ETV Bharat / state

ଅବ୍ୟବସ୍ଥାରେ ଚକର୍ଲିଗୁଡା ପାନୀୟ ଜଳ ପ୍ରକଳ୍ପ, ହନ୍ତସନ୍ତ ଗ୍ରାମବାସୀ - ଚକର୍ଲିଗୁଡା ସୌରଶକ୍ତି ସମ୍ପନ୍ନ ଜଳ ଯୋଗାଣ

ଗାଁର ସମସ୍ତେ ପାନୀୟ ଜଳ ସୁବିଧାରେ ପାଇବା ପାଇଁ ସରକାରଙ୍କ ଦ୍ଵାରା ଛଅ ବର୍ଷ ପୂର୍ବେ କୋରାପୁଟ ବ୍ଲକ ଅନ୍ତର୍ଗତ ଚକର୍ଲିଗୁଡାରେ ସ୍ଥାପନା କରାଯାଇଥିଲା ସୌରଶକ୍ତି ସମ୍ପନ୍ନ ଜଳ ଯୋଗାଣ ବ୍ୟବସ୍ଥା । ନଳକୂଅ ନିକଟରେ ଥିବା ବତୀ ମୁଦୁଲିଙ୍କ ବଗିଚା ମଧ୍ୟରେ ପାଣି ଟାଙ୍କି ବସିଥିଲା । କିନ୍ତୁ ସପ୍ତାହେ ନପୂରୁଣୁ ଜଳ ଯୋଗାଣ ବନ୍ଦ ହୋଇଗଲା । ଅଧିକ ପଢନ୍ତୁ...

ଅବ୍ୟବସ୍ଥାରେ ଚକର୍ଲିଗୁଡା ପାନୀୟ ଜଳ ପ୍ରକଳ୍ପ, ହନ୍ତସନ୍ତ ଗ୍ରାମବାସୀ

author img

By

Published : Mar 17, 2021, 7:09 PM IST

କୋରାପୁଟ: ଗାଁର ସମସ୍ତେ ପାନୀୟ ଜଳ ସୁବିଧାରେ ପାଇବା ପାଇଁ ସରକାରଙ୍କ ଦ୍ଵାରା ଛଅ ବର୍ଷ ପୂର୍ବେ କୋରାପୁଟ ବ୍ଲକ ଅନ୍ତର୍ଗତ ଚକର୍ଲିଗୁଡାରେ ସ୍ଥାପନା କରାଯାଇଥିଲା ସୌରଶକ୍ତି ସମ୍ପନ୍ନ ଜଳ ଯୋଗାଣ ବ୍ୟବସ୍ଥା । ଉପର ସାହିରେ ନଳକୂଅ ଖୋଲାଗଲା । ତା’ ଉପରେ ସୌର ପ୍ୟାନେଲ ବସାଯାଇ ମୋଟର ମଧ୍ୟ ସଂଯୋଗ କରାଗଲା । ନଳକୂଅ ନିକଟରେ ଥିବା ବତୀ ମୁଦୁଲିଙ୍କ ବଗିଚା ମଧ୍ୟରେ ପାଣି ଟାଙ୍କି ବସାଗଲା ଆଉ ସମସ୍ତଙ୍କ କରତାଳି ମଧ୍ୟରେ ନଳକୂଅରୁ ପାଣି ବାହାରି ଟାଙ୍କିରେ ଭର୍ତ୍ତି ହେଲା । ଉପର ସାହି, ମଝି ସାହି ଓ ତଳ ସାହିରେ ଜଳ ଯୋଗାଣ ପାଇଁ ପୋଷ୍ଟ ତିଆରି ହେଲା । କିନ୍ତୁ, ସପ୍ତାହେ ନପୂରୁଣୁ ଜଳ ଯୋଗାଣ ବନ୍ଦ ହୋଇଗଲା ।

ଅବ୍ୟବସ୍ଥାରେ ଚକର୍ଲିଗୁଡା ପାନୀୟ ଜଳ ପ୍ରକଳ୍ପ, ହନ୍ତସନ୍ତ ଗ୍ରାମବାସୀ

ମୋଟର ମରାମତି କରିବାକୁ ଚେଷ୍ଟା କରି ବିଫଳ ହେବା ଯୋଗୁଁ ତାକୁ କାଢି ନେଇ ଚନ୍ଦ୍ର ଯାନୀଙ୍କ ଘରେ ବିଭାଗୀୟ କର୍ମଚାରୀ ରଖିଥିବା ବଦ କେରେଙ୍ଗା ପଞ୍ଚାୟତର ପୂର୍ବତନ ସରପଞ୍ଚ ଚନ୍ଦ୍ରମଣି ଜାନି ଜଣାଇଛନ୍ତି । ପ୍ରକଳ୍ପ ଆରମ୍ଭ ହେବାର ମାସେ ନପୁରୁଣୁ ଖରାପ ହୋଇ ଯାଇଥିଲେ ହେଁ ବତୀ ମୁଦୁଲିଙ୍କ ବଗିଚାରେ ପାଣି ଟାଙ୍କି ପ୍ରଶାସନିକ ଅବହେଳା ଓ ଅଣଦେଖାର ମୁକସାକ୍ଷୀ ଭାବେ ଠିଆ ହୋଇ ରହିଛି । ଏହି ଟାଙ୍କି ବଗିଚାରେ ଜାଗା ମାଡି ବସିଥିବା ଯୋଗୁଁ ଏହାକୁ ଉଠାଇ ନେବାକୁ ବତୀ ଅନେକ ଥର ବିଭାଗୀୟ ଅଧିକାରୀଙ୍କ ପାଖରେ ନେହୁରା ହୋଇଥିବା ଜଣାଇଛନ୍ତି । କିନ୍ତୁ ତାଙ୍କ ଗୁହାରି ଶୁଣିବା ତ ଦୂରର କଥା ଏହି ଗାଁରେ ଯେ, ଗୋଟେ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇଥିଲା ତାହାବି ସରକାର ଭୁଲି ଯାଇଥିବା ଚନ୍ଦ୍ରମଣି ଅଭିଯୋଗ କରିଛନ୍ତି ।

ଗାଁରେ ବର୍ତ୍ତମାନ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି । ଅଦୂରରେ କୋଲାବ ଜଳଭଣ୍ଡାର ନିକଟକୁ ଯାଇ ଲୁଗା ଧୋଇବା ଠାରୁ ଆରମ୍ଭ କରି ସ୍ନାନ ପର୍ଯ୍ୟନ୍ତ କରିବାରେ ସକାଳ ବିତି ଯାଉଥିବା ସେ ଅଭିଯୋଗ କରିଛନ୍ତି । ଘରେ ଖରାପ ହୋଇ ପଡିଥିବା ମୋଟରକୁ ମଧ୍ୟ ମୋଟର ବସାଇଥିବା ଲୋକେ ନେଇ ଚାଲିଯିବା ପରେ ଆଉ କେହି ହେଲେ ଗାଁ ଆଡକୁ ମୁହଁ ବୁଲାଇ ଥରେ ହେଲେ ଦେଖି ନଥିବା ଚନ୍ଦ୍ର ଜାନି କ୍ଷୋଭ ପ୍ରକାଶ କରିଛନ୍ତି । ଜଳଯୋଗାଣ ବ୍ୟବସ୍ଥାର ପୁନରୁଦ୍ଧାର କରି ଗାଁର ଜଳସଙ୍କଟକୁ ଦୂର କରିବା ପାଇଁ ଗ୍ରାମବାସୀ ଦାବି ଜଣାଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.