ETV Bharat / state

ଦାଦନ ଖଟଣୀରୁ ମିଳିଲା ମୁକ୍ତି, ୨୪ ପରିବାରକୁ ମିଳିଲା ଜଙ୍ଗଲ ଜମି ପଟ୍ଟା - ୨୪ ପରିବାରକୁ ମିଳିଲା ଜଙ୍ଗଲ ଜମି ପଟ୍ଟା

କୋଲାବ ଓ ଜଲାପୁଟ ଜଳ ଭଣ୍ଡାର ନିର୍ମାଣ ସମୟରେ ନିଜ ଭିଟାମାଟିରୁ ବିସ୍ଥାପିତ ହୋଇ ଜଙ୍ଗଲରେ ରହିଥିଲେ ୨୪ ପରିବାର । ଏବେ ଏହି ଜଙ୍ଗଲକୁ ଏକ ରାଜସ୍ୱ ଗ୍ରାମର ମାନ୍ୟତା ମିଳିବା ସହ ସମସ୍ତ ୨୪ ପରିବାରକୁ ଜଙ୍ଗଲ ଜମି ପଟ୍ଟା ମିଳିଛି । ଅଧିକ ପଢ଼ନ୍ତୁ

୨୪ ପରିବାରକୁ ମିଳିଲା ଜଙ୍ଗଲ ଜମି ପଟ୍ଟା
୨୪ ପରିବାରକୁ ମିଳିଲା ଜଙ୍ଗଲ ଜମି ପଟ୍ଟା
author img

By

Published : Apr 1, 2023, 11:03 PM IST

୨୪ ପରିବାରକୁ ମିଳିଲା ଜଙ୍ଗଲ ଜମି ପଟ୍ଟା

କୋରାପୁଟ: ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ପଞ୍ଚାୟତର ଆମ୍ବଗଦଲି ଗାଁରେ ଆନନ୍ଦର ଖେଳିଯାଇଛି ଲହରୀ । ପରଜା ସମ୍ପ୍ରଦାୟର ୨୪ଟି ପରିବାର କୋଲାବ ଓ ଜଲାପୁଟ ଜଳ ଭଣ୍ଡାର ନିର୍ମାଣ ସମୟରେ ନିଜ ଭିଟାମାଟିରୁ ବିସ୍ଥାପିତ ହୋଇ ଏହି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ଘଞ୍ଚ ଅରଣ୍ୟ ମଧ୍ୟରେ ବହୁବର୍ଷ ପୂର୍ବେ ମୁଣ୍ଡ ଗୁଞ୍ଜିଥିଲେ । ମୁଣ୍ଡ ଗୁଞ୍ଜିବା ପାଇଁ ଝାଟିମାଟିର ଘରଟିଏ କରି ଜଙ୍ଗଲ ଉପରେ ନିର୍ଭର କରି ସେମାନେ ଜୀବନ ବିତାଉଥିଲେ । ପାଖ ଜଙ୍ଗଲରେ ଥିବା ଖାଲି ଜାଗା ଦେଖି ସେଠାରେ ଚାଷବାସ କରୁଥିଲେ । କିନ୍ତୁ ଚାଷ ଜମି ଉପରେ ସେମାନଙ୍କ ଅଧିକାର ନଥିବା ଯୋଗୁଁ ଅନେକ ସମୟରେ ଜଙ୍ଗଲ ବିଭାଗ ଅଧିକାରୀଙ୍କ ନାଲି ଆଖିର ଶିକାର ମଧ୍ୟ ହୋଇଥିବା ଗ୍ରାମବାସୀ ଜଣାଇଛନ୍ତି । ତେବେ ଏହି ଗାଁକୁ ଏକ ରାଜସ୍ୱ ଗ୍ରାମର ମାନ୍ୟତା ମିଳିବା ସହ ସମସ୍ତ ୨୪ ପରିବାରକୁ ଜଙ୍ଗଲ ଜମି ପଟ୍ଟା ମିଳି ପାରିଛି ।

କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ରାମଗିରି ପଞ୍ଚାୟତର ଆମ୍ବଗଦଲି ଗାଁକୁ ନା ଥିଲା ରାସ୍ତା, ନା ମିଳୁଥିଲା ବିଜୁଳି କିମ୍ବା ପାଣି । ସନ୍ଧ୍ୟା ହେଲେ ଜଙ୍ଗଲର କିଟିମିଟି ଅନ୍ଧାର ଭିତରେ ଗାଁଟି ଲୁଚି ରହିଥିଲା । ଏପରି ନାନା କଷ୍ଟ ସ୍ବୀକାର କରି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଉଥିବା ଏହି ପରିବାର ବର୍ଷାଦିନ ହେଲେ ଆନ୍ଧ୍ର ଓ କେରଳ ଭଳି ଦୂର ଦୁରାନ୍ତ ସ୍ଥାନରେ କାମ ଅନ୍ବେଷଣରେ ବାହାରି ପଡ଼ୁଥିଲେ । ଏହିପରି ଜଙ୍ଗଲ ମଧ୍ୟରେ ଅସୁବିଧା ଭୋଗ କରୁଥିବା ବନବାସୀଙ୍କ ଅସୁବିଧାକୁ ଦୂର କରିବା ପାଇଁ ଜିଲ୍ଲାର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ 'ସ୍ପ୍ରେଡ' ଏହି ଜଙ୍ଗଲ ଅଞ୍ଚଳରେ ୨୦୦୨ ମସିହାଠାରୁ କାର୍ଯ୍ୟ ଆରମ୍ଭ କରିବା ପରେ ସ୍ଥିତିରେ କିଛି କିଛି ପରିବର୍ତ୍ତନ ହେବା ଆରମ୍ଭ ହୋଇଥିଲା ବୋଲି ସଂଗଠନର ସଂଯୋଜକ ଦୋଳଗୋବିନ୍ଦ ଖିଲ ଜଣାଇଛନ୍ତି । ଏହି ବନବାସୀଙ୍କୁ ବିଭିନ୍ନ ଦକ୍ଷତାର ତାଲିମ ପ୍ରଦାନ କରିବା ସହ ସେମାନେ ଯେମିତି ଜଙ୍ଗଲ ଜମି ପଟ୍ଟା ପାଇପାରିବେ ସେ ଦିଗରେ ଗ୍ରାମବାସୀ ଓ ସରକାରଙ୍କ ମଧ୍ୟରେ ଯୋଗ ସୂତ୍ର ସ୍ଥାପନା କରିବାର ନିରନ୍ତର ପ୍ରୟାସ ଜାରି ରଖିଥିଲା ଏହି ସଂଗଠନ ।

ତେବେ ଏପରି ଏକ ସାମୁହିକ ପ୍ରୟାସରେ ଏହି ଗାଁକୁ ଏକ ରାଜସ୍ୱ ଗ୍ରାମର ମାନ୍ୟତା ମିଳିବା ସହ ସମସ୍ତ ୨୪ଟି ପରିବାରକୁ ଜଙ୍ଗଲ ଜମି ପଟ୍ଟା ମିଳିପାରିଛି । ଏହା ସହିତ ସାମୁହିକ ଭାବେ ଗାଁର ନାଁରେ ୬୦୦ ଏକର ଜମିର ଗୋଷ୍ଠୀଗତ ପଟ୍ଟା ମିଳିବାର ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସ୍ପ୍ରେଡ ସଂଗଠନର ସଂଯୋଜକ ଦୋଳଗୋବିନ୍ଦ କହିଛନ୍ତି । ଗାଁରେ ପାଣିର ସୁବିଧା ନଥିବା ଯୋଗୁଁ ତାକୁ ସ୍ଥାନାନ୍ତର କରି ଏକ ନୂତନ ସ୍ଥାନରେ ବସାଇ ସେଠାକୁ ପକ୍କା ରାସ୍ତା ଓ ବିଜୁଳି ଯୋଗାଇଦେବା ସହ ଜଳର ସୁବିଧା ପାଇଁ ଏକ ନଳକୂପ ଖନନ କରାଯାଇଛି । ବ୍ୟକ୍ତିଗତ ଭାବେ ୫ରୁ ୮ ଏକର ପର୍ଯ୍ୟନ୍ତ ଜଙ୍ଗଲ ଜମିରେ ଚାଷ କରିବା ପାଇଁ ବ୍ୟକ୍ତିଗତ ପଟ୍ଟା ମିଳିଥିବା ଯୋଗୁଁ ସ୍ଥାୟୀ ଭାବେ ଧାନ, ମାଣ୍ଡିଆ ଓ ସୁଆଁ ଭଳି ଶସ୍ୟ ଉତ୍ପାଦନ କରିବା ସହିତ ବର୍ତ୍ତମାନ ସେହି ଜମିର ଉନ୍ନତୀକରଣ କରିବାରେ ଗ୍ରାମବାସୀ ଲାଗି ପଡିଥିବା ଏହି ଗ୍ରାମର ଜଣେ ଉପଭୋକ୍ତା ବନ୍ଧୁ ମୁଦୁଲି ପ୍ରକାଶ କରିଛନ୍ତି । ଏହାଦ୍ବାରା ଗ୍ରାମବାସୀଙ୍କୁ ଆଉ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡୁନାହିଁ । ବର୍ତ୍ତମାନ ଗୋଷ୍ଠୀଗତ ପଟ୍ଟା ମିଳିବା ପରେ ଏକ ଚେକ ଡ୍ୟାମ କରି ଚାଷ କାର୍ଯ୍ୟକୁ ସୁଗମ କରାଯିବାର ପ୍ରୟାସ କରାଯିବ ବୋଲି ଗ୍ରାମବାସୀ ଜଣାଇଛନ୍ତି । ଗାଁରେ ରହିବାର ଅଧିକାର ମିଳିବା ପରେ ଏବେ ଗ୍ରାମବାସୀ ପାଳି କରି ଜଗିବା ଦ୍ୱାରା ଜଙ୍ଗଲ ନିଆଁ ଉପରେ ନିୟନ୍ତ୍ରଣ ଆଣିପାରିଥିବା ଗାଁ କମିଟିର ସଭାପତି ମନ ମୁଦୁଲି ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.