ETV Bharat / state

ଗ୍ରୁପ ଏ ମାନ୍ୟତା ନ ମିଳିଲେ ସମୂହ ଇସ୍ତଫା ଦେବେ ପ୍ରାଣୀ ଚିକିତ୍ସକ - ପ୍ରାଣୀ ଚିକିତ୍ସକ ସମୂହ ଇସ୍ତଫା

ପ୍ରାଣୀ ଚିକିତ୍ସକଙ୍କୁ ଗ୍ରୁପ ଏ ମାନ୍ୟତା ଦାବି । ଆସନ୍ତା ମେ ମାସ 25 ସୁଦ୍ଧା ଦାବି ପୂରଣ ନ ହେଲେ ସମୂହ ଇସ୍ତଫା ଦେବାକୁ ଓଡି଼ଶା ପ୍ରାଣୀ ଚିକିତ୍ସା ସେବା ସଙ୍ଘର ଚେତାବନୀ । ଅଧିକ ପଢନ୍ତୁ...

ଗ୍ରୁପ ଏ ମାନ୍ୟତା ନ ମିଳିଲେ ସମୂହ ଇସ୍ତଫା ଦେବେ ପ୍ରାଣୀ ଚିକିତ୍ସକ

author img

By

Published : Apr 17, 2021, 7:00 PM IST

କୋରାପୁଟ: ପ୍ରାଣୀ ଚିକିତ୍ସକମାନେ ସରକାରୀ ଚାକିରୀରେ ପ୍ରବେଶ କଲାବେଳେ ସେମାନଙ୍କୁ ଗ୍ରୁପ ଏ ର ମାନ୍ୟତା ଦେବାକୁ ଓଡି଼ଶା ପ୍ରାଣୀ ଚିକିତ୍ସା ସେବା ସଙ୍ଘ ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରୁନାହାଁନ୍ତି । ଏଣୁ ଦାବି ପୂରଣ ନ ହେଲେ ଆସନ୍ତା ମେ ମାସ 25 ତାରିଖରୁ ସମୂହ ଇସ୍ତଫା ଦେବାକୁ କୋରାପୁଟରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି ସଙ୍ଘର କର୍ମକର୍ତ୍ତା ।

ଗ୍ରୁପ ଏ ମାନ୍ୟତା ନ ମିଳିଲେ ସମୂହ ଇସ୍ତଫା ଦେବେ ପ୍ରାଣୀ ଚିକିତ୍ସକ

ପାଠ ପଢିବା ହେଉ ବା ପାଠ୍ୟକ୍ରମରେ ଗୁରୁତ୍ବ ହେଉ ପ୍ରାଣୀ ଚିକିତ୍ସକ ମଣିଷକୁ ଚିକିତ୍ସା ଯୋଗାଉଥିବା ଡାକ୍ତରଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି । ଏହାସତ୍ତ୍ବେ ମଧ୍ୟ ପଦବୀର ପାହ୍ୟା ଓ ଦରମା ପ୍ରଦାନ କ୍ଷେତ୍ରରେ ସରକାର ପାତର ଅନ୍ତର କରୁଛନ୍ତି ବୋଲି ଓଡି଼ଶା ପ୍ରାଣୀ ଚିକିତ୍ସା ସେବା ସଙ୍ଘ ଅଭିଯୋଗ କରିଛି। ଯାହାକୁ ଆଉ ସହ୍ୟ କରାଯିବ ନାହିଁ ବୋଲି ସଙ୍ଘ ଚେତାବନୀ ଦେଇଛି ।

ପ୍ରାଣୀ ଚିକିତ୍ସକମାନେ ଜରୁରୀକାଳୀନ ସେବା ଯୋଗାଇ ଆସୁଥିଲେ ହେଁ ସରକାର ସେମାନଙ୍କୁ ଗ୍ରୁପ - ଏ ମାନ୍ୟତା ଦେଉନାହାଁନ୍ତି । ଏପରିକି ସେମାନଙ୍କୁ ଟୀକାକରଣ କ୍ଷେତ୍ରରେ ମଧ୍ୟ ଅଗ୍ରାଧିକାର ନ ଦିଆଯିବା ଅଭିଯୋଗ ହୋଇଛି । ବର୍ତ୍ତମାନ ସମସ୍ତ ପ୍ରାଣୀ ଚିକିତ୍ସକ କଳା ବ୍ୟାଚ ପିନ୍ଧି ସରକାରଙ୍କ ଏପରି ଅବହେଳାକୁ ପ୍ରତିବାଦ ଜଣାଇଥିବା ବେଳେ ମେ 25 ତାରିଖ ସୁଦ୍ଧା ସରକାର ସକରାତ୍ମକ ପଦକ୍ଷେପ ନ ନେଲେ ସଙ୍ଘର ସମସ୍ତ ସଦସ୍ୟ ସାମୂହିକ ଇସ୍ତଫା ଦେବାକୁ ବାଧ୍ୟ ହେବେ ବୋଲି ସଙ୍ଘ ସୂଚନା ଦେଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.