ETV Bharat / state

ନାଲକୋର ରେଡମଡ ପଣ୍ଡ ନିର୍ମାଣକୁ ଗ୍ରାମବାସୀଙ୍କ ଜୋରଦାର ବିରୋଧ - ରେଡ ମଡ ପଣ୍ଡ

ନାଲକୋ ପକ୍ଷରୁ କୋରାପୁଟ ଜିଲ୍ଲା ମୁଜାଙ୍ଗ ପଞ୍ଚାୟତ ଡେଙ୍ଗାଜାନୀଗୁଡ଼ା ଗ୍ରାମ ନିକଟରେ ନିର୍ମାଣ କରାଯାଉଥିବା ରେଡମଡ ପଣ୍ଡକୁ ଗ୍ରାମବାସୀଙ୍କ ବିରୋଧ । ଅଧିକ ପଢନ୍ତୁ...

ନାଲକୋର ରେଡ ମଡ ପଣ୍ଡ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

author img

By

Published : Jun 12, 2021, 8:41 AM IST

କୋରାପୁଟ: ଜିଲ୍ଲା ମୁଜାଙ୍ଗ ପଞ୍ଚାୟତ ଡେଙ୍ଗାଜାନୀଗୁଡ଼ା ଗ୍ରାମ ନିକଟରେ ନାଲକୋ ପକ୍ଷରୁ ନିର୍ମାଣ କରାଯାଉଥିବା ରେଡମଡ ପଣ୍ଡକୁ ଗ୍ରାମବାସୀଙ୍କ ବିରୋଧ । ତେବେ ବିରୋଧ କରିବାରୁ ଗ୍ରାମବାସୀଙ୍କୁ ନାଲି ଆଖି ଦେଖାଇ ପୋଲିସ ଧମକ ଦେଉଥିବା ଅଭିଯୋଗ ହୋଇଛି।

ନାଲକୋର ରେଡ ମଡ ପଣ୍ଡ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ଏହି ରେଡ ମଡ ପଣ୍ଡ ଲାଗି ଏକ ବିରାଟ ପୋଖରୀ ଖନନ କରିବା ପାଇଁ ଡେଙ୍ଗାଜାନୀଗୁଡ଼ା ନିକଟରେ ସ୍ଥାନ ଚୟନ କରାଯାଇଥିଲା । କିନ୍ତୁ ନାଲକୋର ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଥିବା ରେଡ଼ମଡ଼ ପଣ୍ଡରୁ ରାସାୟନିକ ପଦାର୍ଥ ଗାଁ ଜଳକୁ ଦୂଷିତ କରୁଥିବା ସହିତ ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି । ଏଥିପାଇଁ ଦ୍ଵିତୀୟ ରେଡ଼ମଡ଼ ପଣ୍ଡ ନିର୍ମାଣକୁ ଗ୍ରାମବାସୀ ବିରୋଧ କରୁଥିବା ଜଣାଇଛନ୍ତି ।

ଗତ ଦୁଇ ଦିନ ପୂର୍ବେ ନାଲକୋ ତରଫରୁ ଏହି ଖନନ କାର୍ଯ୍ୟ କରୁଥିବା କମ୍ପାନୀ ଡେଙ୍ଗାଜାନୀଗୁଡ଼ା ଗ୍ରାମ ଠାରୁ ମାତ୍ର ୨୦୦ ମିଟର ଦୂରରେ ପୋଖରୀ ଖନନ ପାଇଁ ସର୍ଭେ ଆରମ୍ଭ କରିଥିଲା। ଏନେଇ ଗ୍ରାମବାସୀ ସୂଚନା ପାଇ ସର୍ଭେ କରୁଥିବା କମ୍ପାନୀ କର୍ମଚାରୀଙ୍କୁ ଏଠାରେ ରେଡମଡ ପଣ୍ଡ କାର୍ଯ୍ୟ ନିର୍ମାଣ କରିବା ନେଇ ବିରୋଧ କରିଥିଲେ।

ଏହି ରେଡମଡ ପଣ୍ଡ ନିର୍ମାଣ କରିବା ପୂର୍ବରୁ ଏହି ଗ୍ରାମକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଓ ଗାଁ ର ଯୁବପିଢିଙ୍କୁ ଚାକିରି ଦେବା ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଓ ନାଲକୋ ନିକଟରେ ସର୍ତ୍ତ ରଖିଥିବା ବେଳେ ନାଲକୋର କେହି ଅଧିକାରୀ ଏ ପର୍ଯ୍ୟନ୍ତ ଲୋକଙ୍କ ସହ ଆଲୋଚନା କରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଶୁକ୍ରବାର ଦଶମନ୍ତପୁର ତହସିଲଦାର ଓ କୋରାପୁଟ ସଦର ପୋଲିସ ଗାଁକୁ ଯାଇ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଗ୍ରାମବାସୀ ପ୍ରବଳ ବିରୋଧ କରିବାରୁ ସେମାନେ ଫେରିଯାଇଥିଲେ । ଏ ସମ୍ପର୍କରେ ପୋଲିସ ଜିଲ୍ଲା ପ୍ରଶାସନ କିମ୍ବା ନାଲକୋର କାହାରି ପ୍ରତିକ୍ରିୟା ମିଳିପାରିନାହିଁ ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.