କୋରାପୁଟ: କାମ କରାଇଦେବା ପାଇଁ ଲାଞ୍ଚ ନେଲାବେଳେ କୋଟପାଡ ଥାନା ଏଏସଆଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଏହା ସହ ତାଙ୍କ ପାଖରୁ 7000 ଟଙ୍କା ଭିଜିଲାନ୍ସ ଜବତ କରିଛି । ପୂର୍ବ ପ୍ରସ୍ତୁତି ଅନୁସାରେ ଗତକାଲି ରାତିରେ ତାଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁସାରେ, ତହସିଲଦାରଙ୍କ ଦ୍ବାରା ଜମି ମାପ କରାଇବା ପାଇଁ ପ୍ରଶାନ୍ତ କୁମାର ବିଶ୍ବାଳଙ୍କୁ ଏକ ଆଜ୍ଞାପତ୍ର ଦେବାକୁ କୋଟପାଡ ଥାନା ଏଏସଆଇ ଶରତ କୁମାର ସାହୁ 7000 ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ଏନେଇ ପ୍ରଶାନ୍ତ କୁମାର ବିଶ୍ବାଳଙ୍କୁ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଏହାପରେ ପୂର୍ବ ପ୍ରସ୍ତୁତି ଅନୁସାରେ ଗତକାଲି ରାତିରେ ଲାଞ୍ଚ ନେବା ସମୟରେ ଏଏସଆଇଙ୍କୁ ଗିରଫ କରାଯାଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ