍ୟରେ ବାନ୍ଧି ହୋଇଯାଉଥିବା ନିଜକୁ ମୁକ୍ତ କରି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମୟ କାଟିବା ସହିତ ଭାରତବର୍ଷର ପୁରାତନ ସମୃଦ୍ଧ ସଂସ୍କୃତି କୁ ମନେ ପକାଉଥିବା ଗ୍ରାମବାସୀ ମତ ଦେଇଛନ୍ତି ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ ସାହୁ ଙ୍କ କହିବାନୁଯାୟୀ ପରିବାର ବର୍ଗଙ୍କ ମଧ୍ୟରେ ଭାଗବତ ଶୁଣିବାର ଅଭ୍ୟାସ ସେମାନଙ୍କ ପିଲାଙ୍କ ଉପରେ ମଧ୍ୟ ପରିଲକ୍ଷିତ ହୋଇଛି । ଶ୍ରେଣୀ ଗୃହରେ ସେମାନେ ଅପେକ୍ଷାକୃତ ଭାବେ ଅଧିକ ଏକାଗ୍ର ହେବା ଜଣାପଡୁଛି ବୋଲି ସେ ମତ ରଖିଛନ୍ତି । ଗ୍ରାମବାସୀଙ୍କ ଦ୍ବାରା ନିଜ ପ୍ରୟାସରେ ମଣ୍ଡପ ତିଆରି କରିବା ଠାରୁ ଆରମ୍ଭ କରି ନୀତିକାନ୍ତି ପାଳନ କରିବା ପାଇଁ ଆବଶ୍ୟକ ହେଉଥିବା ଅର୍ଥକୁ ମଧ୍ୟ ନିଜେ ବହନ କରିବା ଭାରତୀୟ ସଂସ୍କୃତିର ସୁରକ୍ଷା କରିବା ଦିଗରେ ଏହା ଏକ ମାଇଲଖୁଣ୍ଟ ସାଜିଛି କହିଲେ ଅତ୍ୟୁକ୍ତି ହେବନାହିଁ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:ସଞ୍ଜ ନଇଁଲେ ଗାଁ ରେ ନାମ ସଂକୀର୍ତ୍ତନ ଗାନ ସହିତ ଭାଗବତ ଚର୍ଚ୍ଚା ତେନ୍ତୁଳିଗୁଡା ଗାଁରେ ଜୀବନର ଏକ ଭିନ୍ନ ସ୍ୱାଦ ଆଣିଦେଇଛି । ଭାଗବତ ଟୁଙ୍ଗୀ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଶାନ୍ତି ଭରିଦେବାର ସାମୁହିକ ପ୍ରୟାସରେ ସଫଳତା ଆଣିଦେଇଛନ୍ତି କୋରାପୁଟ ନିକଟର ତେନ୍ତୁଳିଗୁଡା ଗ୍ରାମବାସୀ । Body:ଶାବର ଶ୍ରୋକ୍ଷେତ୍ର କୋରାପୁଟର ଜଗନ୍ନାଥ ମନ୍ଦିରରେ କୀର୍ତ୍ତନ କରିବାକୁ ଯାଇ ଗତ କିଛିଦିନ ପୂର୍ବେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା କୀର୍ତ୍ତନ ମଣ୍ଡଳୀ ସଂସ୍ପର୍ଶରେ ଆସି ଗାଁର ମହିଳା ଗାଁରେ ନିତ୍ୟ ସାନ୍ଧ୍ୟ କୀର୍ତ୍ତନ କରିବା ସହିତ ଭାଗବତ ପଠନ ର ଆନନ୍ଦ ନେବା ପାଇଁ ନିଷ୍ପତ୍ତି ନେଇଥିଲେ ।ନିକଟବର୍ତ୍ତୀ ମସ୍ତିପୁଟ ଗ୍ରାମରେ ଗତ ପଚିଶ ବର୍ଷରୁ ଉର୍ଧ୍ବ କାଳ ଧରି ଭାଗବତ ଅଧ୍ୟୟନ କରିବା ସହ ଶାବର ଶ୍ରୀକ୍ଷେତ୍ରରେ କୀର୍ତ୍ତନ କରିଆସୁଥିବା ଦୀନବନ୍ଧୁ କୁମ୍ଭାର ନାମ ସଂକୀର୍ତନ ଯଜ୍ଞର ପୁରୋଧା ସାଜିଛନ୍ତି । ସନ୍ଧ୍ୟା ପରେ ସନ୍ଧ୍ୟା ଗାଁର ମହିଳା ପୁରୁଷ ଏକାଠି ବସି ଭାଗବତ ଶୁଣିବା ଦ୍ୱାରା ଟେଲିଭିଜନ , ମୋବାଇଲ ତଥା ଇଣ୍ଟରନେଟ ର ପ୍ରଭାବରେ ଘରମଧ୍ୟରେ ବାନ୍ଧିହୋଇଯାଉଥିବା ନିଜକୁ ମୁକ୍ତ କରି ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମୟ କାଟିବା ସହିତ ଭାରତବର୍ଷର ପୁରାତନ ସମୃଦ୍ଧ ସଂସ୍କୃତି କୁ ମନେ ପକାଉଥିବା ଗ୍ରାମବାସୀ ମତ ଦେଇଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ ସାହୁ ଙ୍କ କହିବାନୁଯାୟୀ ପରିବାର ବର୍ଗଙ୍କ ମଧ୍ୟରେ ଭାଗବତ ଶୁଣିବାର ଅଭ୍ୟାସ ସେମାନଙ୍କ ପିଲାଙ୍କ ଉପରେ ମଧ୍ୟ ପରିଲକ୍ଷିତ ହୋଇଛି । ଶ୍ରେଣୀ ଗୃହରେ ସେମାନେ ଅପେକ୍ଷାକୃତ ଭାବେ ଅଧିକ ଏକାଗ୍ର ହେବା ଜଣାପଡୁଛି ବୋଲି ସେ ମତ ରଖିଛନ୍ତି । ଗ୍ରାମବାସୀ ଙ୍କ ଦ୍ୱାରା ନିଜ ପ୍ରୟାସରେ ମଣ୍ଡପ ତିଆରି କରିବା ଠାରୁ ଆରମ୍ଭ କରି ନୀତିକାନ୍ତି ପାଳନ କରିବା ପାଇଁ ଆବଶ୍ୟକ ହେଉଥିବା ଅର୍ଥକୁ ମଧ୍ୟ ନିଜେ ବହନ କରିବା ଭାରତୀୟ ସମକୃତିର ସୁରକ୍ଷା କରିବା ଦିଗରେ ଏହା ଏକ ମାଇଲ ଖୁଣ୍ଟ ସାଜିଛି କହିଲେ ଅତ୍ୟୁକ୍ତି ହେବନାହିଁ । Conclusion:ବାଇଟ : ଦୀନବନ୍ଧୁ କୁମ୍ଭାର , ପ୍ରବଚକ ( କପାଳରେ ଚିତା )
ବାଇଟ : ଯମୁନା ଖିଲ , ଗ୍ରାମବାସୀ
ବାଇଟ : ସୁକୁ ମସ୍ତି , ଗ୍ରାମବାସୀ
ପି ଟୁ ସି : ଶାନ୍ତାକାର
........
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.