କୋରାପୁଟ: ଜିଲ୍ଲାର ଆମ୍ବଚାଷୀଙ୍କୁ ସେମାନଙ୍କ ଉତ୍ପାଦର ଉଚିତ ଦର ମିଳିବା ଜିଲ୍ଲାପାଳ ଅବଦଲ ଅକ୍ତରଙ୍କ କରକମଳରେ ଏକ ଆମ୍ବ ବିକ୍ରୟ କେନ୍ଦ୍ର 'ଗାଁ ଆମ୍ବ ପସରା' ଉଦଘାଟିତ ହୋଇଯାଇଛି ।
ବର୍ତ୍ତମାନ ଏହି ବଜାରରେ 50 ମେଟ୍ରିକ ଟନ ଦଶରୀ, ଆମ୍ରପାଲି ଓ ବାଇଗଣପଲି ଆମ୍ବ ବିକ୍ରି କରାଯାଉଥିବା ବେଳେ ଆସନ୍ତା ଦିନରେ ଆହୁରି ଅଧିକ ପରିମାଣର ଓ ପ୍ରକାରର ଆମ୍ବ ଉପଲବ୍ଧ ହେବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।
ଏହି ଆମ୍ବ ବଜାର ଖୋଲିବା ଦ୍ୱାରା ଜିଲ୍ଲାର ଅନ୍ୟୁନ 200 ଜଣ ଆମ୍ବ ଚାଷୀ ଉପକୃତ ହେବେ ବୋଲି ଓରମାସର ଜିଲ୍ଲାଧିକାରୀ ରୋଶନ କାର୍ତ୍ତିକ ଜଣାଇଛନ୍ତି ।
କୋରାପୁଟ ସିଏଚ୍ ଶାନ୍ତାକାର, ଇଟିଭି ଭାରତ